Posted inUncategorized

ପ୍ରାକୃତିକ ଶୋଭାର ଭଣ୍ଡାର: କେନ୍ଦୁଝର

କେନ୍ଦୁଝର ଜିଲାରେ ରହିଛି ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ, ଯାହା ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟକରି ଟାଣିଆଣେ ନିଜ ଆଡ଼କୁ। ଏହି ଜିଲାର ଘଟଗାଁରେ ରହିଛି ବିଶ୍ୱ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର। ତା’ସହିତ ସହର ଉପକଣ୍ଠରେ ରହିଛି ବଡ଼ ଘାଗରା ଓ ସାନ ଘାଗରା ଜଳପ୍ରପାତ। ଏଥିସହ ଜିଲାର ଶୋଭା ବଢାଉଛି ଭୀମକୁଣ୍ଡ ଜଳପ୍ରପାତ; ଯାହାର ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ। ଭୁବନେଶ୍ବରଠାରୁ କେନ୍ଦୁଝର ପ୍ରାୟ ୨୩୫ କି.ମି. ଦୂରରେ ଅବସ୍ଥିତ। ତେଣୁ ସଡ଼କ ପଥରେ ଗୋଟିଏ ଦିନ ମଧ୍ୟରେ
ସହଜରେ ବୁଲାବୁଲି କରି ଫେରିହୁଏ…
* ଘଟଗାଁ ମା’ତାରିଣୀ: ଲୋକକଥା ଅନୁଯାୟୀ, ଓଡ଼ିଶାର ତତ୍କାଳୀନ ଗଜପତି ମହାରାଜ ମା’ ତାରିଣୀଙ୍କୁ କାଞ୍ଚତ୍ ବିଜୟ କରି ପୁରୀକୁ ଆଣିଥିଲେ। ପରେ କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜ ମା’ଙ୍କୁ ପୁରୀରୁ ନିଜ ରାଜ୍ୟକୁ ନେବାକୁ ଇଚ୍ଛା କରିବାରୁ ମା’ ସର୍ତ୍ତ ରଖିଥିଲେ ଯେ, କେନ୍ଦୁଝରରେ ପହଞ୍ଚତ୍ଲା ପର୍ଯ୍ୟନ୍ତ ରାଜା ପଛକୁ ଫେରି ଚାହିଁବେ ନାହିଁ। ଯେଉଁଠି ରାଜା ପଛକୁ ଫେରି ଚାହିଁବେ, ମା’ ସେହିଠାରେ ପଥର ପାଲଟି ରହିଯିବେ। ମା’ଙ୍କ ସର୍ତ୍ତରେ ରାଜିହୋଇ ପରଦିନ ପୁରୀରୁ କେନ୍ଦୁଝର ଅଭିମୁଖେ ଘୋଡ଼ା ଝପଟାଇଲେ ଗୋବିନ୍ଦ ଭଞ୍ଜ। ବଣ, ନଦୀ, ପାହାଡ଼ ପର୍ବତ ପାରକରି ଘୋଡ଼ା ଆଗେଇ ଚାଲିଥାଏ। ବାଟସାରା ମା’ଙ୍କର ନୂପୁରର ରୁଣୁଝୁଣୁ ଶବ୍ଦ ଶୁଣିଶୁଣି ଆଗକୁ ଚାଲିଥାନ୍ତି ରାଜା। ଶାଳଗାଁ ପାରହେଲା ପରେ ଘଞ୍ଚ ଜଙ୍ଗଲ ପଡେ। ସେଠାରୁ ଆରମ୍ଭ ହୋଇଯାଏ ଶାଳ ଅରଣ୍ୟ। ବିରାଟ ବିରାଟ ଶାଳଗଛର ଜଙ୍ଗଲ ଭିତରେ ଛୋଟ ଛୋଟ ଶବରପଲ୍ଲୀ। କେନ୍ଦୁଝର ଆଉ ଅଳ୍ପ ଦୂର ଥାଏ, ମା’ଙ୍କର ନୂପୁରର ଶବ୍ଦ ଆଉ ଶୁଭିଲା ନାହିଁ। ରାଜାଙ୍କ ମନରେ ଶଙ୍କା ଆସିଲା ମା’ କ’ଣ ଠକିଦେଇ ବାଟରେ କେଉଁଠି ରହିଗଲେ କି! ସେଇଠି ପଛକୁ ମୁହଁ ବୁଲେଇ ଚାହିଁ ଦେଲେ ସେ। ହଠାତ୍‌ ଶୂନ୍ୟବାଣୀ ହେଲା କ’ଣ କଲୁରେ ପୁଅ! ମା’କୁ ଅବିଶ୍ବାସ କରି ମନା କରିବା ସତ୍ତ୍ୱେ ପଛକୁ ଫେରି ଚାହିଁଲୁ! ମୁଁ ତ ଏଇଠି ଏଇ ଶାଳଗଛ ତଳେ ପଥର ପାଲଟି ଗଲିରେ ପୁଅ! ଆଉ ଆଗକୁ ଯାଇପାରିବିନାହିଁ। ତୁ ମୋତେ ଏଇଠି ରଖି ପୂଜାର୍ଚ୍ଚନା କର। ମନସ୍ତାପରେ ଭାଙ୍ଗି ପଡ଼ିଲେ ରାଜା। ହାତଯୋଡ଼ି ମା’ଙ୍କୁ କ୍ଷମା ପ୍ରାର୍ଥନା କଲେ, ହେଲେ ମା’ ସେହି ସ୍ଥାନରୁ ଆଉ ପାଦଟିଏ ମଧ୍ୟ ଘୁଞ୍ଚତ୍ପାରିଲେ ନାହିଁ। ଅଗତ୍ୟା ଗୋବିନ୍ଦ ଭଞ୍ଜ ସେଇ ଶାଳବଣରେ ହିଁ ମା’ଙ୍କର ଆସ୍ଥାନଟିଏ କରି ସେହି ବନବାସୀ ଦେହୁରୀମାନଙ୍କ ହାତରେ ମା’ଙ୍କର ଯଥାବିଧି ପୂଜାର୍ଚ୍ଚନା କରାଇଥିଲେ ଏବଂ ସେହିଦିନଠାରୁ ମା’ଙ୍କର ନିତ୍ୟନୈମିତ୍ତିକ ସେବା ପାଇଁ ସେମାନଙ୍କୁ ନିଯୁକ୍ତ କରି ମନ ଦୁଃଖରେ କେନ୍ଦୁଝର ରାଜ ଉଆସକୁ ଫେରିଥିଲେ। ଆଉ ପ୍ରତିଦିନ ରାଜ ଉଆସରୁ ଆସି ମା’ଙ୍କ ଦର୍ଶନ କରୁଥିଲେ। ସେହି କାଳରୁ ମା’ତାରିଣୀ କେନ୍ଦୁଝର ଜିଲାର ଇଷ୍ଟଦେବୀ ରୂପେ ଘଟଗାଁରେ ପୂଜା ପାଇ ଆସୁଛନ୍ତି।
 * ବଡ଼ ଘାଗରା ଓ ସାନ ଘାଗରା: ମା’ ତାରିଣୀ ପୀଠରୁ ପ୍ରାୟ ୫୦ କି.ମି. ଦୂରରେ ରହିଛି ବଡ଼ ଘାଗରା ଜଳପ୍ରପାତ। ସାନମାଛକାନ୍ଦଣା ନଦୀଶଯ୍ୟାର ଜଳ ପର୍ବତ ଶର୍ଯ୍ୟାରୁ ପ୍ରାୟ ୧୦୦ ଫୁଟ ତଳକୁ ଖସି ଏହି ବଡ଼ ଘାଗରା ଜଳପ୍ରପାତ ସୃଷ୍ଟି ହୋଇଛି। ଅନତି ଦୂରରେ ଏହି ଜଳକୁ ଡ୍ୟାମ୍‌ରେ ଧରି ରଖି ଜଳବିଦ୍ୟୁତ୍‌ ପ୍ରକଳ୍ପ ତିଆରି ହୋଇଛି। ସରକାରଙ୍କ ଦ୍ବାରା ଏଠାରେ ନିର୍ମିତ ହୋଇଛି ସୁନ୍ଦର ପାର୍କଟିଏ। ନଦୀ ମଝିରେ ସୁଉଚ୍ଚ ଶିବମୂର୍ତ୍ତିଟିଏ ଗଢ଼ାଯାଇଛି; ଯାହାକୁ କେନ୍ଦ୍ରକରି ନଦୀର କିଛି ଅଂଶରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ସୁବିଧା କରାଯାଇଛି। କିଛି କିଛି ଦୋକାନ, ବଜାର, ଅସ୍ଥାୟୀ ହୋଟେଲ ମଧ୍ୟ ଖୋଲାଯାଇଛି ଦର୍ଶକଙ୍କ ସୁବିଧା ପାଇଁ। ଆଉ ଏହିଠାରୁ ପ୍ରାୟ ୪ କି.ମି. ଦୂରରେ ରହିଛି ସାନ ଘାଗରା ଜଳପ୍ରପାତ; ଯେଉଁଠି ପର୍ବତ ଶଯ୍ୟା ଅଳ୍ପ ଟିକିଏ କମ୍‌ ଉଚ୍ଚତାରେ ରହିଛି ଏବଂ ଜଳସ୍ରୋତର ବେଗ ବି ଅପେକ୍ଷାକୃତ କମ୍‌ ରହିଛି।
