Categories: ଜାତୀୟ

ଟିଏମ୍‌ସି କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୪।୩: ତୃଣମୂଳ କଂଗ୍ରେସ (ଟିଏମ୍‌ସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମ୍ୟୁନିସିପାଲିଟିରେ ଗୁଳି କରି ହତ୍ୟା କରାଯାଇଛି। ପୂରା ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଛି। ଏହାକୁ ଅଧାର କରି ଶୁଟରଙ୍କୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଛି।

ପାନିହାଟି ମ୍ୟୁନିସିପାଲିଟି ୮ ନଂ ଓ୍ବାର୍ଡ କାଉନ୍‌ସିଲର ଅନୁପମ ଦତ୍ତଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଥିବା କହିଛନ୍ତି କମିଶନର ଅଫ୍‌ ପୋଲିସ ମନୋଜ କୁମାର ବର୍ମା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ କଣ୍ଟ୍ରାକ୍ଟ କିଲର ଶମ୍ଭୁନାଥ ପଣ୍ଡିତଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏବେ ପଚରାଉଚରା କରାଯାଉଛି।

କାଉନ୍‌ସିଲର ରବିବାର ସନ୍ଧ୍ୟାରେ ଆଗାରପାରାସ୍ଥିତ ଏକ ପାର୍କକୁ ଯାଇଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Share