ଥରିଲା ମେକ୍ସିକୋ, ସୁନାମି ଆଶଙ୍କା ଯୋଗୁ ଲୋକେ ଆତଙ୍କିତ…

ମେକ୍ସିକୋ ସିଟି,୮।୯: ମେକ୍ସିକୋ ସିଟିରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି। ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋଠାରେ ଭୂକମ୍ପର କେନ୍ଦ୍ର ରହିଛି। ଭୂପୃଷ୍ଠଠାରୁ ୧୨ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା।

ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଭୂଭାଗରେ ଫାଟ ସୃଷ୍ଟି ହୋଇଛି। ବହୁ ସ୍ଥାନରେ ସଡ଼କ ଫାଟି ଯାଇଛି। ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଅଧରାତିରେ ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।

ଭୂକମ୍ପ ପରେ ମଧ୍ୟ ଆତଙ୍କ ଯୋଗୁ ଲୋକେ ଦୀର୍ଘ ସମୟ ଧରି ଘର ଭିତରକୁ ନ ଯାଇ ବାହାରେ ରହିଥିବାର ଦେଖିବାକୁୂ ମିଳିଥିଲା। ନ୍ୟୁଜ ଏଜେନ୍ସି ରଏଟର ଅନୁଯାୟୀ, ଲୋକମାନେ ଭୟରେ ପରସ୍ପରକୁ କୁଣ୍ଢାଇ ଧରିଥିଲେ। ଧରି ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା।

ଭୂକମ୍ପ ପରେ ଏବେ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନ ାଜାରି କରାଯାଇଛି। ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶେନବମ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳି ନାହିଁ।

Share