ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ରଣପୁର,୨୬ା୧୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଗତ ୫ ଦିନ ହେବ ବୁଲୁଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରାଯାଇଛି। କୌଣସି ଶିକାରୀଙ୍କ ଗୁଳିମାଡ଼ରେ ହାତୀର ଆଗ ବାମ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ଆବଶ୍ୟକ ଚିକିତ୍ସା ଅଭାବରୁ ତାହା ସଂକ୍ରମଣ ହୋଇଥିଲା। ଫଳରେ ହାତୀଟି ଠିକ୍‌ରେ ଚାଲି ପାରୁ ନ ଥିବା ସ୍ଥାନୀୟ ଲୋକମାନେ କହିଥିଲେ। ହେଲେ ଶିକାରୀଙ୍କ ଗୁଳିମାଡ଼ ଘଟଣାକୁ ବନ ବିଭାଗ ଖଣ୍ଡନ କରିଛି l

ଅନ୍ୟପକ୍ଷେ ହାତୀ ଅସୁସ୍ଥ ଥିବା ଜଣାପଡ଼ିବା ପରେ ଗ୍ରାମବାସୀ ହାତୀକୁ ଦେଖିବାକୁ କାଜୁ ଜଙ୍ଗଲରେ ଭିଡ଼ ଜମାଇଥିଲେ। ଫଳରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା l ଫଳରେ ହାତୀକୁ ଚିକିତ୍ସା କରିବା ପାଇ ବନ ବିଭାଗକୁ କସରତ କରିବାକୁ ପଡିଥିଲା। ରଣପୁର ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହିତ ନନ୍ଦନକାନନରୁ ଆସିଥିବା ସ୍ବତନ୍ତ୍ର ବିଶେଷଜ୍ଞ ଦଳ ରବିବାର ରାତିରୁ କାଜୁ ଜଙ୍ଗଲରେ ଡେରା ପକାଇଥିଲେ। ରାତିସାରା ରଣପୁର ରେଞ୍ଜର ୨ ଟିମ୍‌ ଅସୁସ୍ଥ ଦନ୍ତାକୁ କାଜୁ ଜଙ୍ଗଲରେ ଖୋଜିବା ଆରମ୍ଭ କରିଥିଲେ। ହାତୀର ସନ୍ଧାନ ମିଳିବା ପରେ ଟାଙ୍କୁଲାଇଜାର କରି ଚିକିତ୍ସା ଆରମ୍ଭ କରାଯାଇଛି। ହାତୀର ଗୋଡ଼ରେ ଗଭୀର କ୍ଷତ ରହିଛି। ତାହା ସଂକ୍ରମଣ ହୋଇଛି। ଚିକିତ୍ସା ପରେ ସେଥିରେ ଉନ୍ନତି ଆସିଛି ବୋଲି ରଣପୁର ରେଞ୍ଜର ସୁଶାନ୍ତ ଦଳେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri