Categories: ଜାତୀୟ

ଲୋକ ସଭାରେ ରାଗିଗଲେ ଅମିତ ଶାହା

ନୂଆଦିଲ୍ଲୀ,୨୧।୧୨: ଲୋକ ସଭାର ଶୀତକାଳୀନ ଅଧିବେଶନରେ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଡ୍ରଗ୍ସ ସମସ୍ୟାକୁ ନେଇ ବିସ୍ତାର ଭାବେ ଆଲୋଚନା କରିଥିଲେ। ଶାହା ନିଜ ମତ ରଖୁଥିବାବେଳେ ତୃଣମୂଳ କଂଗ୍ରେସ ଏମ୍‌ପି ସୌଗତ ରାୟ ବାଧା ସୃଷ୍ଟି କରିଥିଲେ। ଏଥିରେ ରାଗିଯାଇ ଶାହା କହିଛନ୍ତି, ଦାଦା, ଯଦି ତୁମେ ଏକ ଭାଷଣ ଦେବାକୁ ଚାହୁଁଛ, ମୁଁ ବସିଯାଉଛି, ଆପଣ କହିପାରିବେ। ଜଣେ ବରିଷ୍ଠ ଏମ୍‌ପି ହୋଇଥିବାରୁ ପାର୍ଲାମେଣ୍ଟ ବାଧା ସୃଷ୍ଟି କରିବା ଆପଣଙ୍କ ପଦବୀ ଏବଂ ବରିଷ୍ଠତାକୁ ଶୋଭା ପାଉନାହିଁ। ଶାହା ଏମିତି କହିବା ପରେ ଦଳର ସହକର୍ମୀମାନେ ତାଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ, ଲୋକ ସଭାରେ ଶାହା ଡ୍ରଗ୍ସ ନେଇ ନିଜ ସମ୍ବୋଧନରେ କହିଥିଲେ, ଡ୍ରଗ୍ସ ନେଉଥିବା ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ହେବ ଏବଂ ଯିଏ ଏହି ଡ୍ରଗ୍ସ ବିକୁଛନ୍ତି ତାଙ୍କ ନିରୋଧରେ କଡା ଆକ୍ସନ ନେବାକୁ ପଡିବ।

Share