ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ ହେଉଥିବାରୁ କ୍ରମଶଃ ଗଛ ସଂଖ୍ୟା କମି ପ୍ରତିକୂଳ ପ୍ରଭାବରେ ଜଳବାୟୁ ବିଗିଡି ତାପମାତ୍ରା ବଢୁଛି। କିଛିବର୍ଷ ପୂର୍ବେ ୩୬ରୁ ୩୯ ଡିଗ୍ରୀ ଭିତରେ ରହୁଥିବା ପାରଦ ଏବେ ୪୨ରୁ ୪୭ ଡିଗ୍ରୀମୁହଁା ହେଲାଣି। ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ରୂପ ନେବ ବୋଲି ପରିବେଶବିତ୍‌ ଆଶଙ୍କାବ୍ୟକ୍ତ କରିଛନ୍ତି।

ପରିବେଶବିତ୍‌ ବିଭୂତି ମହାପାତ୍ର କହିଛନ୍ତି, ଶୁକ୍ରବାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନର ସର୍ବୋଚ୍ଚ ତାପମାତ୍ର ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଲାଣି। ପୂର୍ବାହ୍ନ ୧୦ଟାରୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଯାଉଛି। ରାସ୍ତାଘାଟ ପ୍ରଚଣ୍ଡ ଖରା ପାଇଁ ଶୂନ୍‌ଶାନ୍‌ ହୋଇପଡୁଛି। ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ଲୋକମାନେ ପ୍ରବଳ ଝାଞ୍ଜିରେ ସନ୍ତୁଳି ହେଉଛନ୍ତି। କିଛିବର୍ଷ ହେଲା ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି। ବିଶେଷକରି କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ, ଅଳଭା-ଗଣ୍ଡାକିଆ ଓ ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ରାସ୍ତାପାଶର୍‌ବ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ମାଟିଇଟା ପାଇଁ ଅବାଧରେ ଗଛ କଟାହୋଇ ଭାଟି ପୋଡ଼ାଚାଲିଛି। ଗଛ ଅଭାବରୁ ପରିବେଶ ଉତ୍ତପ୍ତ ହୋଇଯାଉଛି। ବୁଦ୍ଧିଜୀବୀ ଆର୍ତ୍ତତ୍ରାଣ ପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ, କୋଠାବାଡ଼ି, ରାସ୍ତା ନିର୍ମାଣ, ସରକାରୀ କାର୍ଯ୍ୟାଳୟ ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଗଛକଟା ଯାଉଛି। ହେଲେ ନିୟମ ମୁତାବକ ଗଛ ଲଗାଯାଉନାହିଁ। କାର୍ଯ୍ୟ ଆରମ୍ଭ ବେଳେ କେତୋଟି ଗଛ କଟାଯିବାର ଆବଶ୍ୟକତା ରହିଛି ଓ ଉକ୍ତ ଗଛଗୁଡିକୁ କାଟି ପରିବେଶ ପ୍ରତି କରାଯାଉଥିବା କ୍ଷତିକୁ ଭରଣା କରିବାକୁ କେତେ ଗଛ ଲଗାଯାଉଛି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ନ ଦେଇ ଠିକାଦାରଙ୍କ ବିଲ୍‌ ପୈଠ କରିଦେଉଛନ୍ତି। ସାମାଜିକ କର୍ମୀ ରଶ୍ମି ମହାନ୍ତି କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାଠ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କିଛିମାସ ତଳେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ କାଟି ନେଇଥିଲେ। ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ସେହିଭଳି ବାଲିପାଟଣା ପଞ୍ଚାୟତ ଖଡ଼ିପାଳ ରାସ୍ତାରୁ ପ୍ରାୟ ୫୦୦ରୁ ଅଧିକ ତାଳଗଛ କାଟିନେଲେ। ସେହିପରି ବାଇପାସ୍‌ ନିକଟରୁ ବିଶାଳ ଚାକୁଣ୍ଡା ଗଛ, ଆର୍‌ଡି କାର୍ଯ୍ୟାଳୟ ଭିତରୁ ୨ଟି ବିଶାଳକାୟ ଦେବଦାରୁ ଗଛ କଟା ହେବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ମାତ୍ର ତାହାର କୌଣସି ଖୋଜଖବର ନ ଥିବା ବେଳେ ଏବେ ଖଡ଼ଇଣ୍ଟା ପଞ୍ଚାୟତ ଅଫିସ୍‌ ପାଖରୁ ଏକ ବିରାଟ ଚାକୁଣ୍ଡା ଗଛ କାଟି ଇଟାଭାଟି କରୁଥିବା ବ୍ୟବସାୟୀ ନେଇଗଲେ, ତାହାର ବି କୌଣସି ଖୋଜଖବର ମିଳିଲାନାହଁି। ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ତାତି। ତାପମାତ୍ରା ବୃଦ୍ଧି ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂତଳ ଜଳସ୍ତର କମିଯାଇଛି। ଶତାଧିକ ନଳକୂପ ଅଚଳ ହୋଇପଡିଛି। ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଦୀ, ନାଳ ମଧ୍ୟ ଶୁଖିଲା ପଡ଼ିଛି। ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ବାଡ଼ିବଗିଚାରେ ବ୍ୟାପକ ଗଛ ଲଗାଇବାକୁ ଜନସଚେତନତା ସୃଷ୍ଟି କରାଯାଉଛି। ହେଲେ ଏହା ପ୍ରଚାର ପ୍ରସାରରେ ସୀମିତ ଥିବାଭଳି ମନେହେଉଛି। ବିଭିନ୍ନ ଆଳରେ ଗଛଗୁଡିକ କାଟିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଲୋଡ଼ାଯାଉନାହିଁ। ଏମିତି କି ଗଛକଟାକୁ ନେଇ ଅଭିଯୋଗ ହେଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପ୍ରକୃତି ସନ୍ତୁଳନ ଆଣିବା ପାଇଁ ବ୍ୟାପକ ଗଛ ଲଗାଯିବା ସହ ଗଛ କାଟିବା ଉପରେ ରୋକ୍‌ ଲଗାଇବା ଓ ଗଛ କାଟିବାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି। ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri