ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟିଲା

ଲୋଇସିଂହା,୨୫।୧୧(ଡି.ଏନ.ଏ): ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିପାଇଁ ରାସ୍ତାକଡରେ ଥିବା ବ୍ରିଟିଶ ଅମଳର ମହାଦ୍ରୁମ ଲିମ୍ବ, ଅର୍ଜୁନ ଗଛ ସବୁ କଟା ଚାଲିଛି। ଲୋଇସିଂହା ଥାନା ସାଲେଭଟାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରାୟ ୩୦କିମି ମଧ୍ୟରେ ୩ ହଜାରରୁ ଅଧିକ ଗଛ କଟିଥିବା କୁହାଯାଉଛି। ଗଛକଟା ଯୋଗୁଁ ୨୬ ନଂ ଜାତୀୟ ରାଜପଥ ଏବେ ବୃକ୍ଷଶୂନ୍ୟ ହୋଇପଡିଛି। ଗଛ କଟିବା ପରେ ରାଜପଥ ଲଣ୍ଡା ଦେଖାଯାଉଛି। କେଉଁ ସ୍ଥାନ କେଉଁଠି ତାହା ପଥଚାରୀ ଜାଣିପାରୁନାହନ୍ତି। ଶୀତଋତୁ ଥିବାରୁ ରାଜପଥରେ ଗଛର ଅଭାବ ଅନୁଭୂତ ହେଉନାହିଁ। ହେଲେ ଆଗାମୀ ଗ୍ରୀଷ୍ମଦିନରେ ପଥାଚାରୀ ଛାୟା ନ ପାଇ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ଏବେଠାରୁ ଲୋକେ ଆଲୋଚନା କଲେଣି। ବରଗଡ-ବୋରିଗୁମା ୨୬ ନଂ ଜାତୀୟ ରାଜପଥରେ ବଲାଙ୍ଗୀରୁ ବରଗଡର ଦୂରତା ୭୫କିମି। ପଥାଚାରୀଙ୍କୁ ଛାୟା ଦେବା ଉଦ୍ଦେଶ୍ୟରେ ରାଜାରାଜୁଡା ଅମଳରୁ ଏହି ପଥର ରାସ୍ତାପାର୍ଶ୍ୱରେ ଲିମ୍ବ ଓ ଅର୍ଜୁନ ସମେତ ବିଭିନ୍ନ ଗଛ ଲାଗିଥିଲା। ଲିମ୍ବଗଛ ଗୁଡିକ ପ୍ରାୟ ଦେଢଶହ ବର୍ଷର ପରୁଣା ବୋଲି ଲୋକେ କହନ୍ତି। କ୍ଲାନ୍ତ ଅନୁଭବ କଲେ ଯାତ୍ରୀମାନେ ଗଛଛାଇରେ ବିଶ୍ରାମ ନେଉଥିଲେ। ଏବେ ଜନସଂଖ୍ୟା ତାଳ ଦେଇ ଯାନବାହାନ ବୃଦ୍ଧି ପାଇଛି। ସମ୍ବଲପୁରକୁ ସଂଯୋଗୀକରଣ ହୋଇଥିବା ବଲାଙ୍ଗୀର-ବରଗଡ ରାଜପଥ ଗତ କିଛିଦଶନ୍ଧି ହେଲା ବ୍ୟସ୍ତବହୁଳ ହୋଇ ପଡିଛି। ୨୦୦୦ ମସିହା ପରେ ଉକ୍ତ ପଥକୁ ଦୁଇ ଲାଇନ ବିଶିଷ୍ଟ କରାଯାଇଥିଲା। ୨୦୧ନଂ ରାଜପଥରୁ ୨୬ ନଂ ରାଜପଥକୁ ଉନ୍ନୀତ କରାଯାଇଥିଲା। ଏବେ ପୁଣି ପ୍ରଶସ୍ତୀକରଣ ପରେ ରାସ୍ତା ପାର୍ଶ୍ୱ ଗଛ କଟିଛି। ଫଳରେ ଗଛଗୁଡିକରେ ଆଶ୍ରୟ ନେଇଥିବା ପକ୍ଷୀମାନେ ବାସହରା ହୋଇ ପଡିଛନ୍ତି। ଲୋଇସିଂହା ଚାରିଛକଠାରେ ଥିବା ଏକ ଲିମ୍ବଗଛ କଟିଯିବା ପରେ ସେଥିରେ ଆଶ୍ରୟ ନେଇଥିବା ବଗପଲ ବାସହରା ହୋଇ ଏଣେତେଣେ ଘୁରି ବୁଲିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଜଣେ ବନ କର୍ମଚାରୀ କହିଛନ୍ତି, ଲୋଇସିଂହା ବନ ରେଞ୍ଜ ଅନ୍ତର୍ଗତ ସାଲେଭଟାରୁ ଫାସଡ ସୀମା ମଧ୍ୟରେ ୬୩୬ଗଛ କଟିଛି। କଟିଥିବା ଗଛର ଗଣ୍ଡି ସବୁ ଓଡିଶା ବନ ଉନ୍ନୟନ ନିଗମକୁ ଯାଇଛି। ନିଗମ ପକ୍ଷରୁ ଗଣ୍ଡି ସବୁ ନିଲାମ କରି ବିକ୍ରି କରାଯାଇଥାଏ। ସେହି ଟଙ୍କା ଏବଂ ସରକାରୀ ଅନୁଦାନରେ କଟିଥିବା ଗୋଟିଏ ଗଛର ବଦଳା ୫ଟି ଗଛ ଲଗାଯିବ ବୋଲି କହିଛନ୍ତି। କଟିଥିବା ଗଛ ସବୁ ଅମୂଲ୍ୟ ଥିଲା। ତାହା ଭରଣା କରିବା କଷ୍ଟକର ବୋଲି ସେ କହିଥିଲେ। ପୁଣି ଯଦି ରାସ୍ତପାର୍ଶ୍ୱରେ ଗଛ ଲଗାଯାଏ ଶୀଘ୍ର ବଢୁଥିବା ଓ ଦୀର୍ଘଜୀବୀ ହେଉଥିବା ଲିମ୍ବ ଚାରା ଲଗାଇବାକୁ ସାଧାରଣରେ ଦାବି ହେଉଛି।
ରିପୋର୍ଟ: ସୁଶାନ୍ତ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri