ଡାକ୍ତର ହେବେ ଆଦିବାସୀ ଝିଅ ବିଦୁ ନାଏକ: ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟସ୍ତରର ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)ରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗତ ଜୁନ ୧୪ରେ ସେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲ କଲେଜରେ ନାମ ଲେଖାଇ ଡାକ୍ତର ପାଠ ପଢୁଛନ୍ତି।
ଜିଲାର ଉପାନ୍ତ ଅଞ୍ଚଳ ନୂଆପଡ଼ା ଗାଁରେ ବିଦୁ ନାଏକ ବାପା ନରେନ୍ଦ୍ର, ମା’ ପ୍ରେମଶିଳା ଓ ଛୋଟ ଭଉଣୀଙ୍କ ସହ ରହନ୍ତି। ବିଦୁଙ୍କ ମା’ବାପା ଘର କାମ ସହ ମୂଲମଜୁରି କରି ଯାହା ଉପାର୍ଜନ କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଏ। ଗାଁ ସ୍କୁଲରେ ବିଦୁ ପ୍ରଥମରୁ ପଞ୍ଚମ ଓ ପରଦୁଲୁକିବନ୍ଧ ଆଦିବାସୀ ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢି ୨୦୨୦ରେ ୪୩୧ ମାର୍କ ରଖି ପାସ୍‌ କରିଥିଲେ। କିନ୍ତୁ ୨୦୨୦ରୁ ୨୦୨୧ ପର୍ଯ୍ୟନ୍ତ ତାଙ୍କର ପାଠପଢା ବନ୍ଦ ହୋଇଗଲା। ଘରେ ଦୁଇଓଲି ଦୁଇମୁଠା ଖାଇବା ପାଇଁ ଅସୁବିଧା ହୋଇଥିଲା। ଘରର ଆର୍ଥିକ ସ୍ଥିତିକୁ ଦେଖି ବିଦୁ ଧାନ ବିଲରେ ମୂଲମଜୁରି କରି କିଛି ଟଙ୍କା ଘର ଚଳିବା ପାଇଁ ଦେଇ ଆଉ କିଛି ପାଠ ପଢା ପାଇଁ ସଞ୍ଚୟ କରି ରଖିଥିଲେ। ବିଦୁଙ୍କ ଭଲ ପାଠ ପଢା ଦେଖି ତାଙ୍କୁ ସର୍ବଦା ସହଯୋଗ କରି ଆସିଥିବା ତାଙ୍କ ବଡ଼ ମା’ଙ୍କ ପୁଅ ଲାବଣ୍ୟ ପୂଜାରୀ ୨୦୨୨ରେ ବିଦୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରିଥିଲେ। ବିଦୁଙ୍କୁ ଲାଞ୍ଜିଗଡ଼ ଆଦିବାସୀ ହାୟର ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇଥିଲେ। ସେଠାରେ ବିଦୁ ୪୫୪ ମାର୍କ ବା ୭୫ ପ୍ରତିଶତ ରଖି ୨୦୨୪ରେ ପାସ୍‌ କରିଥିଲେ। ପରେ ସେ ଭୁବନେଶ୍ୱରରେ କୋଚିଂ ନେଇ ସେଠାରେ ନିଟ୍‌ ପରୀକ୍ଷା ଦେଇ ଗତ ଜୁନ ୨୦୨୫ରେ ପ୍ରଥମଥର ହିଁ ଉତ୍ତୀର୍ଣ୍ଣ ହୋଇଥିଲେ। ଅଞ୍ଚଳରେ ଥିବା ଅନ୍ଧବିଶ୍ୱାସ ଦୂର କରିବା ସହ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଆଶା ରଖିଥିବା ବିଦୁ କହିଛନ୍ତି। ତାଙ୍କ ଏପରି ସଫଳତା ସ୍ଥାନୀୟ ଆଦିବାସୀ ଛାତ୍ରୀଛାତ୍ରଙ୍କ ମନର ଏକ ନୂତନ ଆଶା ସଞ୍ଚାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri