Categories: ଜାତୀୟ

ବିମାନ ଯାତ୍ରାବେଳେ ଏମ୍‌ପିଙ୍କ ଖାଦ୍ୟରୁ ବାହାରିଲା ଚୁଟି

ନୂଆଦିଲ୍ଲୀ,୨୨।୨: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଏକ ବଡ଼ ଅଭିଯୋଗ କରିଛନ୍ତି। ବିମାନ ଯାତ୍ରାବେଳେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ଚୁଟି ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏୟାରଲାଇନ୍ସ ଫ୍ଲାଏ ଏମିରେଟ୍ସ ଯାତ୍ରାବେଳେ ଏହି ଘଟଣା ଘଟିଛି। ଟୁଇଟର୍‌ରେ ଖାଦ୍ୟରେ ପଡ଼ିଥିବା ଚୁଟି ଫଟୋ ଶେୟାର କରି ମିମି ଲେଖିଛନ୍ତି, ପ୍ରିୟ ଏମିରେଟ୍ସ, ତୁମ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ବିଷୟରେ ତୁମେ ଆଦୌ ଚିନ୍ତା କରୁନାହଁ। ଖାଦ୍ୟରେ ଚୁଟି ବାହାରିବା ଭଲ କଥା ନୁହେଁ। ଏନେଇ ମୁଁ ତୁମ ଟିମ୍‌କୁ ମେଲ କରିଛି, କିନ୍ତୁ କ୍ଷମା ମାଗିବା କିମ୍ବା କୌଣସି ଉତ୍ତର ଦେବା ବୋଧହୁଏ ଆପଣଙ୍କ ପକ୍ଷରେ ସମ୍ଭବ ନୁହେଁ। ମୁଁ ଯେଉଁ ଖାଦ୍ୟକୁ ଚୋବାଉଥିଲି ସେଥିରୁ ଚୁଟି ବାହାରିଥିଲା। ଯଦି ତୁମେ ଯତ୍ନବାନ ତେବେ ସବିଶେଷ ତଥ୍ୟ ସହିତ ମୋର ମେଲ ଦେଖ। ଏହି ପରି ଭାବରେ, ମିମି ଚକ୍ରବର୍ତ୍ତୀ ଏମିରେଟ୍ସ ଏୟାରଲାଇନ୍ସକୁ ନିନ୍ଦା କରିଛନ୍ତି।

Share