Categories: ଜାତୀୟ

ତୃତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ

କୋଲକତା,୪।୧: ପୂର୍ବତନ ଭାଜପା ଏମ୍‌ପି ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଟୁଇଟର ମାଧ୍ୟମରେ ସେ କହିଛନ୍ତି, ତାଙ୍କ ସ୍ତ୍ରୀ, ବାପା ଏବଂ ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଥମ ଥର ପାଇଁ ସେ ନଭେମ୍ବର ୨୦୨୦ ରେ କରୋନା ସଂକ୍ରମିତ ହୋଇଥିଲେ। ସେତେବେଳେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ, ସେ ଏପ୍ରିଲ ୨୦୨୧ରେ ସଂକ୍ରମିତ ହୋଇଥିଲେ ଏବଂ ଏବେ ତୃତୀୟ ଥର ପାଇଁ ତାଙ୍କୁ ପୁଣି ଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share