Categories: ଖେଳ

ତ୍ରିସା-ଗାୟତ୍ରୀ ସେମିଫାଇନାଲରେ

ବର୍ମିଂହାମ୍‌, ୧୮ା୩ (ପି.ଟି.): ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୭ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୨୧-୧୪, ୧୮-୨୧, ୨୧-୧୨ରେ ନବଗଠିତ ଚାଇନିଜ ଯୋଡ଼ି ଲି ଓ୍ବେନ ମେଇ ଏବଂ ଲିୟୁ ଜୁଆନ୍‌ ଜୁଆନ୍‌ଙ୍କୁ ହରାଇ ଦେଇଛନ୍ତି। ତ୍ରିସା-ଗାୟତ୍ରୀ ଯୋଡ଼ିଙ୍କୁ ଛାଡ଼ିଦେଲେ ଚାମ୍ପିୟନଶିପ୍‌ରେ ଭାଗ ନେଇଥିବା ଅନ୍ୟ ଭାରତୀୟ ଖେଳାଳିମାନେ ପରାଜିତ ହୋଇ ବିଦାୟ ନେଇ ସାରିଛନ୍ତି। ବର୍ତ୍ତମାନ ସେମାନେ ୮ମ ସିଡ୍‌ ଇଣ୍ଡୋନେସିଆର ଆପ୍ରିୟାନୀ ରାହାୟୁ ଓ ସିତି ଫାଦିଆ ସିଲ୍‌ଭା ରାମାଧାନ୍ତି କିମ୍ବା କୋରିଆର ବେକ୍‌ ହା ନା ଓ ଲି ସୋ ହି ଯୋଡ଼ିକୁ ଭେଟିବେ। ଗାୟତ୍ରୀ ଓ ତ୍ରିସା ଗତ ସଂସ୍କରଣରେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେଥର ସେମାନଙ୍କୁ ଶେଷ ମୁହୂର୍ତ୍ତରେ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଥିଲା। ଏଥର କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ସେମାନଙ୍କୁ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଛି। ଏଥର କିନ୍ତୁ ଅଭିଜ୍ଞତାକୁ ବିଚାର କରାଯାଇ ସେମାନଙ୍କୁ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଛି।

Share