Categories: ଜାତୀୟ

ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କୁ ହତ୍ୟା

କୋଲକାତା,୨୪ ।୩: ପଶ୍ଚିମବଙ୍ଗର ବୀରଭୂମରେ ହିଂସା ଥମି ନ ଥିବା ବେଳେ ଏବେ ଆଉ ଜଣେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର ନାଦିୟା ଜିଲାରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣା ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ମୃତକ ହେଲେ ସହଦେବ ମଣ୍ଡଳ । ସେ ଟିଏମସିର ଜଣେ ସ୍ଥାନୀୟ କର୍ମୀ । ସହଦେବଙ୍କ ପତ୍ନୀ ଅନିମା ମଣ୍ଡଳ ବଗୁଲା ଗ୍ରାମ ପଞ୍ଚାୟତ ନମ୍ବର-୨ର ସଦସ୍ୟ । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ସହଦେବଙ୍କୁ ଲହୁଲୁହାଣ ଅବସ୍ଥାରେ ରାସ୍ତା ଉପରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ବଗୁଲା ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସେ ଗୁରୁତର ଥିବାରୁ ତାଙ୍କୁ କୃଷ୍ଣନଗର, ଶକ୍ତିନଗର ହସ୍ପିଟାଲ ରେଫର କରାଯାଇଥିଲା, ସେଠାରେ ସହଦେବଙ୍କ ମୃତ୍ୟୁ ହୋଇଥିଲା ।

Share