ଢେଙ୍କାନାଳ ଅଫିସ,୧ା୧୦: କଟକ ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ୨୦ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜ୍ କରି ଗୁରୁବାର ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଗୁରୁବାର ନନ୍ଦନକାନନରୁ ଆସିଥିବା ପ୍ରାଣୀ ଚିକିତ୍ସକମାନେ ହାତୀଟିର ଚିକିତ୍ସା କରିଥିଲେ। ସେହିପରି ଶୁକ୍ରବାର ଅନୁଗୋଳ ଜିଲା ସାତକୋଶିଆରୁ ପ୍ରାଣୀ ଚିକିତ୍ସକମାନେ ଆସି ଅଧିକ ଚିକିତ୍ସା କରୁଛନ୍ତି। ଡିହାଇଡ୍ରେସନର ଶିକାର ହୋଇଥିବା ହାତୀଟି ଔଷଧ ଖାଇବା ପରେ ସୁସ୍ଥ ହେଉଛି। ବରଡାଳ ଖାଇବା ସହ ଆବଶ୍ୟକ ଅନୁଯାୟୀ ପାଣି ପିଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତିି, ହାତୀଟି ଗୁରୁବାର ଅପେକ୍ଷା ଶୁକ୍ରବାର ସୁସ୍ଥ ଥିବା ଦେଖାଯାଇଛି। ଆବଶ୍ୟକ ଅନୁଯାୟୀ ପାଣି ପିଉଛି ା ତାକୁ ବରଡାଳ ଖାଇବାକୁ ଦିଆଯାଇଛି। ହାତୀଟିର ସ୍ବାସ୍ଥ୍ୟ ପ୍ରତି ବନବିଭାଗ ପକ୍ଷରୁ ସତର୍କତାର ସହ ଦୃଷ୍ଟି ପ୍ରଦାନ କରାଯାଉଛି ବୋଲି ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All

ଛତିଶଗଡ଼, ଆନ୍ଧ୍ରକୁ ରାତିଅଧିଆ ବାଲି ଚୋରାଚାଲାଣ
ନବରଙ୍ଗପୁର,୨୨ା୫(ବି.ପ୍ର.): ନବରଙ୍ଗପୁର ଜିଲାରୁ ଛତିଶଗଡ ଓ ଆନ୍ଧ୍ରକୁ ପ୍ରତିଦିନ ଶହଶହ ଟ୍ରକ୍ ବାଲି ଚୋରାଚାଲାଣ ହେଉଛି । ପ୍ରଶାସନର ଜାଣତରେ ବାଲି ମାଫିଆମାନେ ଏଭଳି କାର୍ଯ୍ୟରେ...

ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବିରେ ତେଜିଲା ଆନ୍ଦୋଳନ
ବରଗଡ଼ ଅଫିସ,୧୪ା୧୦: ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଆନ୍ଦୋଳନ ତେଜି ଉଠିଛି। ହସ୍ପିଟାଲ ବଞ୍ଚାଅ ଅଭିଯାନ...

ଆନ୍ଧ୍ରକୁ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣ: ଚଢାଉରେ ୩୦ ଗାଡ଼ି ଜବତ
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ପ୍ରାୟ ରାତ୍ର ସମୟରେ ଚାଲୁଥିବା...
କୋଭିଡ୍ ହସ୍ପିଟାଲ,ସେଣ୍ଟରରେ ଅଗ୍ନି ନିରାପତ୍ତା ଯାଞ୍ଚ: ତ୍ରୁଟି ସୁଧାରିବାକୁ କେନ୍ଦ୍ର ମୁଖ୍ୟଙ୍କୁ ଚିଠି
ବ୍ରହ୍ମପୁର ଅଫିସ,୧୧ା୮-ଗଞ୍ଜାମ ଜିଲାରେ କରୋନା ସାଙ୍ଘାତିକ ସ୍ଥିତିରେ ରହିଛି। ଏହାର ମୁକାବିଲା ପାଇଁ ଜିଲାରେ ଏବେ ୧୬ କୋଭିଡ୍ ହସ୍ପିଟାଲ, କେୟାର ସେଣ୍ଟର ଓ ଡେଡିକେଟେଡ୍...

ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ
ଡେଲାଙ୍ଗ,୩।୧୦(ଡି.ଏନ୍.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ...

ଚନ୍ଦକାରେ ଭାରତବନ୍ଦକୁ ସମର୍ଥନ, ଆନ୍ଦୋଳନକାରୀଙ୍କ ରାସ୍ତାରୋକୋ
ବାରଙ୍ଗ,୮।୧(ଡି.ଏନ୍.ଏ.): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ତରଫରୁ ଭାରତବନ୍ଦ ଡାକରାର ପ୍ରଭାବ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳି ନ ଥିବାବେଳେ ଚନ୍ଦକାରେ ଏହାର ପ୍ରଭାବ ଦେଖାଦେଇଛି। ଚନ୍ଦକା...

ଯାତ୍ରୀବାହୀ ବସ୍କୁ ୬ ଲକ୍ଷ ୭୨ ହଜାର ଜରିମାନା
ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି...

ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି
ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିଛି। ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଓ୍ବାର୍ଡ ନଂରେ କଂଗ୍ରେସର ଶୋଚନୀୟ ପରାଜୟ ହେବା...