Categories: ଜାତୀୟ

ଜାତିର ପିତା-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ପବିତ୍ର ଜନ୍ମ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ, ରାହୁଲ ଗାନ୍ଧୀ ସମେତ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନେତୃବୃନ୍ଦ ରାଜଘାଟରେ ମହାତ୍ମାଙ୍କୁ ଏବଂ ବିଜୟ ଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତିି ଯେ, ମହାତ୍ମାଙ୍କ କାର୍ଯ୍ୟ ଏବଂ ଆଦର୍ଶ ପ୍ରତି ଯୁଗରେ ପ୍ରତି ପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହିତ କର୍ତ୍ତବ୍ୟ ପଥରେ ଆଗେଇବା ଲାଗି ଦୃଢ଼ ଆତ୍ମବିଶାସ ସୃଷ୍ଟି କରିବ। ସେହିପରି ସେ ଟୁଇଟ୍‌ କରି କହିଛନ୍ତି ଯେ, ଶାସ୍ତ୍ରୀ ନୀତି ଏବଂ କର୍ତ୍ତବ୍ୟନିଷ୍ଠା ଦେଶବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିବ।

Share