କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ ଚନ୍ଦ୍ରମା କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ବରୁ ଗୁରୁ ଓ ମଙ୍ଗଳ ରହିଥିବାରୁ ତିନି ଗ୍ରହଙ୍କ ଯୁତିରେ ତ୍ରିଗ୍ରହୀ ଯୋଗ ଗଠନ ହେବ। ଜ୍ୟୋତିଷ ମତରେ ଏହି ଯୋଗ ଅକ୍ଟୋବର ୬ ପର୍ଯ୍ୟନ୍ତ ରହିବ।

ତ୍ରିଗ୍ରହୀ ଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ରହିପାରେ ବୋଲି ଜ୍ୟୋତିଷ ମତ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଆତ୍ମବିଶ୍ୱାସ ବଢ଼ିବା ସହ ନିଷ୍ପତ୍ତି ନେବାର କ୍ଷମତା ମଜବୁତ ହୋଇପାରେ। ଚାକିରିଆଙ୍କ ପାଇଁ ସଫଳତାର ସୁଯୋଗ ରହିବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିପାରେ। ସମାଜରେ ମାନ-ସମ୍ମାନ ବଢ଼ିପାରେ।

ତୁଳା ରାଶି ପାଇଁ ମଧ୍ୟ ଏହି ଯୋଗ ଲାଭଦାୟକ ହୋଇପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ପୂରା ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ମଧ୍ୟ ଭଲ ଲାଭ ପାଇପାରନ୍ତି। ନେତୃତ୍ୱ ଦକ୍ଷତା ପାଇଁ ପ୍ରଶଂସା ମିଳିବା ସହ ନୂଆ ପ୍ରୋଜେକ୍ଟ ମିଳିପାରେ। ହଠାତ୍‌ ଧନପ୍ରବାହ ବଢ଼ିବାର ଯୋଗ ରହିଛି।

ବିଛା ରାଶିର ଲୋକଙ୍କ ପାଇଁ ତ୍ରିଗ୍ରହୀ ଯୋଗ ଶୁଭ ରହିପାରେ। ଆର୍ଥିକ ସ୍ଥିତିରେ ସୁଧାର ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ବିଦେଶ ଯିବାର ସୁଯୋଗ ମିଳିବା ସମ୍ଭାବନା ରହିଛି। ବ୍ୟବସାୟିକ ଯାତ୍ରା ସଫଳ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରିପାରେ ଏବଂ ନିବେଶରୁ ଭଲ ଲାଭ ମିଳିବାର ଆଶା ରହିଛି।

ମୀନ ରାଶି ପାଇଁ ମଧ୍ୟ ତ୍ରିଗ୍ରହୀ ଯୋଗ ଲାଭଦାୟକ ହୋଇପାରେ। ଚାକିରି ବଦଳାଇବା ପାଇଁ ଚାଲିଥିବା ପ୍ରୟାସ ସଫଳ ହୋଇପାରେ। ହଠାତ୍‌ ଧନଲାଭର ଯୋଗ ସୃଷ୍ଟି ହୋଇପାରେ। ସନ୍ତାନ ପକ୍ଷରୁ ଭଲ ଖବର ମିଳିପାରେ। ପୁରୁଣା ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ମଧ୍ୟ ରହିଛି।

 

Dharitri – Odisha’s No.1 Odia Daily

Share
Tags: rashiphala