ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଏଭଳି ଲୋକଙ୍କୁ ଚିକିତ୍ସା ଆଳରେ ବହୁ ଠକାମୀର ଶିକାର ହେବାକୁ ପଡୁଛି। କିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କ ପର୍ଦ୍ଦାଫାଶ୍‌ ହେବା ପରେ ସେ ଫେରାର ହୋଇଯାଇଛନ୍ତି। ତାଙ୍କ ସନ୍ଧାନରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପ୍ରଶାସନ ହାତରୁ କଓି ଯାଇଛନ୍ତି। ମଧ୍ୟପ୍ରଦେଶର ଆଗର ଜିଲାରେ ଏକ କମଳା ବଗିଚାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସମ୍ପୃକ୍ତ ନକଲି ଡାକ୍ତର ଏକ ଅସ୍ଥାୟୀ ଶିବିର କରିଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଡାକ୍ତର ଗଛ ଡାଳରେ ସାଲାଇନ୍‌ ଟାଙ୍ଗି ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ। ୧୧ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଟିମ୍‌ ପହଞ୍ଚିଥିଲେ। ମାତ୍ର ଖବର ପାଇ ନକଲି ଡାକ୍ତର ଫେରାର ହୋଇଯାଇଥିଲେ। ଗଛରେ ସାଲାଇନ୍‌ ବୋତଲ ଟଙ୍ଗା ଯାଇଥିବା ଏବଂ କିଛି ଅଧାଜଳା ସିରିଞ୍ଜ୍‌ ଟିମ୍‌ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ଭାଇରାଲ ଭିଡ଼ିଓରେ ଅଧିକ ସଂଖ୍ୟକ ମହିଳା ଆକ୍ରାନ୍ତଙ୍କୁ ଦେଖିବାକୁ ମିଳୁଛି। ଏହାରତଦନ୍ତ ଜାରି ରହିଛି।

Share