Categories: ଜାତୀୟ

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣା ଶନିବାରର ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଶନିବାର ସିଭିଲ ସିର୍ଭିସ ଅଫିସର୍ସ ଆସୋସିଏଶନର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଅଧିକାରୀମାନଙ୍କୁ କହିଥିଲେ, ନ୍ୟାୟପାଳିକାକୁ ଭୟ କରନାହିଁ ଏବଂ କୋର୍ଟର ଅବମାନନାକୁ କାର୍ଯ୍ୟ ପଥରେ ନ ଆସିବାକୁ ବି ସେ କହିଛନ୍ତି । ସେ ଏତିକିରେ ନ ଅଟକି କହିଥିଲେ, ଦେଶର ଇତିହାସରେ କୋର୍ଟଙ୍କ ଅବମାନନା କରି କେତେ ଲୋକ ଜେଲ ଯାଇଛନ୍ତି । କୋର୍ଟ ଯଦି ପୋଲିସକୁ ଅଭିଯୂକ୍ତଙ୍କୁ ଗିରଫ କରିବାକୁ କୁହେ ତେବେ ପୋଲିସ ଫେରିଯାଇ କହିଥାଏ କି ଅପରାଧି ମିଳିଲା ନାହିଁ । ତେଣୁ ବିପ୍ଳବ କହିଛନ୍ତି ପୋଲିସ ଆମ କଣ୍ଟ୍ରୋଲରେ ରହିଛି ତେଣୁ ଡରିବାର କିଛି ନାହିଁ । ସେ ଆହୁରି ମଧ୍ୟ କହିଥିଲେ କୋର୍ଟର ଅବମାନନାକୁ ବାଘ ଭଳି ମାନୁଥିଲେ । ହେଲେ ମୁଁ ଟାଇଗର । ମୋ ହାତରେ ପାୱାର ଅଛି । କାହାକୁ ଯଦି ଜେଲ ଯିବାର ଅଛି ତେବେ ପ୍ରଥମେ ମୁଁ ଯିବି ।

Share