ଟ୍ରେଣ୍ଡି ଷ୍ଟୋଲ୍‌

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍‌, ଜ୍ୟାକେଟ୍‌, ଓ୍ବିଣ୍ଟର୍‌ କ୍ୟାପ୍‌, ଗ୍ଲୋଭ୍ସ ତଥା ସକ୍ସର ବ୍ୟବହାର ଯେତିକି ଜରୁରୀ ଷ୍ଟୋଲ୍‌ର ବ୍ୟବହାର ମଧ୍ୟ ସେତିକି ଆବଶ୍ୟକ। କାରଣ ଷ୍ଟୋଲ୍‌ ବି ଶୀତରୁ ରକ୍ଷା କରିବା ସହ ଯୁବତୀଙ୍କର ପର୍ସନାଲିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଷ୍ଟୋଲ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌: ଲିଓପାର୍ଡ ପ୍ରିଣ୍ଟ ଯେକୌଣସି ଆଉଟ୍‌ଫିଟ୍‌କୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ତେଣୁ ଏହି ପ୍ରିଣ୍ଟର ଷ୍ଟୋଲ୍‌ର ଚାହିଦା ସବୁବେଳେ ରହି ଆସିଛି। ଖାସ୍‌ କରି ଏହି ଷ୍ଟୋଲ୍‌କୁ ଟ୍ରେଞ୍ଚ କୋଟ୍‌ କିମ୍ବା ଯେକୌଣସି ଉଲେନ୍‌ ଟପ୍ସ ସହ ମ୍ୟାଚ୍‌ କରି ପିନ୍ଧିଲେ ଶୀତରୁ ରକ୍ଷା ପାଇବା ସହ କ୍ଲାସି ଲୁକ୍‌ ମିଳିଥାଏ।

* ପମ୍‌ ପମ୍‌ ଷ୍ଟୋଲ୍‌: ପମ୍‌ ପମ୍‌ ଡିଜାଇନ୍‌ର ଜୁଏଲେରି ଓ ଆଉଟ୍‌ଫିଟ୍‌ ତ ଅନେକ ଟ୍ରାଏ କରିଥିବେ, ଏଥର ଟିକେ ପମ୍‌ ପମ୍‌ ଡିଜାଇନ୍‌ ବାଲା ଷ୍ଟୋଲ୍‌କୁ ତ ବ୍ୟବହାର କରନ୍ତୁ। ଏହା ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ସିମ୍ପଲ୍‌ କାମ ହୋଇଥିବା ଉଲେନ୍‌ ଟପ୍ସ ସହ ଏହା ଭଲ ମାନିଥାଏ।

* ମଲ୍ଟିକଲର୍‌ ଷ୍ଟୋଲ୍‌: ଆପଣ ଚାହିଁଲେ ମଲ୍ଟିକଲର୍‌ ଷ୍ଟୋଲ୍‌କୁ ବି ଏଥର ଶୀତଦିନେ ବ୍ୟବହାର କରିପାରିବେ। ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତା’ଛଡ଼ା ଏହାକୁ ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ବ୍ୟବହାର କରିହୁଏ। ଆପଣ ଚାହିଁଲେ ଏହାକୁ ଉଲେନ୍‌ ଟପ୍ସ କିମ୍ବା ବ୍ଲେଜର୍‌ ଅବା ଶାଢ଼ି ସହିତ ବି ଟ୍ରାଏ କରିପାରିବେ। ସେହିପରି ଏହି ଗେଟ୍‌ଅପ୍‌ ସହିତ ଲଙ୍ଗ୍‌ ବୁଟ୍ସ ପିନ୍ଧିଲେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

* ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌: ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ସବୁବେଳେ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେଇଥାଏ। ସେହି ଅନୁଯାୟୀ, ଫ୍ଲୋରାଲ୍‌ ଡିଜାଇନ୍‌ର ଷ୍ଟୋଲ୍‌ ବି ଲୁକ୍‌କୁ ଆଟ୍ରାକ୍ଟିଭ୍‌ କରିବା ସହ ଶୀତ ଦାଉରୁ ରକ୍ଷା କରିବାରେ ଅନେକ ସାହାଯ୍ୟ କରିଥାଏ। ଖାସ୍‌ କରି ବେକ ଚାରିପଟେ ଏହି ଡିଜାଇନ୍‌ର ଷ୍ଟୋଲ୍‌କୁ ଷ୍ଟାଇଲିଶ୍‌ ଓ୍ବେରେ କ୍ୟାରି କଲେ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

* ଏମ୍ବ୍ରୋଡୋରୀ ଷ୍ଟୋଲ୍‌: ଏମ୍ବ୍ରୋଡୋରୀ କାମ ହୋଇଥିବା ଯେ କୌଣସି ଆଉଟ୍‌ଫିଟ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଠିକ୍‌ ସେମିତି ଏମ୍ବ୍ରୋଡୋରୀ କାମ ହୋଇଥିବା ଷ୍ଟୋଲ୍‌ ବି ଲୁକ୍‌କୁ ସୁନ୍ଦର କରିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ଷ୍ଟୋଲ୍‌କୁ ଖାସ୍‌ କରି ସାଲଓ୍ବାର୍‌ କମିଜ୍‌ କିମ୍ବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କରି ପିନ୍ଧିଲେ ସୁନ୍ଦର ଦେଖାଯାଇଥାଏ।

* ଫକ୍ସ ଫର୍‌ ନେକ୍‌ ଓ୍ବାର୍ମର୍‌: ଏହି ଷ୍ଟୋଲ୍‌ ମୁଖ୍ୟତଃ ଦେଖିବାକୁ ଲୋମଶ ଡିଜାଇନ୍‌ର ହୋଇଥାଏ। ଯାହାକୁ ଷ୍ଟାଇଲ୍‌ରେ ବେକ ଚାରିପଟେ ପକାଇଲେ ବେକ ଓ ଗାଲକୁ ବେଶ୍‌ କୋମଳ ଲାଗିବା ସହ ମଡର୍ନ ଲୁକ୍‌ ମିଳିଥାଏ। ତା’ ସହିତ ଏହାକୁ ବ୍ୟବହାର କଲେ ଶରୀରକୁ ଉଷ୍ମତା ମିଳିଥାଏ। ତେବେ ଏହି ଷ୍ଟାଇଲିଶ୍‌ ଷ୍ଟୋଲ୍‌କୁ ବ୍ଲେଜର୍‌, କୋଟ୍‌ କିମ୍ବା ପାର୍ଟି ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri