ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ ଦେଇଛି। ଭ୍ରମଣ ତାଲିକାରେ କୋଭାକ୍ସିନ ଅନ୍ତର୍ଭୁକ୍ତ ହେବା ଉପରେ ସିଡିସିର ପ୍ରେସ ଅଧିକାରୀ ସ୍କଟ ପାଉଲି କହିଛନ୍ତି, ଏଫଡିଏ ଦ୍ୱାରା ଅନୁମୋଦିତ କିମ୍ବା ଅନୁମୋଦିତ ଟିକା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଦ୍ୱାରା ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ ସିଡିସିର ଯାତ୍ରା ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ। ତେଣୁ ଏହି ଟିକା ନେଇଥିବା ବ୍ୟକ୍ତି ଆମେରିକାକୁ ଆସି ପାରିବେ ବୋଲି ସେ କହିଛନ୍ତି। ଆସନ୍ତା ନଭେମ୍ବର ୮ରୁ କୋଭାକ୍ସିନ ନେଇଥିବା ବ୍ୟକ୍ତି ଆମେରିକା ଯାଇପାରିବେ।
ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଏହି ସ୍ବୀକୃତିରେ ସମ୍ଭବତଃ ଶେଷ ହୋଇଛି। ଏବେ କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି।

Share