Categories: ବାଣିଜ୍ୟ

ନୟାଗଡ଼ ସହରରେ ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’

ଭୁବନେଶ୍ୱର,୧୨।୧୨: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ‘ଟ୍ରେଣ୍ଡସ’ର ପୁରୁଷ ବର୍ଗଙ୍କ ସ୍ବତନ୍ତ୍ର ଷ୍ଟୋର ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’ ପକ୍ଷରୁ ନୟାଗଡ଼ ସହରରେ ପ୍ରଥମ ତଥା ନୂଆ ଟ୍ରେଣ୍ଡସ ମ୍ୟାନ୍‌ ଷ୍ଟୋର୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୧୭୪୦ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି ସ୍ବତନ୍ତ୍ର ମ୍ୟାନ୍‌ ଷ୍ଟୋର ଗ୍ରାହକଙ୍କୁ ଉଚ୍ଚମାନର ଫ୍ୟାଶନ ଚମତ୍କାର ମୂଲ୍ୟରେ ପ୍ରଦାନ କରିବ ବୋଲି ଜଣାପଡିଛି। ସେହିଭଳି ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ଜରିଆରେ ଗ୍ରାହକଙ୍କୁ କେତେକ ବଛାବଛା ସାମଗ୍ରୀ ୨୯୯୯ ଟଙ୍କାର ସପିଂ କରି ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି।

କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ଟଙ୍କାର କିଣାକିଣି କରି ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ସେହିପରି ଟ୍ରେଣ୍ଡ୍‌ସ ମ୍ୟାନ୍‌ ପୁରୁଷ ଲୋକଙ୍କ ପ୍ରିୟ ଫ୍ୟାଶନ୍‌ ସପିଂ ସ୍ଥାନରେ ପରିଣତ ହୋଇଛି। ନୟାଗଡ଼ରେ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରର ମଡର୍ନ ଲୁକ୍‌ ଏବଂ ପରିବେଶ ସହ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନୟାଗଡ଼ ସହରର ଗ୍ରାହକମାନେ ଏଠାରୁ ଟ୍ରେଣ୍ଡି ମେନ୍ସ ୱିୟର ଅତି ସ୍ବତନ୍ତ୍ର ମୂଲ୍ୟରେ କିଣିବା ସହିତ କିଣାକିଣିର ଚମତ୍କାର ଅନୁଭୂତି ମଧ୍ୟ ପାଇପାରିବେ। ଏଠାରେ କେବଳ ପୁରୁଷ ଫ୍ୟାଶନ ସାମଗ୍ରୀ ଉପଲବ୍ଧ।

 

Share