ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ ଅଟୋରେ ଥିବା ଯାତ୍ରୀ ଓ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ପ୍ରକାଶ ଯେ, ପାରଳାଖେମୁଣ୍ଡି ସହରରୁ ଗୋଷାଣି ଗ୍ରାମକୁ ଏକ ଅଟୋ ଯାତ୍ରୀଙ୍କୁ ନେଇ ଯାଉଥିଲା। ହେଲେ ଜଙ୍ଗଲପାଡୁ ଗ୍ରାମ ସୀମାନ୍ତର ୨କି.ମି ପୂର୍ବରୁ ଆନ୍ଧ୍ରର ପାଟପୁର ଗ୍ରାମ ନିକଟରେ ଏକ ଗଛ ହଠାତ ଚଳନ୍ତା ଅଟୋ ଉପରେ ପଡିଯାଇଥିଲା। ଫଳରେ ଅଟୋଟି ଚୁର୍‌ମାର୍‌ ହୋଇଯାଇଛି। ହେଲେ ଅଟୋ ଚାଳକ ବଡନୀଳାପୁର ଗ୍ରାମର ଭି.ଲକ୍ଷ୍ମଣରାଓଙ୍କ ସମେତ ଏଥିରେ ବସିଥିବା ଯାତ୍ରୀମାନଙ୍କ ବଡ଼ ଅଘଟଣରୁ ର୍ବିଯାଇଛନ୍ତି।

ଗଜପତି ଜିଲା ଗୋଷାଣି ବ୍ଲକ୍‌ର ବିଭିନ୍ନ ଗ୍ରାମାଳ ସମେତ ସୀମାନ୍ତ ଆନ୍ଧ୍ରରରେ ବସବାସ କରୁଥିବା କେତଙ୍ଗି ଚାଷୀମାନେ ରାସ୍ତା ଉପରେ କେତଙ୍ଗିଗୁଡିକୁ ଶୁଖାଇବା ଏବଂ ଏହାର ମି ବାହାର କରିବା ପାଇଁ ପକାଇ ରଖୁଛନ୍ତି।

ଏଥିପାଇଁ ଗାଡ଼ିଗୁଡିକ ଯିବା ସମୟରେ ଖସି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ କେତଙ୍ଗି ଗଛ ଶୁଖି ମି ବାହାରିଯିବା ପରେ ଏହାର ଡାଳ ଗୁଡିକୁ ମୁଖ୍ୟରାସ୍ତା ପାର୍ଶ୍ୱରେ ପକାଇ ଦେଉଛନ୍ତି। କିଛି ଦିନ ପରେ ଏଥିରେ ଅଗ୍ନି ସଂଯୋଗ କରି ଏହାକୁ ପୋଡିଦେଉଛନ୍ତି। ଏହି ସମୟରେ ଏହାର ଆଖପାଖ ଅଳରେ ରହିଥିବା ବଡବଡ ଗଛ ଗୁଡିକ ପୋଡି ନଷ୍ଟ ହେଉଛି। ଯାହାକି ରାସ୍ତାରେ ଯାଉଥିବା ପଥଚାରୀ ତଥା ଯାନବାହାନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି ।

Share