Posted inଖେଳ

ଯୁବ ଖେଳାଳିଙ୍କ ପାଇଁ ପରୀକ୍ଷା

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରୁ ଭଲ ଶିକ୍ଷାଲାଭ କରିଛି ଟିମ୍‌ ଇଣ୍ଡିଆ। ଟି୨୦ ସିରିଜ ପରାଜୟ ପାଇଁ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୋସିଆଲ ମିଡିଆରେ ବେଶ୍‌ ଟ୍ରୋଲ ହେବାକୁ ପଡିଛି। କ୍ରମାଗତ ଭାବେ ୧୨ଥର ବିଭିନ୍ନ ଦେଶ ସହ ସିରିଜ ଜିତି ରେକର୍ଡ କରିଥିବା ଭାରତୀୟ ଦଳକୁ ୨-୩ରେ ସିରିଜ ହାରିବାକୁ ପଡିଛି। ଯାହାକି ମୁଖ୍ୟ କୋଚ ଏବଂ ଟି୨୦ କ୍ୟାପଟେନ ହାର୍ଦ୍ଦିକଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି। ଆଗକୁ ଗୁରୁତ୍ୱପୂର୍ଣ୍ଣ ଏସିଆ କପ୍‌ ଆସୁଥିବା ବେଳେ ଅକ୍ଟୋବର ୫ରୁ ଆଇସିସି ଏକଦିବସୀୟ ବିଶ୍ୱକପ ଭାରତରେ ଖେଳାଯିବାକୁ ରହିଛି। ଭାରତ ଯୁବ ଖେଳାଳିମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଫଳରେ ଦୀର୍ଘ ୭ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ ସିରିଜ ହାରି ସମାଲୋଚନାର ଶରବ୍ୟ ହୋଇଛି। ଯେଉଁ ଯୁବ ଖେଳାଳିମାନେ ଫ୍ରାଞ୍ଚାଇଜଭିତ୍ତିକ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳରେ ସାମିଲ ହେବା ପାଇଁ ଦୃଢ଼ ଦାବିଦାର ରହିଥିଲେ ଗତ ୱେଷ୍ଟଇଣ୍ଡିଜ ସିରିଜରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। କାରଣ ପୂର୍ବତନ ଭାରତୀୟ ଖେଳାଳିମାନେ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ବାରମ୍ବାର ଦାବିକରି ଆସୁଥିଲେ। ସେମାନଙ୍କ ମଧ୍ୟରେ କପିଲ ଦେବ, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ଦିଲୀପ ଭେଙ୍ଗସରକାର ଏପରିକି ସଚିନ ତେନ୍ଦୁଲକର ମଧ୍ୟ ସେପରି ଖେଳାଳିଙ୍କୁ ବିଭିନ୍ନ ଫର୍ମାଟରେ ସୁଯୋଗ ଦେବା ପାଇଁ କହିଥିଲେ। ଟିମ୍‌ ଇଣ୍ଡିଆର ଅନେକ ରେଗୁଲାର ଖେଳାଳି ଶ୍ରେୟସ ଆୟାର, ରିଷଭ ପନ୍ତ, ଲୋକେଶ ରାହୁଲ, ଉମେଶ ଯାଦବ, ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ୱାର୍ଡ, ଶୁଭମନ ଗିଲ, ସଞ୍ଜୁ ସାମସନ, ତିଳକ ବର୍ମା, ମୁକେଶ କୁମାର, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ଉମ୍ରାନ ମଲ୍ଲିକ, ଜୟଦେବ ଉନାଡକଟ୍‌ଙ୍କୁ ସୁଯୋଗ ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ ମାଟିରେ ଖେଳାଯାଇଥିବା ୩ ଫର୍ମାଟକଥା ଦେଖିଲେ କିଛି ଯୁବଖେଳାଳି ସଫଳ ହୋଇଥିବା ନଜରକୁ ଆସେ। ସାମସନ, ଗାଏକ୍ୱାର୍ଡ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଟି୨୦ର ୨ଟି ମ୍ୟାଚରେ ସଫଳ ହୋଇଥିଲେ। ଶୁଭମନ ଗିଲ ଗୋଟିଏ ମ୍ୟାଚକୁ ଛାଡିଦେଲେ ଅତି ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। ସ୍ପିନରମାନଙ୍କ ମଧ୍ୟରେ କୁଳଦୀପ ଯାଦବଙ୍କ ଚମକତ୍ାର ସ୍ପିନ ବୋଲିଂ ଦେଖିବାକୁ ମିଳିଥିବା ବେଳେ ତିଲକ ବର୍ମା ତାଙ୍କର ଆଇପିଏଲ୍‌ ଫର୍ମ ଯୋଗୁ କେତେଗୁଡିଏ ଭଲ ଇନିଂସ ଖେଳି ନିଜ ଦକ୍ଷତାର ଉପଯୁକ୍ତ ପ୍ରମାଣ ଦେଇଥିଲେ। ଇଶାନ କିଶନ ଏକଦିବସୀୟ ମ୍ୟାଚରେ ଚମକ ଦେଖାଇଥିବାବେଳେ ମୁକେଶ କୁମାର ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ସବୁଠାରୁ ଚର୍ଚ୍ଚାରେ ରହିଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ। ନିଜେ ନୂଆ ବଲରେ ବୋଲିଂ କରିବା, ବୋଲର ରୋଟେଶନରେ ଅସଫଳ, ଯୁବ ବ୍ୟାଟରମାନଙ୍କୁ ଉପଯୁକ୍ତ ଡାଉନରେ ନ ଖେଳାଇବା, ନିଜର ଖରାପ ଫର୍ମ, ଟସ୍‌ ଜିତି ବ୍ୟାଟିଂ କିମ୍ବା ବୋଲିଂ ନେବାର ନିଷ୍ପତ୍ତିରେ ଅପରିପକ୍ୱତା ସହିତ ସିରିଜ ହାରିବା ପରେ ”ବେଳେ ବେଳେ ହାରିବା ଆବଶ୍ୟକ ଏବଂ ସେଥିରୁ ଅନେକ ଶିକ୍ଷା ମିଳିଥାଏ“ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେଉଁ ଦଳ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ, ଏପରିକି ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍ସ ଏବଂ ଜିମ୍ବାୱେଠାରୁ ହାରି ବାଦ୍‌ପଡିଥିବା ସେପରି ଦଳଠାରୁ ସିରିଜ ହାରିବା ନିଶ୍ଚିତ ପରିତାପର ବିଷୟ।
ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକ୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଆଘାତଜନିତ ସମସ୍ୟା ଯୋଗୁ ଗତବର୍ଷ ସେପ୍ଟେମ୍ବରରୁ କୌଣସି ଅନ୍ତର୍ଜାତୀୟ ସିରିଜରେ ଖେଳିପାରି ନାହାନ୍ତି। ତାଙ୍କୁ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ଏହି ସିରିଜର ୩ ମ୍ୟାଚରେ ଟିମ୍‌ ଇଣ୍ଡିଆର ଏକ ଭିନ୍ନ ଦଳ ଦେଖିବାକୁ ମିଳିବ। ଦଳରୁ ସମସ୍ତ ସିନିୟର ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ନୂଆ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜର ସମସ୍ତ ମ୍ୟାଚ ଡବଲିନ୍‌ଠାରେ ଖେଳାଯିବ। ଏହା ପରେ ଭାରତୀୟ ଦଳ ଏସିଆ କପ୍‌ ଖେଳିବ। ତେଣୁ ଭାରତର ଆୟର୍ଲାଣ୍ଡ ସିରିଜ ପରେ ଏସିଆ କପ୍‌ ପାଇଁ ଖେଳାଳି ମନୋନୟନ ହେବ। ବୁମରାଙ୍କ ସହିତ କୁଳଦୀପ ଯାଦବ ଏବଂ ତିଳକ ବର୍ମାଙ୍କ ପରି ଖେଳାଳି ଏସିଆ କପଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ଋତୁରାଜ ଗାଏକ୍ୱାର୍ଡ, ପ୍ରସିଦ୍ଧ କ୍ରିଷ୍ଣା, ଜିତେଶ ଶର୍ମା, ରିଙ୍କୁ ସିଂ, ଶିବମ ଦୁବେ, ୱାଶିଂଟନ ସୁନ୍ଦରଙ୍କ ପରି ଖେଳାଳି ସ୍ଥାନ ପାଇଛନ୍ତି। ବୁମରାଙ୍କ ଚେହେରାରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଛି। କାରଣ ସେ ପ୍ରଥମ ଥର ପାଇଁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି। ସଞ୍ଜୁ ସାମସନଙ୍କ ପାଇଁ ଏହି ସିରିଜ ଶେଷ ସୁଯୋଗ ହୋଇପାରେ। କାରଣ ୱେଷ୍ଟଇଣ୍ଡିଜ ଗସ୍ତରେ ସେ ଅତି ଖରାପ ପ୍ରଦର୍ଶନ କରିବା ସହିତ ସୁଯୋଗ ହାତଛଡା କରି ସାରିଛନ୍ତି। ୨୦୧୫ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସୁଯୋଗ ପାଇଥିବା ଏହି ଖେଳାଳି ଅଧିକାଂଶ ସମୟ ଦଳରୁ ବାହାରେ ରହିଛନ୍ତି ଏବଂ ଠିକଣା ସମୟରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଶାହାବାଦ ଅହମ୍ମଦ ଗତ ଆଇପିଏଲ୍‌ରେ ଭଲ ବୋଲିଂ କରିଥିଲେ। ଅର୍ଶଦୀପ ସିଂ, ମୁକେଶ କୁମାର, ଆଭେଶ ଖାଁ କିପରି ସୁଯୋଗର ସଦ୍‌ବ୍ୟବହାର କରିବେ ତାହା ଦେଖିବାର କଥା।
ରାହୁଲ ଡ୍ରାଭିଡ ଏବଂ ଅନ୍ୟ ସମସ୍ତ କୋଚିଂ ଷ୍ଟାଫ୍‌ଙ୍କୁ ଏହି ସିରିଜରୁ ବାଦ୍‌ ଦିଆଯାଇଛି। ମାତ୍ର ଡ୍ରାଭିଡ ଏସିଆ କପ୍‌ ପାଇଁ କୋଚ ଭାବେ ଟିମ୍‌ ଇଣ୍ଡିଆ ସହିତ ରହିବେ। ଆୟର୍ଲାଣ୍ଡ ଦଳ ମଧ୍ୟ ଟି୨୦ରେ ଏକ ଶକ୍ତିଶାଳୀ ଦଳ। ତେବେ ଏହା ବିପକ୍ଷରେ ଭାରତର ରେକର୍ଡ ବହୁତ ଭଲ। ଉଭୟ ଦଳ ମଧ୍ୟରେ ମୋଟ ୫ଟି ଟି୨୦ ମ୍ୟାଚ ହୋଇଥିବାବେଳେ ଭାରତ ସମସ୍ତ ୫ଟି ଯାକରେ ଜିତିଛି। ୨୦୨୨ରେ ଅନୁଷ୍ଠିତ ଏକ ମ୍ୟାଚ କିନ୍ତୁ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଥିରେ ଭାରତ ମାତ୍ର ୪ ରନରେ ବିଜୟୀ ହୋଇଥିଲା। ଦଳରେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ପରି ଖେଳାଳି ସ୍ଥାନ ପାଇ ନ ଥିବାବେଳେ ଯୁବଖେଳାଳିମାନେ ସୁଯୋଗର ସଦୁପଯୋଗ କରିବା ଆଶା ରହିଛି। ଏସିଆ କପ୍‌ ଏବଂ ବିଶ୍ୱକପ୍‌ ପାଇଁ ଭାରତୀୟ ଦିନିକିଆ ଦଳ ଗଠନଲାଗି ମନୋନୟନକାରୀଙ୍କ ପାଖରେ ପର୍ଯ୍ୟାପ୍ତ ବିକଳ୍ପ ରହିଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri