‘Bhool Bhulaiyaa 3’ ରେ କାର୍ତ୍ତିକଙ୍କ ମିଷ୍ଟ୍ରି ଗାର୍ଲ ସାଜିବେ ‘ଆନିମଲ’ ଫେମ୍‌ ତୃିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ ମୋହର ବାଜି ସାରିଛି। ଏନେଇ ଖୋଦ୍‌ କାର୍ତ୍ତିକ ଇନଷ୍ଟାରେ ଫଟୋ ଶେୟାର୍‌ କରି ତାଙ୍କ ଫିଲ୍ମର ମିଷ୍ଟ୍ରି ଗାର୍ଲଙ୍କ ବିଷୟରେ ସୂଚନା ଦେଇଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)

ପ୍ରଥମେ କାର୍ତ୍ତିକ ଇନଷ୍ଟାରେ ଲିଡ୍‌ ଆକ୍ଟ୍ରେସଙ୍କ ଅସମ୍ପୂର୍ଣ୍ଣ ଫଟୋ ଶେୟାର କରିଥିଲେ। କ୍ୟାପସନରେ ଲେଖିଥିଲେ, ଏହି ଭୁଲ ଭୁଲେୟାକୁ ସମାଧାନ କରନ୍ତୁ। ଅଧିକାଂଶ ୟୁଜର୍ସ ଅସମ୍ପୂର୍ଣ୍ଣ ଫଟୋଟି ଆନିମଲ ଫେମ୍‌ ତୃିପ୍ତିଙ୍କର ବୋଲି କହିଛନ୍ତି। କିଛି ସମୟ ପରେ କାର୍ତ୍ତିକ ନିଜେ ସମ୍ପୂର୍ଣ୍ଣ ଫଟୋ ଶେୟାର କରି ଏହାକୁ କନଫର୍ମ କରିଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)

ଗତ ବର୍ଷ ମୁକ୍ତିଲାଭ କରିଥିବା ଆନିମଲରେ Tripti Dimri ଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍‌ ପରେ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ତାଙ୍କର ରାତାରାତି ଲକ୍ଷ ଲକ୍ଷ ଫଲୋଅର୍ସ ବଢିଥିଲେ। ଲୋକେ ତାଙ୍କୁ ନ୍ୟାଶନାଲ କ୍ରସ ବୋଲି କହିବା ଆରମ୍ଭ କଲେ। ଏବେ କାର୍ତ୍ତିକ ଫିଲ୍ମରେ ତାଙ୍କର ଏଣ୍ଟ୍ରି ହୋଇଛି। ସେ ଏହି ଫିଲ୍ମରେ କିଆରା ଆଡଭାନୀଙ୍କ ସ୍ଥାନ ନେଇଛନ୍ତି, ଯିଏକି ୨୦୨୨ରେ Bhool Bhulaiyaa 2 ରେ ନଜର ଆସିଥିଲେ। ଏହି କମେଡି ଫିଲ୍ମ ଚଳିତ ବର୍ଷ ଦିୱାଲୀ ଅବସରରେ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri