ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଉପରେ ତ୍ରିପାକ୍ଷିକ ଆଲୋଚନା

ଜଗତ୍‌ସିଂହପୁର ଅଫିସ, ୧୧।୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପକ୍ଷରୁ ୫୩,୭୦୦ କୋଟି ଟଙ୍କା ବିନିମୟରେ ପାରାଦୀପରେ ସମନ୍ବିତ ଇସ୍ପାତ ପ୍ରକଳ୍ପ କରିବାକୁ ପ୍ରସ୍ତାବ ରହିଛି। ଏ ନେଇ ପ୍ରକ୍ରିୟା ଚାଲିଥିବା ବେଳେ ବୁଧବାର ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରଶାସନ ପକ୍ଷରୁ କମ୍ପାନୀ ଓ ସ୍ଥାନୀୟ ଲୋକଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା ହୋଇଛି। ଜିନ୍ଦଲ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ ପକ୍ଷରୁ ମୁଖ୍ୟ ପରିଚାଳନା ଅଧିକାରୀ ରଞ୍ଜନ ନାୟକ ପ୍ରକଳ୍ପ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ବିଶେଷକରି ସିଏସ୍‌ଆର୍‌ ପାଣ୍ଠି ବିନିଯୋଗ କରି କିପରି ଆଞ୍ଚଳିକ ଉନ୍ନୟନ କରିହେବ, ତାହା ଉପରେ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ହେବାକୁ ଥିବା ପାନବରଜ ମାଲିକ, ଶ୍ରମିକଙ୍କୁ କ୍ଷତିପୂରଣ ଦିଆଯିବ। ଜଙ୍ଗଲ ଜମି ହସ୍ତାନ୍ତର ହେଲେ ଏଥିରେ ଥିବା ବୃକ୍ଷ ବାବଦ ଜଙ୍ଗଲ ସୁରକ୍ଷା କମିଟିର କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ହେବ। ପ୍ରକଳ୍ପ ପ୍ରତିଷ୍ଠା ହେଲେ ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିପାରିବ ବୋଲି କହିଥିଲେ। ଜିଲାପାଳ ପାରୁଲ ପଟାୱରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଏବଂ ଏସ୍‌ପି ଅଖିଳେଶ୍ୱର ସିଂହ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବୈଠକରେ ଜିନ୍ଦଲ ଉତ୍କଳ ଷ୍ଟିଲ ଲିମିଟେଡ୍‌ର କର୍ମକର୍ତ୍ତା, ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ବିଭାଗୀୟ ଅଧିକାରୀ, ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ, ପ୍ରଭାବିତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ...

ପ୍ରେମ ପାଇଁ ଅପହରଣ ନାଟକ: ଜେଲ ଗଲେ ଅଭିଯୁକ୍ତ

ନିରାକାରପୁର,୨୮ା୧୧(ଡି.ଏନ୍‌.ଏ.): ପ୍ରେମ ପାଇଁ ଅପହରଣ ନାଟକ ରଚିଥିବା ଅଭିଯୁକ୍ତଙ୍କୁ ଶନିବାର ଜଙ୍କିଆ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ହେଲେ ତୋଫାନ ବେହେରା।...

ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ...

ନରେନ୍ଦ୍ରପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

ଶେରଗଡ଼,୨୧ା୮(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ଦୁଇ ଭାଇ। ଉଭୟଙ୍କୁ ଜ୍ୱର ହେବାରୁ...

ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ,...

କଳାହାଣ୍ଡି ଲୋକ ସଭା: ଭାଜପା ଆଗରେ

ଭବାନୀପାଟଣା,୨୩।୫: କଳାହାଣ୍ଡି ଲୋକ ସଭା ଆସନରେ ଭାଜପାର ବସନ୍ତ ପଣ୍ଡା ଆଗରେ ରହିଛନ୍ତି। ବସନ୍ତ ୧୦୮୪୧୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପୁଷ୍ପେନ୍ଦ୍ର...

ପେନାଲା ଗ୍ରାମକୁ ରାସ୍ତା ନାହିଁ: କାଠଗଣ୍ଡିରେ ଯାତାୟାତ କରୁଛନ୍ତି ଆଦିବାସୀ

ବାଲିଗୁଡ଼ା,୨୧।୧୨(ଡି.ଏନ୍‌.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ...

ପ୍ରକଳ୍ପ ପାଖରେ ଜମି ପଡ଼ିଆ

ଢେଙ୍କାନାଳ ଅଫିସ, ୨୬।୭:  ଲୁଚକାଳି ଖେଳୁଛି ମୌସୁମୀ। ଅନାବୃଷ୍ଟି ପାଇଁ ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ଅନିୟମିତ ଲଘୁଚାପ ବର୍ଷା ଚାଷକୁ ନିଅଣ୍ଟ ହେଉଥିବାବେଳେ ମୁଣ୍ଡରେ...

Advertisement
Archives

Model This Week