ପାନୀୟ ଜଳ ପ୍ରକଳ୍ପ ପାଇଁ ବଳିପଡ଼ିବ ଗଛ

କେନ୍ଦ୍ରାପଡ଼ା ଅଫିସ, ୧୮ା୪: କେନ୍ଦ୍ରାପଡ଼ା ଜିଲାରେ ବିକାଶ ନାମରେ ବିନାଶ ଚାଲିଛି। ପ୍ରାକୃତିକ ପରିବେଶଘେରା ଗ୍ରାମ୍ୟ ଜଙ୍ଗଲରୁ ଗଛ ବଳି ପକାଇ ପ୍ରକଳ୍ପ କରାଯିବାକୁ ମସୁଧା ଚାଲିଛି। ହେଲେ ଏହି ପ୍ରକଳ୍ପ କେତେ ଲୋକଙ୍କ କାମରେ ଲାଗିବ ଓ କେତେ ପରିମାଣର କ୍ଷତି ପହଞ୍ଚାଇବ ତାହାର ପ୍ରଶାସନିକ ତର୍ଜମା କରାଯାଉନାହିଁ। ଫଳରେ ଲୋକେ ପ୍ରକଳ୍ପରୁ ସୁଫଳ ପାଇବେ କ’ଣ ଗଁାକୁ ଘେରି ରହିଥିବା ବାପଅଜା ଅମଳର ଗଛକୁ ଆଖିଆଗରେ ବଳି ପଡୁଥିବା ଦେଖି ନୀରବ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜଙ୍ଗଲ ଛାୟା ପ୍ରଦାନଠାରୁ ଆରମ୍ଭ କରି ଫଳ ଓ ଔଷଧୀୟ ଗୁଳ୍ମ ଦେଉଛି ତାହାକୁ ଧ୍ୱଂସ କରାଯାଉଛି। ହେଲେ କେତେଜଣ ଚାଟୁକାର ଲୋକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆପଣାର ହେବା ପାଇଁ ଲୋକଙ୍କୁ ଉସୁକାଇ ସମର୍ଥନ ଯୋଗାଡ଼ କରୁଛନ୍ତି। ହେଲେ ଯିଏ ପ୍ରକଳ୍ପ ନିର୍ମାଣକୁ ସମର୍ଥନ ଜଣାଉଛନ୍ତି ପରବର୍ତ୍ତୀ ସମୟରେ ତାହାର ଭୟାବହତାକୁ ଉପଲବ୍ଧି କରି ହତାସ ହେବା ସାର ହେଉଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପୂର୍ବରୁ କୌଣସି ସତର୍କତା ଅଥବା ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଯାହାର ପରିଣାମ ସ୍ବରୂପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି)ରେ ମାମଲା ବଢ଼ିଚାଲିଛି। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ମଞ୍ଜୁର ଅର୍ଥର ପରିମାଣ ବଢ଼ିଯାଉଛି। ଫଳରେ ପ୍ରକଳ୍ପ ଶେଷ ହେବାବେଳକୁ ଲୋକଙ୍କ କର ଅର୍ଥକୁ ଠିକାଦାରଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଚଳୁ କରୁଛନ୍ତି। ଏହାର ଉଦାହରଣ ଭିଜିଲାନ୍ସ ଚଢ଼ାଉରେ ରାଜ୍ୟରେ ଗିରଫ ହେଉଥିବା କୋଟିପତି ବାବୁମାନଙ୍କଠାରୁ ବିପୁଳ ଧନସମ୍ପତ୍ତି ଜବତରୁ ସ୍ପଷ୍ଟ ହେଉଛି। ତେଣୁ ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ କରି ଜିଲାର ରାଜକନିକା ବ୍ଲକ ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ବଢୁଥିବା ବେଳେ ପରିବେଶବିତ୍‌ ଓ ସୂଚନା ଅଧିକାର କର୍ମୀମାନେ ଏହାକୁ ନାପସନ୍ଦ କରିଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ଆଳୟ ସାମନ୍ତରାୟ, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ପରିବେଶ ସୁରକ୍ଷାକୁ ଜିଲା ପ୍ରଶାସନ ସର୍ବଦା ଅଣଦେଖା କରିଛନ୍ତି। ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅଛି। ଏଥିପାଇଁ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀରୁ ପାଇପ୍‌ ପୋଗେ ନିକଟସ୍ଥ ଗ୍ରାମକୁ ପାଣି ଯୋଗାଣ ପାଇଁ ପାରିମୁକୁନ୍ଦପୁରଠାରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ଘୋଷଣା କଲେ। ଓଳାଭର ଆର୍‌ଆଇ ସର୍କଲରେ ଥିବା ଏହି ପ୍ରକଳ୍ପ ପ୍ରାୟ ଏକ ଏକର ଜମି ଉପରେ ହେବାକୁ ଥିବା ବେଳେ ୨୮ ଡିସିମିଲ ଜମି ଉପରେ ଗ୍ରାମ୍ୟ ଜଙ୍ଗଲ ଅଛି। ସେହିପରି ଗୋଚର ଜମି ଉପରେ ଏହି ପ୍ରକଳ୍ପ ହେବାକୁ ଯାଉଛି। ୨୦୨୦ରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପଟି ଗ୍ରାମ୍ୟ ଜଙ୍ଗଲ ଉପରେ ଥିବାରୁ ଏନ୍‌ଜିଟିରେ ମାମଲା ହୋଇଥିଲା ା ଟ୍ରିବୁନାଲରେ ଅନ୍ୟତ୍ର ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବନ ବିଭାଗକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅଦ୍ୟାବଧି ଜଙ୍ଗଲ ସୃଷ୍ଟି ତ ଦୂରର କଥା, ଚାରାଟିଏ ମଧ୍ୟ ଲଗାଯାଇନାହିଁ। ସେହିପରି ୧୫ବର୍ଷ ପୂର୍ବେ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ ପାଇଁ ୩୦ ହଜାରରୁ ଊର୍ଦ୍ଧ୍ୱ ଗଛ ବଳି ପକା ଯାଇଥିଲା। ରାସ୍ତା ନିର୍ମାଣ ସତ୍ତ୍ୱେ କଟା ହୋଇଥିବା ଗଛର ଭରଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଉଦ୍ୟମ ହୋଇନାହିଁ। ଖରସ୍ରୋତା ନଦୀର ବରୁଣାଡିହା ପ୍ରକଳ୍ପରୁ ଭଦ୍ରକକୁ ପାଣି ଗଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବବିବିଧତା ନଷ୍ଟ ହେବ। ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ବିପଦରେ ପଡ଼ିବ। ଏହାକୁ ନେଇ ଦୁଇବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲିଛି। ଏବେ ପୁଣି ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ନୂଆ ସଙ୍କଟକୁ ଆହ୍ବାନ କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ପ୍ରକଳ୍ପ ସ୍ଥାନ ଚିହ୍ନଟ ପାଇଁ ରାଜକନିକା ତହସିଲଦାରଙ୍କୁ ଚିଠି ହୋଇଛି। ଏଥିରେ ଗ୍ରାମ୍ୟ ଜଙ୍ଗଲ ଅଥବା ଗୋଚର ଜମି ଥିଲେ, ଏହାର ଭରଣା ଅନ୍ୟତ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri