Categories: ଜାତୀୟ

ଥରେ ନୁହେଁ ଦୁଇ ଥର ଟିଏମ୍‌ସି ଛାଡ଼ିଲେ ବିଧାୟକ

କୋଲକାତା,୨।୩ : ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଭାଜପା ମଧ୍ୟରେ ଟଣାଓଟରା ଜାରି ରହିଛି। ପଣ୍ଡେଶ୍ୱର ବିଧାୟକ ଜିତେନ୍ଦର ତିଓ୍ବାରୀ ମାତ୍ର ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରୁ ଇସ୍ତଫା ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ ଟିଏମ୍‌ସି ଛାଡ଼ିବାର କିଛି ଦିନ ପରେ ସେ ଦଳକୁ ଫେରି ଆସିଥିଲେ।

ବିଧାୟକ ଜିତେନ୍ଦର ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ରାଜ୍ୟ ମୁଖ୍ୟ ଦିଲିପ ଘୋଷ କହିଛନ୍ତି, ତିତେନ୍ଦର ତିଓ୍ବାରୀ ଦଳ ପରିବର୍ତ୍ତନ କରିଛନ୍ତି। ସେ ଟିଏମ୍‌ସି ପାଇଁ ବିଧାୟକ ଥିବାବେଳେ ଖୁବ୍‌ ଲୋକକଲ୍ୟାଣ କାର୍ଯ୍ୟ କରିଥିଲେ। ଏହା ବେଙ୍ଗଲରେ ପରିବର୍ତ୍ତନକୁ ଦର୍ଶାଉଛି। ଆହୁରି ପରିବର୍ତ୍ତନ ହେବ। ପୂର୍ବତନ ଟିଏମ୍‌ସି ନେତା ରାଜୀବ ବାନାର୍ଜୀ ଓ ପ୍ରବିର ଘୋଶାଲ ମଧ୍ୟ ଆମ ସହ ଅଛନ୍ତି।

Share