କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ

ଚନ୍ଦ୍ରପୁର,୩୧ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ନିକଟ ବନ୍ଦିଲି ଗ୍ରାମ ନିକଟରେ ବୁଧବାର ସାରେ କାଳବୈଶାଖୀ ପ୍ରଭାବରେ ଅତ୍ୟଧିକ ପବନ ବର୍ଷା ହେବାରୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ଚନ୍ଦ୍ରପୁରଠାରୁ ମୁନିଗୁଡ଼ା ଅଭିମୁଖେ ଯାଉଥିବା ଗାଡ଼ିମୋଟର ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି।