ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୬ନଂ ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ୨୦ରୁ ଅଧିକ ଯାତ୍ରୀ ଗଞ୍ଜାମ ଜିଲା ରଘୁନାଥପଲ୍ଲୀ ଅଞ୍ଚଳରୁ ତାରିଣୀ ଅଭିମୁଖେ ଯିବା ସମୟରେ ଟ୍ରାଭେଲରଟି ଜାତୀୟରାଜପଥରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାରମ୍ବାର ରାଜପଥରେ ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ଘଟୁଛି । ଯାଜପୁର ଜିଲାପାଳ ବେଆଇନ ଭାବେ କୌଣସି ଭାରିଯାନ ରାଜପଥରେ ରହିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

Odisha’s No.1 Odia Daily

Share
Tags: odisha