କୋକସରା,୮।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲା ପାଇଁ ଏସଟି ମୋର୍ଚ୍ଚା ଜିଲା ସଭାପତିଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି କ୍ରମରେ କୋକସରା ବ୍ଲକର ତ୍ରିନାଥ ଶବରଙ୍କୁ କଳାହାଣ୍ଡି ଜିଲା ଭାଜପା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ତ୍ରିନାଥ ଶବର ଜଣେ ସୁ-ସଂଗଠକ ହୋଇଥିବା ବେଳେ ଦୀର୍ଘ ବର୍ଷରୁ ଦଳରେ ରହି ଅନେକ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଆସୁଛନ୍ତି। ଦଳ ପକ୍ଷରୁ ତାଙ୍କୁ ଏହି ନୂତନ ଦାୟିତ୍ୱ ଦେବାପରେ ଦଳୀୟ କର୍ମୀମାନେ ବେଶ୍ ଖୁସି ଥିବାବେଳେ ଅଞ୍ଚଳବାସୀ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ନୂତନ ଦାୟିତ୍ୱ ପରେ ତ୍ରିନାଥ ଶବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଅନୁସୂଚିତ ଜନଜାତି ରାଜ୍ୟ ସଭାପତି କାନ୍ଦ୍ରା ସେରେନ, କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଡ଼, କଳାହାଣ୍ଡି ଏମ୍ପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ସମେତ ଜିଲାର ସମସ୍ତ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।