ଖନନ ସମୟରେ ମହେଞ୍ଜୋଦାରୋରୁ ମିଳିଲା ମୂଲ୍ୟବାନ ମୁଦ୍ରା , ଦେଖି ହେବେ ତାଜୁବ

ସିନ୍ଧୁ,୧୮।୧୧: ବିଶ୍ୱରେ ପ୍ରାଚୀନ ସଭ୍ୟତା ମଧ୍ୟରେ ଅନନ୍ୟ ସିନ୍ଧୁ ଘାଟି। ସିନ୍ଧୁ ଘାଟିର ବିଶ୍ୱ ଐତିହ୍ୟ ସ୍ଥଳ ମହେଞ୍ଜୋଦାରୋରେ ଖନନ ବେଳେ ଏକ ପାଚେରୀରେ ତମ୍ବା ମୁଦ୍ରାରେ ଭର୍ତ୍ତି ଏକ ପାତ୍ର ମିଳିଛି । ପାକିସ୍ତାନୀ ଶ୍ରମିକ ଏକ ପାଚେରୀ ଉପରେ କାମ କରିବା ସମୟରେ ଏହାର ଆବିଷ୍କାର ହୋଇଛି ।
ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ସୈୟଦ ସାକିର ଶାହଙ୍କ ଅନୁସାରେ କାମ ଚାଲିଥିବା ସମୟରେ ପାଚେରୀଟି ଭୁଷୁଡ଼ି ଯାଇଥିଲା। ପରେ ଏହାକୁ ଖନନ କରିବା ସମୟରେ ଶ୍ରମିକଙ୍କ ନଜର ଗୋଟିଏ ପାତ୍ର ଉପରେ ପଡ଼ିଥିଲା । ଏହାକୁ ବାହାର କରାଯିବା ପରେ ଏଥିରେ ତମ୍ବା ଭର୍ତ୍ତି ମୁଦ୍ରା ଥିବା ଦେଖିବାକୁ ମିଳିଥିଲା । ଏହି ମୁଦ୍ରାଗୁଡିକ ଉପରେ କିଛି
ଅଙ୍କିତ ଅଛି । ତେବେ ଅଧିକ ଯାଞ୍ଚ ପାଇଁ ମୁଦ୍ରାଗୁଡିକୁ ଲ୍ୟାବକୁ ପଠାଯାଇଛି । ଦୀର୍ଘ ସମୟ ପରେ ମହେଞ୍ଜୋଦାରୋରୁ ଏପରି କିଛି ମିଳିଛି ଯାହା କିଛି ରହସ୍ୟ ଉପରୁ ପରଦା ଉଠାଇବ।

Share