* ଭୀମକୁଣ୍ଡ: ସାନଘାଗରା ଓ ବଡ଼ଘାଗରାରୁ ଘଟଗାଁ ଫେରିବା ବାଟରେ ଢେଙ୍କିକୋଟରୁ ବାମ ହାତି ରାସ୍ତାରେ ପ୍ରାୟ ୩୩ କି.ମି. ଦୂରରେ ପଡ଼େ ଭୀମକୁଣ୍ଡ ଜଳପ୍ରପାତ। ଘଞ୍ଚ ଜଙ୍ଗଲ ଭିତରେ ଧଳା ପାହାଡ଼ ଶଯ୍ୟାରେ ଘୋର ଘର୍ଘର ନାଦ କରି ବହିଯାଇଛି ବୈତରଣୀ ନଦୀ। ସେହି ଭୀମ ଭୟଙ୍କର ନାଦରୁ ପାହାଡ଼ ଉପରେ ସୃଷ୍ଟି ହୋଇଛି ବିରାଟ କୁଣ୍ଡଳୀ ଭଳି ସ୍ଥାନଟିଏ; ଯେଉଁଠି ନଦୀ କୁଣ୍ଡଳୀ ସଦୃଶ ଚକ୍କର କାଟି ପୁଣି ବହିଯାଇଛି ତଳକୁ ତଳକୁ। ଏବେ ପର୍ଯ୍ୟଟକଙ୍କ ପାଇଁ ସେଠାରେ ନଦୀର ଉପର ଭାଗରେ ତିଆରି ହୋଇଛି ବିରାଟ ଏକ ବଗିଚା, ତା’ ମଝିରେ ତିଆରି ହୋଇଛି ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ପାଣ୍ଡବ ଭୀମଙ୍କର ସୁଉଚ୍ଚ ମୂର୍ତ୍ତିଟିଏ। ସେଠାରେ ଠିଆହୋଇ ଭୀମକୁଣ୍ଡର ଅପୂର୍ବ ସୁନ୍ଦର ରୂପ ନିରୀକ୍ଷଣ କରିହୁଏ। ଏବେ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଅନତି ଦୂରରେ ଭୀମକୁଣ୍ଡର ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ନଦୀ ଭିତରକୁ ମୁହଁ କରି ତିଆରି ହୋଇଛି ତିନି ମହଲାର ଏକ ୱାଚ୍‌ ଟାୱାର। ସେଥିରେ ଚଢ଼ି ପର୍ଯ୍ୟଟକମାନେ ଭୀମକୁଣ୍ଡ ଜଳପ୍ରପାତର ଚତୁର୍ଦ୍ଦିଗ ନିରୀକ୍ଷଣ କରିପାରିବେ। କି ସୁନ୍ଦର ସେ ପରିବେଶ ନିଜେ ନ ଦେଖିଲେ ଅନୁଭବ କରିହେବ ନାହିଁ!
କେବେ ଓ କେମିତି ଯିବେ
ଏଠାକୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବର୍ଷର ସବୁ ସମୟରେ ଗମନାଗମନର ସୁବିଧା କରାଯାଇଛି। ରାଜ୍ୟର ସମସ୍ତ ସ୍ଥାନରୁ ସରକାରୀ, ବେସରକାରୀ ବସ୍‌ ଅହରହ ଚାଲିଛି ଏଠାକୁ। ଏହାର ନିକଟତମ ରେଳଷ୍ଟେଶନ ହେଉଛି କେନ୍ଦୁଝରଗଡ଼ ରେଳଷ୍ଟେଶନ ଏବଂ ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱର।                                         -ସୁଷମା ପରିଜା,
 ଶାରଳା ଭବନ, ପୋତାପୋଖରୀ,
 ନୂଆବଜାର, କଟକ-୪
ମୋ: ୯୩୩୭୨୭୨୬୪୭

Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri