Categories: ଜାତୀୟ

ଇନ୍ଦିରାଙ୍କୁ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୯।୧୧: ଲୌହ ମାନବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜନ୍ମ ବାର୍ଷିକୀ ଅବସରରେ ଶକ୍ତିସ୍ଥଳରେ ଗୁରୁବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୧୭ ନଭେମ୍ବର ୧୯ରେ ଇନ୍ଦିରା ଗାନ୍ଧୀ ଆହ୍ଲାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ପିତା ଜବାହର ଲାଲ୍‌ ନେହେରୁ ଏବଂ ମାତା କମଳା ନେହେରୁ ଇନ୍ଦିରାଙ୍କୁ ଅତି ସ୍ନେହ କରୁଥିଲେ। ଇନ୍ଦିରାଙ୍କର ଜଣେ ଭାଇ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୬୬ ଜାନୁୟାରୀ ୨୪ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ରାଜନୀତିରେ ନୀରବତା ଅବଲମ୍ବନ କରଥିବାରୁ ଗଣମାଧ୍ୟମ ଇନ୍ଦିରାଙ୍କୁ ‘ଗୁଙ୍ଗୀ ଗୁଡ଼ିୟା’ ଭାବେ ଅଭିହିତ କରାଯାଇଥିଲା। ତେବେ ୧୯୬୭ ସାଧାରଣ ନିର୍ବାଚନ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ନିଜର ପ୍ରକୃତ ପରିଚୟ ଦେଇଥିଲେ। ୧୯୮୪ ଅକ୍ଟୋବର ୩୧ରେ ଦେହରକ୍ଷୀଙ୍କ ଗୁଳିରେ ଇନ୍ଦିରାଙ୍କ ମୃତ୍ୟୁ ଘଟିଥିଲା।

 

Share