ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା ଜଣାପଡିବା ପରେ ଚମ୍ପାଙ୍କୁ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପା ପ୍ରଥମ ଉଦ୍ୟମରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁ ଏହି ସଫଳତା ହାସଲ କରିଥିବା ସେ କହିଛନ୍ତି। ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ସେ ଡାକ୍ତରୀ ପଢିବେ। ତାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟ ଯୁବତୀ ଯୁବକ ଓ ଆଦିବାସୀ ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ କହିଛନ୍ତି। ଆଦିମ ଦିଦାୟୀ ଜନଜାତିର ପ୍ରଥମ ଯୁବତୀ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ। ଚମ୍ପା ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟରୁ ୨୦୧୯ରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି। ଯୁକ୍ତ ୨ ପରେ ଶିକ୍ଷକ ତାଙ୍କ ଭଉଣୀଙ୍କ ପାଖରେ ରଖି ନିଜ ଅର୍ଥରେ ବାଲେଶ୍ୱରର ଏକ କୋଚିଂ ସେଣ୍ଟରରେ ତାଲିମ ନେବା ପାଇଁ ସହଯୋଗ କରିଥିଲେ। ଜିଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ଓ ଜିଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ତାଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ଭୟଙ୍କର ଯୁଦ୍ଧ: ସ୍କୁଲ ଛୁଟି ଘୋଷଣା , ଓ଼୍ବାର୍କ ଫର୍ମ ହୋମ୍‌ ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ!

ନୂଆଦିଲ୍ଲୀ,୧୫।୩: ଇରାନ ସହିତ ଜଡିତ ସଂଘର୍ଷ ଏସୀୟ ରାଷ୍ଟ୍ରଗୁଡ଼ିକର କାର୍ଯ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଛି। ଅଧିକାଂଶ ଦେଶରେ, ତୈଳ ଯୋଗାଣ ବନ୍ଦ ହୋଇଯାଇଛି କିମ୍ୱା ବହୁଳ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ: ସେନା ପଠାଇବ ଚାଇନା, ଥରିଲାଣି ଆମେରିକା!

ନୂଆଦିଲ୍ଲୀ,୧୫।୩: ଆମେରିକା ବର୍ତ୍ତମାନ ଇରାନ ସହିତ ଯୁଦ୍ଧକୁ ଜୋରଦାର କରିଛି। ଏହି ସଂଘର୍ଷ 15 ଦିନ ଧରି ଚାଲିଛି। ଆମେରିକା ଦ୍ରୁତ ଗତିରେ ପଶ୍ଚିମ ଏସିଆ ଆଡକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri