ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ରହିଥାଏ। ହେଲେ ଏବେ ତ ମାର୍କେଟ୍‌କୁ ଅନେକ ଭେରାଇଟିର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ କ୍ୟାପ୍‌ ଓ ଟ୍ରେଣ୍ଡି ଫୁଟ୍‌ଓ୍ବେର୍‌ ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଲାଗିପାରିବେ। ଆସନ୍ତୁ ଜାଣିବା ସେ ନେଇ କିଛି ସହଜ ଟିପ୍ସ…

ଜମ୍ପସୁଟ୍‌ ସହ ଶ୍ରଗ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହିତ କମ୍ଫର୍ଟେବଲ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍‌ ସହ ଶ୍ରଗ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହାକୁ ପିନ୍ଧିଲେ ଶୀତରୁ ରକ୍ଷା ମିଳିବା ସହ ମନ ଭିତରେ କନ୍‌ଫିଡେଣ୍ଟ ଲେଭଲ୍‌ ବଢିଗଲା ଭଳି ଅନୁଭବ ହୋଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ହୁଡେଡ୍‌ ଟି-ଶାର୍ଟ: ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହା ସହିତ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ଆଉ ସବୁଠୁ ଖାସ୍‌ କଥା ହେଉଛି ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହିତ ଏହାକୁ ପିନ୍ଧିଲେ ଡିଫରେଣ୍ଟ ଲୁକ୍‌
ମିଳିଥାଏ। ଖାସ୍‌ କରି ହାଲ୍‌କା ରଙ୍ଗରେ ଆସୁଥିବା କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌କୁ ଟ୍ରାଉଜର୍ସ କିମ୍ବା ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ରକ୍ଷା ମିଳିଥାଏ।

ଅଲ୍‌ ଟାଇମ୍‌ ହିଟ୍‌ ସ୍ବେଟର୍‌: ଶୀତଦିନେ ଶର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍‌ରେ କେତେ ଆକର୍ଷଣୀୟ ଡିଜାଇନ୍‌ର ସ୍ବେଟର୍‌ ବିକ୍ରି ହୋଇଥାଏ, ଯାହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଟ୍ରେଣ୍ଡି ଷ୍ଟୋଲ୍‌: ଷ୍ଟୋଲ୍‌ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ପର୍ସନାଲିଟିକୁ ବଢ଼ାଇବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ। ସେଥିପାଇଁ ଏହାର ଅନେକ ଭେରାଇଟି ମାର୍କେଟ୍‌ରେ ଦେଖିବାକୁ ମିଳିଥାଏ। ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌, ପମ୍‌ ପମ୍‌ ଷ୍ଟୋଲ୍‌, ମଲ୍ଟିକଲର୍‌ ଷ୍ଟୋଲ୍‌, ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌ ଇତ୍ୟାଦିର ବେଶ୍‌ ଚାହିଦା ରହିଥାଏ ଯୁବପିଢିଙ୍କ ଭିତରେ।

ଓ୍ବିଣ୍ଟର କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ଆଉଟ୍‌ଫିଟ୍‌ କିମ୍ବା ଓ୍ବିଣ୍ଟର ଓ୍ବେର୍‌ ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍‌ କ୍ୟାପ୍‌ର ବି ଆବଶ୍ୟକତା ପଡିବ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି ଓ୍ବିଣ୍ଟର୍‌ କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଓ୍ବିଣ୍ଟର ଫୁଟ୍‌ଓ୍ବେର୍‌: ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଓ୍ବିଣ୍ଟର୍‌ ଫୁଟ୍‌ଓ୍ବେର୍‌ ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ଓ୍ବେଦରପ୍ରୁଫ୍‌ ବୁଟ୍‌, ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଫୁଟଓ୍ବେର୍‌କୁ ଟ୍ରାଏ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇବା ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri