ପାନୀୟ ଜଳ ପ୍ରକଳ୍ପ ପାଇଁ ବଳିପଡ଼ିବ ଗଛ

କେନ୍ଦ୍ରାପଡ଼ା ଅଫିସ, ୧୮ା୪: କେନ୍ଦ୍ରାପଡ଼ା ଜିଲାରେ ବିକାଶ ନାମରେ ବିନାଶ ଚାଲିଛି। ପ୍ରାକୃତିକ ପରିବେଶଘେରା ଗ୍ରାମ୍ୟ ଜଙ୍ଗଲରୁ ଗଛ ବଳି ପକାଇ ପ୍ରକଳ୍ପ କରାଯିବାକୁ ମସୁଧା ଚାଲିଛି। ହେଲେ ଏହି ପ୍ରକଳ୍ପ କେତେ ଲୋକଙ୍କ କାମରେ ଲାଗିବ ଓ କେତେ ପରିମାଣର କ୍ଷତି ପହଞ୍ଚାଇବ ତାହାର ପ୍ରଶାସନିକ ତର୍ଜମା କରାଯାଉନାହିଁ। ଫଳରେ ଲୋକେ ପ୍ରକଳ୍ପରୁ ସୁଫଳ ପାଇବେ କ’ଣ ଗଁାକୁ ଘେରି ରହିଥିବା ବାପଅଜା ଅମଳର ଗଛକୁ ଆଖିଆଗରେ ବଳି ପଡୁଥିବା ଦେଖି ନୀରବ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜଙ୍ଗଲ ଛାୟା ପ୍ରଦାନଠାରୁ ଆରମ୍ଭ କରି ଫଳ ଓ ଔଷଧୀୟ ଗୁଳ୍ମ ଦେଉଛି ତାହାକୁ ଧ୍ୱଂସ କରାଯାଉଛି। ହେଲେ କେତେଜଣ ଚାଟୁକାର ଲୋକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆପଣାର ହେବା ପାଇଁ ଲୋକଙ୍କୁ ଉସୁକାଇ ସମର୍ଥନ ଯୋଗାଡ଼ କରୁଛନ୍ତି। ହେଲେ ଯିଏ ପ୍ରକଳ୍ପ ନିର୍ମାଣକୁ ସମର୍ଥନ ଜଣାଉଛନ୍ତି ପରବର୍ତ୍ତୀ ସମୟରେ ତାହାର ଭୟାବହତାକୁ ଉପଲବ୍ଧି କରି ହତାସ ହେବା ସାର ହେଉଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପୂର୍ବରୁ କୌଣସି ସତର୍କତା ଅଥବା ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଯାହାର ପରିଣାମ ସ୍ବରୂପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି)ରେ ମାମଲା ବଢ଼ିଚାଲିଛି। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ମଞ୍ଜୁର ଅର୍ଥର ପରିମାଣ ବଢ଼ିଯାଉଛି। ଫଳରେ ପ୍ରକଳ୍ପ ଶେଷ ହେବାବେଳକୁ ଲୋକଙ୍କ କର ଅର୍ଥକୁ ଠିକାଦାରଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଚଳୁ କରୁଛନ୍ତି। ଏହାର ଉଦାହରଣ ଭିଜିଲାନ୍ସ ଚଢ଼ାଉରେ ରାଜ୍ୟରେ ଗିରଫ ହେଉଥିବା କୋଟିପତି ବାବୁମାନଙ୍କଠାରୁ ବିପୁଳ ଧନସମ୍ପତ୍ତି ଜବତରୁ ସ୍ପଷ୍ଟ ହେଉଛି। ତେଣୁ ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ କରି ଜିଲାର ରାଜକନିକା ବ୍ଲକ ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ବଢୁଥିବା ବେଳେ ପରିବେଶବିତ୍‌ ଓ ସୂଚନା ଅଧିକାର କର୍ମୀମାନେ ଏହାକୁ ନାପସନ୍ଦ କରିଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ଆଳୟ ସାମନ୍ତରାୟ, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ପରିବେଶ ସୁରକ୍ଷାକୁ ଜିଲା ପ୍ରଶାସନ ସର୍ବଦା ଅଣଦେଖା କରିଛନ୍ତି। ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅଛି। ଏଥିପାଇଁ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀରୁ ପାଇପ୍‌ ପୋଗେ ନିକଟସ୍ଥ ଗ୍ରାମକୁ ପାଣି ଯୋଗାଣ ପାଇଁ ପାରିମୁକୁନ୍ଦପୁରଠାରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ଘୋଷଣା କଲେ। ଓଳାଭର ଆର୍‌ଆଇ ସର୍କଲରେ ଥିବା ଏହି ପ୍ରକଳ୍ପ ପ୍ରାୟ ଏକ ଏକର ଜମି ଉପରେ ହେବାକୁ ଥିବା ବେଳେ ୨୮ ଡିସିମିଲ ଜମି ଉପରେ ଗ୍ରାମ୍ୟ ଜଙ୍ଗଲ ଅଛି। ସେହିପରି ଗୋଚର ଜମି ଉପରେ ଏହି ପ୍ରକଳ୍ପ ହେବାକୁ ଯାଉଛି। ୨୦୨୦ରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପଟି ଗ୍ରାମ୍ୟ ଜଙ୍ଗଲ ଉପରେ ଥିବାରୁ ଏନ୍‌ଜିଟିରେ ମାମଲା ହୋଇଥିଲା ା ଟ୍ରିବୁନାଲରେ ଅନ୍ୟତ୍ର ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବନ ବିଭାଗକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅଦ୍ୟାବଧି ଜଙ୍ଗଲ ସୃଷ୍ଟି ତ ଦୂରର କଥା, ଚାରାଟିଏ ମଧ୍ୟ ଲଗାଯାଇନାହିଁ। ସେହିପରି ୧୫ବର୍ଷ ପୂର୍ବେ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ ପାଇଁ ୩୦ ହଜାରରୁ ଊର୍ଦ୍ଧ୍ୱ ଗଛ ବଳି ପକା ଯାଇଥିଲା। ରାସ୍ତା ନିର୍ମାଣ ସତ୍ତ୍ୱେ କଟା ହୋଇଥିବା ଗଛର ଭରଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଉଦ୍ୟମ ହୋଇନାହିଁ। ଖରସ୍ରୋତା ନଦୀର ବରୁଣାଡିହା ପ୍ରକଳ୍ପରୁ ଭଦ୍ରକକୁ ପାଣି ଗଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବବିବିଧତା ନଷ୍ଟ ହେବ। ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ବିପଦରେ ପଡ଼ିବ। ଏହାକୁ ନେଇ ଦୁଇବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲିଛି। ଏବେ ପୁଣି ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ନୂଆ ସଙ୍କଟକୁ ଆହ୍ବାନ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ପ୍ରକଳ୍ପ ସ୍ଥାନ ଚିହ୍ନଟ ପାଇଁ ରାଜକନିକା ତହସିଲଦାରଙ୍କୁ ଚିଠି ହୋଇଛି। ଏଥିରେ ଗ୍ରାମ୍ୟ ଜଙ୍ଗଲ ଅଥବା ଗୋଚର ଜମି ଥିଲେ, ଏହାର ଭରଣା ଅନ୍ୟତ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri