Posted inଜାତୀୟ

୩ ଦିନରେ ୭ ମହାଦେଶ ବୁଲିଲେ

ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ ଏବଂ ସୁଜୟ କୁମାର ମିତ୍ର। ବିଶ୍ୱର ୭ଟି ଯାକ ମହାଦେଶ ଭ୍ରମଣ କରିବା ପାଇଁ ଉଭୟଙ୍କୁ ୩ ଦିନ ୧ ଘଣ୍ଟା ୫ ମିନିଟ ୪ ସେକେଣ୍ଡ ଲାଗିଥିଲା। ଗତ ଡିସେମ୍ବର ୪ରେ ଅଷ୍ଟ୍ରେଲିଆର ମେଲବୋର୍ନରୁ ବାହାରି ମାତ୍ର ୭ ତାରିଖ (୭୩ ଘଣ୍ଟା) ମଧ୍ୟରେ ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ଏବଂ ଓସେନିଆ ଭ୍ରମଣ କରିଥିବା ଏହି ଦୁଃସାହସୀ ଭାରତୀୟ ଦ୍ୱୟଙ୍କ ବିରଳ ପଦକ୍ଷେପକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସ୍ବୀକୃତି ଦେଇଛି। ଏହା ପୂର୍ବରୁ ଏତେ କମ୍‌ ସମୟ ମଧ୍ୟରେ ବିଶ୍ୱର କେହି ୭ ମହାଦେଶ ଭ୍ରମଣ କରି ନ ଥିଲେ ବୋଲି ଏହାର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ନିଜ ସଫଳତା ସମ୍ପର୍କରେ ଅଲୀ ଓ ସୁଜୟ କହିଛନ୍ତି, ଆଜି ଆମେ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛୁ। କିନ୍ତୁ ଆସନ୍ତାକାଲି ଆଉ କେହି ଆମ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇପାରନ୍ତି। ଭ୍ରମଣ ପ୍ରିୟ ଅଲୀ ଓ ସୁଜୟ ହାସଲ କରିଥିବା ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସାର୍ଟିଫିକେଟ୍‌କୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।
୬୪ ବର୍ଷୀୟ ଡ. ଅଲୀ ଜଣେ ଜଣାଶୁଣା ଫିଜିଓଥେରାପିଷ୍ଟ। ସେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳିମାନଙ୍କୁ ଚିକିତ୍ସା କରିଥାଆନ୍ତି। ଅଦ୍ୟାବଧି ଅଲୀ ୯୦ ଦେଶ ଭ୍ରମଣ କରିସାରିଲେଣି। ଅଲୀ କହିଛନ୍ତି, ଭ୍ରମଣ କେବେ ସୀମାର ବାଧା ବନ୍ଧନ ମାନେ ନାହିଁ। ଏହା ବିଶ୍ୱବାସୀଙ୍କୁ ଏକାଠି କରିଥାଏ। ଅଲୀଙ୍କ ପଦାଙ୍କ ଅନୁସରଣ କରିବା ପରେ ଯାତ୍ରା ପ୍ରତି ସୁଜୟଙ୍କ ଆଗ୍ରହ ବଢ଼ିଥିଲା। କର୍ପୋରେଟ୍‌ ଜୀବନଶୈଳୀ ଛାଡ଼ି ସେ ମଧ୍ୟ ଏହି ଆଡ୍‌ଭେଞ୍ଚରରେ ସାମିଲ ହୋଇଥିଲେ। ବିଶ୍ୱର ୧୯୮ ଦେଶ ମଧ୍ୟରୁ ୧୭୨ ରାଷ୍ଟ୍ର ଭ୍ରମଣ ଅଭିଯାନରେ ସେ ଲାଗିଛନ୍ତି। ପ୍ରକାଶ ଯେ, ପୂର୍ବରୁ ଦ୍ରୁତତମ ଭ୍ରମଣକାରୀ ଭାବେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଡ.ଖଓ୍ବଲା ଅଲ୍‌ ରୋମାଇଥି ରେକର୍ଡ ହାସଲ କରିଥିଲେ। ୨୦୨୦ ଫେବୃୟାରୀରେ ସେ ୩ ଦିନ ୧୪ ଘଣ୍ଟା ୪୬ ମିନିଟ୍‌ ୪୮ ସେକେଣ୍ଡରେ ୭ ମହାଦେଶ ବୁଲିଥିଲେ। ତାଙ୍କଠାରୁ ୧୩ ଘଣ୍ଟା କମ୍‌ ସମୟ ନେଇ ଏହି ଦୁଇଜଣ ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଯାତ୍ରା ପାଇଁ ଉଭୟଙ୍କୁ ସାଇକେଲଠୁ ନେଇ ବିମାନ ପର୍ଯ୍ୟନ୍ତ ମାଧ୍ୟମର ସହାୟତା ନେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri