ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ

ବର୍ତ୍ତମାନ ଟ୍ରାଇବାଲ୍‌ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ଓ୍ବେଷ୍ଟର୍ନଠାରୁ ଆରମ୍ଭ କରି ଟ୍ରାଡିଶନାଲ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ପୋଷାକ ସହ ଏହାର କମ୍ବିନେଶନ୍‌ ଅଧିକ ଟ୍ରେଣ୍ଡି ଏବଂ ଆଇକ୍ୟାଚି ଲାଗୁଛି…
ଆଦିବାସୀମାନେ ବ୍ୟବହାର କରୁଥିବା ସୁନା, ରୁପା କିମ୍ବା ଅନ୍ୟ ମେଟାଲିକ୍‌ କଏନ୍‌ ଜୁଏଲେରି ବର୍ତ୍ତମାନ ଫ୍ୟାଶନ୍‌ର ରୂପ ନେଇଛି। ବିଶେଷକରି ଆଣ୍ଟିକ୍‌ ତଥା ଅକ୍ସିଡାଇଜ୍‌ଡ ଟ୍ରାଇବାଲ୍‌ ଜୁଏଲେରିକୁ ଶାଢ଼ି, ଚୁଡିଦାର ପଞ୍ଜାବୀ, ଲଙ୍ଗ ଗାଉନ୍‌,
ଲଙ୍ଗ୍‌ ଫ୍ରକ୍‌ ଆଦି ଭଳି ପୋଷାକ ସହ ବ୍ୟବହାର କରିବା ଦ୍ୱାରା ଆକର୍ଷଣୀୟ ଲୁକ୍‌ ମିଳିପାରୁଛି।
କେତେକ ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।
ଓ୍ବେଷ୍ଟର୍ନ ଆଉଟ୍‌ ଫିଟ୍‌ ସହିତ ଏଭଳି ଜୁଏଲେରିକୁ ପେୟାର କଲେ ଲୁକ୍‌ ଅଧିକ ମଡର୍ନ ଏବଂ ଷ୍ଟାଇଲିସ୍‌ ଲାଗିଥାଏ। ଡିଜାଇନ୍‌ର ଡ୍ରେସ୍‌ ସହିତ ବୋଲ୍ଡ ଟ୍ରାଇବାଲ୍‌ ନେକ୍‌ଲେସ୍‌ ଏବଂ ଲଙ୍ଗ୍‌ ଡ୍ୟାଙ୍ଗ୍‌ଲ ଇୟରରିଂ ଏବଂ ବ୍ୟାଙ୍ଗଲ୍‌ ସୁନ୍ଦର ଲାଗିଥାଏ। ବିଶେଷକରି ଜିନ୍ସ ଏବଂ ଟି ଶାର୍ଟ ସାଙ୍ଗକୁ ଟ୍ରାଇବାଲ ନେକ୍‌ଲେସ୍‌ ବର୍ତ୍ତମାନ ଟ୍ରେଣ୍ଡରେ ଅଛି।
ବର୍ତ୍ତମାନ ଫ୍ୟାଶନେବଲ୍‌ ଲୁକ୍‌ ପାଇବା ପାଇଁ ଅଧିକାଂଶ ବୋହୋ ଟ୍ରାଇବାଲ୍‌ ନେକ୍‌ଲେସ୍‌ ଏବଂ ଟ୍ରାଇବାଲ୍‌ ବ୍ୟାଙ୍ଗଲ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଅପେକ୍ଷାକୃତ ଅଧିକ ଆଇକ୍ୟାଚି ହୋଇପାରୁଛି।