Categories: ଜାତୀୟ

ବୃକ୍ଷ ଚାରା ରୋପଣ ଦୁର୍ନୀତି: ଗାତ ଖୋଳା ପାଇଁ ୬୬୨ ନକଲି ଭାଉଚର

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାରରେ ହୋଇଥିବା ଏକ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ୍‌ କରାଯାଇଛି। ରାଜ୍ୟରେ ବୃକ୍ଷ ଚାରା ରୋପଣରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ପ୍ରଧାନ ମହାଲେଖାକାରଙ୍କ ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ରାଜ୍ୟରେ ୨୦୧୭, ୨୦୧୮ ଏବଂ ୨୦୧୯ରେ ମଞ୍ଜୁରୀ ହୋଇଥିବା ବିଲ୍‌ରେ ଚାରା ରୋପଣ ପାଇଁ ଗାତ ଖୋଳା ଯିବା ନେଇ ୬୬୨ଟି ନକଲି ଭାଉଚର ପ୍ରସ୍ତୁତ ହୋଇଥିଲା। ଗାତ ଖୋଳା କାର୍ଯ୍ୟରେ ଜେସିବି ବ୍ୟବହାର କରାଯାଇଥିବା କାଗଜ ପତ୍ରରେ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ଗାତ ଖୋଳା ଏବଂ ପାଣି ଦେବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଗାଡ଼ିର ନମ୍ବର ପ୍ରକୃତରେ ସ୍କୁଟର ଏବଂ ମୋଟର ସାଇକେଲ ନମ୍ବର ବୋଲି ଅନୁସନ୍ଧାନରୁ ସରକାର ଜାଣିପାରିଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ୧୮ ଡିଏଫ୍‌ଓ ହରଡ଼ଘଣାରେ ପଡ଼ିବେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

Share