ତ୍ରିପାକ୍ଷିକ ଆଲୋଚନା ନିଷ୍ଫଳ

କିଭ୍‌,୨୫ା୧(ରଏଟର୍ସ): ୨୦୨୨ ଫେବୃଆରୀରୁ ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମାସକ ପରେ ପଞ୍ଚମ ବର୍ଷରେ ପହଞ୍ଚତ୍ବାକୁ ଥିବାବେଳେ ସଂଘର୍ଷର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ଓ ଶନିବାର ରୁଷୀୟ ଏବଂ ୟୁକ୍ରେନୀୟ କୂଟନୀତିଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିନ୍ତୁ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷୀୟ ସୈନ୍ୟ ପୁଣି ଆକ୍ରମଣ କରିଛନ୍ତି। ଏହି ଏୟାର ଷ୍ଟ୍ରାଇକ୍‌ରେ ଅନୂ୍ୟନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହର ଖାର୍‌କିଭ୍‌ରେ ମଧ୍ୟ ଡ୍ରୋନ୍‌ ଆକ୍ରମଣରେ ୨୭ ଜଣ ଆହତ ହୋଇଥିବା ସେଠାକାର ରିଜିଓନାଲ ହେଡ୍‌ ଓଲେହ ସିନିଏହୁବୋଭ୍‌ ସୂଚନା ଦେଇଛନ୍ତି। ରୁଷିଆ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣର ପ୍ରତ୍ୟକ୍ଷ ପ୍ରଭାବ ଆବୁଧାବିରେ ଚାଲିଥିବା ତ୍ରିପାକ୍ଷିକ ଆଲୋଚନା ଉପରେ ପଡ଼ିଛି। ଆମେରିକା, ରୁଷିଆ କିମ୍ବା ୟୁକ୍ରେନ୍‌ ପକ୍ଷରୁ କୌଣସି ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇନାହିଁ। ତେବେ ଉଭୟ ମସ୍କୋ ଓ କିଭ୍‌ ପରବର୍ତ୍ତୀ ଆଲୋଚନା ପାଇଁ ଆଗ୍ରହୀ ଥିବା କହିଛନ୍ତି।
ଆମେରିକା ମଧ୍ୟସ୍ଥତାରେ ଶନିବାର ଅନୁଷ୍ଠିତ ବୈଠକରୁ କୌଣସି ସୁଫଳ ମିଳିନାହିଁ। ୟୁକ୍ରେନୀୟମାନେ ଶୀତରେ ଥରୁଥିବାବେଳେ ରୁଷିଆର ରାତିଅଧିଆ ଆକ୍ରମଣକୁ ଏହାର କାରଣ ବୋଲି ମନେକରାଯାଉଛି। ରୁଷିଆ ପକ୍ଷରୁ ଶୁକ୍ରବାର ରାତିରେ ଘନଘନ ଏୟାର ଷ୍ଟ୍ରାଇକ୍‌ ଓ ଡ୍ରୋନ୍‌ ମାଡ଼ କରାଯାଇଥିଲା। ଏଥିଯୋଗୁ କିଭ୍‌ ସମେତ କେତେକ ଅଞ୍ଚଳର ଶକ୍ତି ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ବୈଠକ ଶେଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି Xରେ କହିଛନ୍ତି, ଆଲୋଚନାର ମୁଖ୍ୟ ବିନ୍ଦୁ ଯୁଦ୍ଧ ବନ୍ଦ ପାଇଁ ସମ୍ଭାବ୍ୟ ମାପଦଣ୍ଡ ସ୍ଥିର କରିବା ଥିଲା। ଆସନ୍ତା ସପ୍ତାହରେ ପରବର୍ତ୍ତୀ ବୈଠକ ହୋଇପାରେ। ୟୁଏଇ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ସାମ୍ନାସାମ୍ନି ଆଲୋଚନା ହୋଇଥିଲା, ଯାହାକି ଗତ ୪ ବର୍ଷରେ ବିରଳ। ତେବେ ଓ୍ବାଶିଂଟନ୍‌ର ଶାନ୍ତି ପ୍ରସ୍ତାବ ଉପରେ ସକାରାମତ୍କ ପରିଣାମ ଆସିପାରେ। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କୌଣସି ନିଷ୍କର୍ଷ ବାହାରି ନ ପାରିବା ପଛରେ ପୁଟିନ୍‌ଙ୍କ ‘ବର୍ବରତା’କୁ ଦାୟୀ କରିଛନ୍ତି। ଶାନ୍ତି ଆଲୋଚନା ଚାଲିଥିବାବେଳେ ପୁଟିନ୍‌ଙ୍କ ମିଶାଇଲ୍‌ ଆମ ଲୋକଙ୍କୁ ମାରୁଛି ବୋଲି ସେ ସମାଲୋଚନା କରିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri