Categories: ବାଣିଜ୍ୟ

ବାଲିଆପାଳରେ ଟ୍ରେଣ୍ଡ୍‌ସର ସର୍ବବୃହତ୍‌ ଷ୍ଟୋର

ଭୁବନେଶ୍ୱର,୯।୫: ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ସର୍ବବୃହତ୍‌ ଷ୍ଟୋର ନିକଟରେ ଉଦଘାଟିତ ହୋଇଯାଇଛି। ଏପରିକି କମ୍ପାନୀ ଓଡିଶା ୟୁନିଟ ପକ୍ଷରୁ ସୋମବାର ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳଠାରେ ଉକ୍ତ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୭୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢି ଉଠିଥିବା ଏହି ଷ୍ଟୋର ସ୍ଥାନୀୟ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏପରିକି ସ୍ଥାନୀୟ ଅଞ୍ଚଳର ଗ୍ରାହକମାନେ ବର୍ତ୍ତମାନ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ବତନ୍ତ୍ର ମୂଲ୍ୟରେ ପାଇପାରିବେ। ଏଠାରେ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି। ସେହିଭଳି ୩୯୯୯ ଟଙ୍କାର ସାମଗ୍ରୀ କିଣିଲେ ୨୪୯ ଟଙ୍କା ଦେଇ ଆକର୍ଷଣୀୟ ଉପହାର ପାଇପାରିବେ। କେବଳ ସେତିକି ନୁହେଁ ୩୯୯୯ ଟଙ୍କାର କିଣାକିଣି କରିଲେ ୨୦୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

Share