ବରଗଡ,୧୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି ଅଂଶ ଦ୍ବିତୀୟଥର ପାଇଁ ପୁଣି ଛିଣ୍ଡିଯାଇଛି। ରବିବାରରୁ ତ୍ରିରଙ୍ଗା ଏଭଳି ଛିଣ୍ଡିଥିଲେ ସୁଦ୍ଧା ତାକୁ ଏପର୍ଯ୍ୟନ୍ତ ଅପସାରଣ କରାଯାଇ ନାହିଁ ଏବଂ ଛିଣ୍ଡା ତ୍ରିରଙ୍ଗା ସେଠାରେ ଉଡୁଛି। ଏହା ସ୍ଥାନୀୟ ଦେଶପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ତୁରନ୍ତ ଛିଣ୍ଡି ଯାଇଥିବା ତ୍ରିରଙ୍ଗାକୁ ସେଠାରୁ ଅପସାରଣ କରି ନୂତନ ତ୍ରିରଙ୍ଗା ଲଗାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ପ୍ରକାଶ ଥାଉକି, ଗତ ମାର୍ଚ୍ଚ ମାସ ୩୦ତାରିଖ ଝଡବତାସ ଯୋଗୁ ଛିଣ୍ଡି ଯାଇଥିଲା। ସେତେବେଳେ ତାକୁ ଅପସାରଣ କରାଯାଇ ନୂତନ ତ୍ରିରଙ୍ଗା ଲଗାଯାଇଥିଲା। ଏବେ ପୁଣି ସେହି ତ୍ରିରଙ୍ଗାର କିଛି ଅଂଶ ଛିଣ୍ଡିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।