ବାଇକ୍‌, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ

ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି ପଡ଼ିଥିଲା । ଫଳରେ ଗଛ ଡାଳ ପଡ଼ି ୨ଟି ବାଇକ୍‌ ସହ ଏକ ଆକ୍ଟିଭା ସ୍କୁଟର ଭାଙ୍ଗିଯାଇଛି। ତଳେ ଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।