Categories: ବାଣିଜ୍ୟ

ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ଦେବାଳିଆ

ଭୁବନେଶ୍ୱର,୨୯ା୧୧: ଦେଶର ଅଗ୍ରଣୀ ଟ୍ରାଭେଲ ଆଣ୍ଡ ଟୁର୍ସ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସର ପ୍ରମୋଟର ପିଟର କେରକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକାଧିକ ବ୍ୟାଙ୍କରୁ ୫,୫୦୦ କୋଟି ଟଙ୍କାର ଋଣ ଘୋଟାଲା ଓ ମନି ଲଣ୍ଡରିଂ ମାମଲାରେ ପିଟରଙ୍କୁ ଇଡି ଗିରଫ କରିଥିବା ସୂଚନା ମିଳିଛି। ଏହି ଋଣ ଘୋଟାଲାରେ ସବୁଠୁ ଅଧିକ ୨୨୬୭ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ବାକି ପଡିଥିତ୍ବା ଜଣାପଡ଼ିଛି। ଏହି ଟ୍ରାଭେଲ୍‌ କମ୍ପାନୀ ବର୍ତ୍ତମାନ ସମୟରେ ଦେବାଳିଆ ହୋଇଯାଇଛି। ଅକ୍ଟୋବର ୨୦୧୯ରେ କମ୍ପାନୀକୁ ବ୍ୟାଙ୍କ୍ରପ୍ସୀ କୋର୍ଟକୁ ପଠାଯାଇଥିଲା। ଏହି କମ୍ପାନୀର ପ୍ରତିଷ୍ଠାତା କେରକର ଓ ତାଙ୍କ ପରିବାରବର୍ଗଙ୍କୁ ଚଳିତ ମାସ ସିବିଆଇ କକ୍ସ ଆଣ୍ଡ କିଙ୍ଗ୍‌ସର ସହଯୋଗୀ କମ୍ପାନୀ ଇଜିଗୋ ଆଣ୍ଡ ଟୁର୍ସ ଲିମିଟେଡ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲା। ୟେସ୍‌ ବ୍ୟାଙ୍କରେ ୯୦୦ କୋଟିରୁ ଅଧିକ ଋଣ ଘୋଟାଲାକୁ ନେଇ ମାମଲା ରୁଜୁ କରିଥିଲା ସିବିଆଇ। ଘଟଣାର ବ୍ୟାପକ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଥିଲା ଯେ କକ୍ସ ଆଣ୍ଡ କିଙ୍ଗ୍‌ସ ଜାଲ୍‌ ଗ୍ରାହକଙ୍କ ନାଁ ବ୍ୟବହାର କରି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇଥିଲା। କମ୍ପାନୀ ପରବର୍ତ୍ତୀ ସମୟରେ ଏହି ଟଙ୍କା ପରିଶୋଧ କରିପାରି ନ ଥିଲା। ମାର୍ଚ୍ଚ ୮ରେ ଇଡି ୟେସ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ରାଣା କପୁରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସବିଆଇ ମଧ୍ୟ କମ୍ପାନୀର ବରିଷ୍ଠ ଅଧିକାରୀ ଅଜିତ ପିଟର କେରକର, ଉର୍ଶିଲା କେରକର, ନିଲୁ ସିଂହ, ଅରୂପ ସେନ, ମନୀଷ ଅମରା ପୁରକର, ପ୍ରେସି ପଟେଲ ଓ କାର୍ତ୍ତିକ ଭେଙ୍କଟରମଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ବୋଲି ଜଣାପଡ଼ିଛି।

Share