Posted inଜାତୀୟ

୧୯କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି। ତେବେ ଶନିବାର ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଜାରି କରିନାହାନ୍ତି। ଆନ୍ଧ୍ରର ଜବାବ ମିଳିବା ପରେ ଆସନ୍ତା ୧୯ରେ ଏହି ପ୍ରସଙ୍ଗରେ ବିଚାର କରାଯିବ ବୋଲି ଦୁଇଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଆନ୍ତଃ ରାଜ୍ୟ ସୀମା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। କୋରାପୁଟ ସୀମାନ୍ତ ୨୮ ଗ୍ରାମକୁ ଆନ୍ଧ୍ର ମାଡ଼ିବସିଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଥିବା ତଳଗଞ୍ଜେଇପଦର, ଫଗୁଣସେନେରି ଓ ଫାଟୁସିନେରି ଗ୍ରାମକୁ ଆନ୍ଧ୍ର ନିଜ ସାଲୁର ବ୍ଲକ୍‌ର ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ କରାଉଛି। ପୂର୍ବରୁ ତଳଗଞ୍ଜେଇପଦର ଓ ଫଗୁଣସେନେରିରେ ନିଦ୍ଦର୍‌ବନ୍ଦ୍ୱରେ ୨ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବାବେଳେ ଫେବୃୟାରୀ ୧୩ ତାରିଖରେ ଫାଟୁସେନେରି ଗ୍ରାମରେ ଭୋଟଗ୍ରହଣ ହେବ। ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୫୦ ବର୍ଷ ପୂର୍ବେ ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଆନ୍ଧ୍ର ସରକାର ଉଲ୍ଲଂଘନ କରିଥିବା ଓଡ଼ିଶା ପକ୍ଷରୁ ପିଟିଶନରେ ଦର୍ଶାଯାଇଛି। କୋଟିଆ ସୀମା ବିବାଦ ବିଚାରାଧୀନ ଥିବାରୁ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୯୬୮ ଡିସେମ୍ବର ୨ରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଏକତରଫା ନିଷ୍ପତ୍ତି ନେଇ ଉକ୍ତ ନିର୍ଦ୍ଦେଶନାମାର ଉଲ୍ଲଂଘନ କରିଥିବା ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଓ ଶିବୁ ଶଙ୍କର ମିଶ୍ର ଗୁରୁବାର ଅଦାଲତ ଅବମାନନା ପିଟିଶନରେ ଦର୍ଶାଇଥିଲେ। ଉକ୍ତ ଆବେଦନର ଜରୁରୀ ଶୁଣାଣି ପାଇଁ ଉଭୟେ ଅନୁରୋଧ କରିଥିଲେ। ଓଡ଼ିଶାର ଆବେଦନ ଉପରେ ଶୁକ୍ରବାର ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି। ସଂକ୍ଷିପ୍ତ ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବିକାଶ ସିଂ କହିଥିଲେ, ୨୦୦୬ ମାର୍ଚ୍ଚ ୩୦ ରାୟ ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ଦୁଇରାଜ୍ୟ ସ୍ଥିତାବସ୍ଥା ବଜାୟ ରଖିବା ଉଚିତ। କିନ୍ତୁ ଓଡ଼ିଶା ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଆନ୍ଧ୍ର ସରକାର ଶନିବାର ପଞ୍ଚାୟତ ନିର୍ବାଚନ କରାଉଛନ୍ତି, ଯାହାକି ଅଦାଲତ ଅବମାନନା ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଆନ୍ଧ୍ରର ଓକିଲ ମହଫୁଜ୍‌ ଏ. ନାଜ୍‌କି ପିଟିଶନର ନକଲ ପାଇ ନ ଥିବା କହିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ନିର୍ବାଚନ କରାଯାଉଥିବା ସେ ଅଦାଲତଙ୍କୁ ଅବଗତ କରାଇଥିଲେ। ଖଣ୍ଡପୀଠ କହିଥିଲେ, ବର୍ତ୍ତମାନ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ। ଆନ୍ଧ୍ର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କୁ ଓଡ଼ିଶା ପିଟିଶନର ଅଗ୍ରିମ କପି ଦିଆଯାଉ। ଆନ୍ଧ୍ରର ଜବାବ ଆସିବା ପରେ ଆସନ୍ତା ଶୁକ୍ରବାର ତାକୁ ଅନୁଧ୍ୟାନ କରି ଶୁଣାଣି କରାଯିବ। ସେହିପରି ବୁଧବାର ଭାରତୀୟ ବିକାଶ ପରିଷଦ ନାମକ ଏକ ସାମାଜିକ ସଙ୍ଗଠନ ମଧ୍ୟ ନିର୍ବାଚନ ବନ୍ଦ କରିବା ଲାଗି ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri