ଟ୍ରମା କେୟାରକୁ ଆନ୍ତରିକତା ନାହିଁ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଓଡ଼ିଶାରେ ଘଟୁଥିବା ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଏହାକୁ ରୋକିବାରେ ସରକାର ବିଫଳ ହେବା କାରଣରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ପକ୍ଷରୁ ବାରମ୍ବାର ଭର୍ତ୍ସନା କରାଯାଉଛି। ତଥାପି ଫଳ ଶୂନ। ଦୁର୍ଘଟଣା ଘଟିବାର ପ୍ରଥମ ୪୮ ଘଣ୍ଟାର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଥିଲାଗି ସରକାର ଯେଉଁ ବ୍ୟବସ୍ଥା କରିବା କଥା ତାହା କରିପାରୁନାହାନ୍ତି। ସମସ୍ତ ୩୦ ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜରେ ଟ୍ରମା କେୟାର ଫାସିଲିଟି (ଟିସିଏଫ୍‌) ଲାଗି ସୁପ୍ରିମକୋର୍ଟ କମିଟି ୨୦୧୭ରେ ନିର୍ଦ୍ଦେଶ ଦେଇଥିଲେ। ଏ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ପାଳନ ହୋଇପାରିନାହିଁ। ଉଦ୍‌ବେଗର ବିଷୟ ଯେଉଁ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଟ୍ରମା କେୟାର ସୁବିଧା ରହିଛି ତାହା ଠିକ୍‌ ଭାବେ କାମ କରୁନାହିଁ। କାରଣ ଆବଶ୍ୟକ ଡାକ୍ତର ଅଭାବ। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରମା କେୟାର ସୁବିଧା ହୋଇପାରି ନାହିଁ। ରାଜ୍ୟର ଅଧିକାଂଶ ମେଡିକାଲ କଲେଜ ଓ ହସ୍ପିଟାଲରେ ଯେଉଁ ଟ୍ରମା କେୟାର ସୁବିଧା ରହିଛି ତାହା ‘ଲେଭଲ-୨’ କାଟାଗୋରିର। ସେଗୁଡ଼ିକରେ ଧାର୍ଯ୍ୟ ଡାକ୍ତର ଓ ବିଶେଷଜ୍ଞ ନାହାନ୍ତି।
ଲେଭଲ-୨ କାଟେଗୋରିରେ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ଜରୁରିକାଳୀନ ଚିକିତ୍ସକ, ସର୍ଜନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ରହିବା ଜରୁରୀ। ୩୦୦ରୁ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲ କିମ୍ବା ଡାକ୍ତରଖାନାଗୁଡ଼ିକୁ ଲେଭଲ-୨ ଟ୍ରମା ସେଣ୍ଟର ଭାବରେ ଚିହ୍ନଟ କରାଯାଇଥାଏ। ଲେଭଲ-୧ କାଟେଗୋରି ହେଉଛି ସର୍ବୋଚ୍ଚ ଚିକିତ୍ସା ସେବା ବ୍ୟବସ୍ଥା। ସଙ୍କଟାପନ୍ନ ଆହତଙ୍କ ଚିକିତ୍ସା ପାଇଁ ଏହି ବ୍ୟବସ୍ଥା ହୋଇଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜରେ ଲେଭଲ-୧ ଟ୍ରମା କେୟାର ସୁବିଧା ରହିଥାଏ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୯ଟି ଏବଂ ବାହାର ରାଜ୍ୟରେ ବିଶାଖାପାଟଣା ଓ ରାୟପୁର ଗୋଟିଏ ଲେଖାଏ ଏହିପରି ମୋଟ ୧୧ଟି ଘରୋଇ ହସ୍ପିଟାଲରେ ଲେଭଲ-୧ ଟ୍ରମା କେୟାର ସୁବିଧା କରାଯାଇଛି। ସେଠାରେ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୫ ବର୍ଷ ପାଇଁ ୧୪୭.୨ କୋଟି ଟଙ୍କାର ବଜେଟ୍‌ ଅନୁମୋଦନ କରିଛନ୍ତି। ଏହିସବୁ ହସ୍ପିଟାଲରେ ଗୁରୁତର ଆହତଙ୍କ ପ୍ରଥମ ୪୮ ଘଣ୍ଟା ଚିକିତ୍ସା ଲାଗି ଫ୍ରି ଟ୍ରିଟ୍‌ମେଣ୍ଟ ଅଫ ଟ୍ରମା ଫଣ୍ଡ(ଏଫଟିଟିଏଫ୍‌)ରୁ ଅର୍ଥ ଖର୍ଚ୍ଚ କରାଯିବ। ହେଲେ ଆଶ୍ଚର୍ଯ୍ୟର ବିଷୟ ସରକାରଙ୍କ ଏହି ୧୧ ଟିକିଆ ହସ୍ପିଟାଲ ତାଲିକାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ହେଲେ ଲେଭଲ-୧ ଟ୍ରମା କେୟାର ସୁବିଧା ଥିବା ହସ୍ପିଟାଲର ନଁା ନାହିଁ। ବରଂ ବାହାର ରାଜ୍ୟରେ ଥିବା ଦୁଇଟି ହସ୍ପିଟାଲକୁ ଏଥିରେ ଯୋଡ଼ାଯାଇଛି। ତାହା ହେଲା ବିଶାଖାପାଟଣାର ମେଡିକୋଭର ହସ୍ପିଟାଲ ଏବଂ ରାୟପୁରର ରାମକ୍ରିଷ୍ଣା କେୟାର ହସ୍ପିଟାଲ। ଦକ୍ଷିଣ ଓଡ଼ିଶାରେ କୌଣସି ଦୁର୍ଘଟଣା ହେଲେ ଗୁରୁତର ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଚିକିତ୍ସା ଲାଗି ବିଶାଖାପାଟଣାର ଉକ୍ତ ଘରୋଇ ହସ୍ପିଟାଲକୁ ନେବାକୁ ପଡ଼ିବ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଥିବା ଟ୍ରମା କେୟାର ସେଣ୍ଟରରେ ଦୁର୍ଘଟଣାଜନିତ ଚିକିତ୍ସା ଲାଗି ଡାକ୍ତର ନାହାନ୍ତି। ସେଠାରୁ ପ୍ରାୟତଃ ଆହତମାନଙ୍କୁ କଟକ ଏସ୍‌ସିବି ମେଡିକାଲକୁ ରେଫର କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଯେଉଁ ଟ୍ରମା କେୟାର ସେଣ୍ଟର ରହିଛି ସେଠାରେ ମଧ୍ୟ ଡାକ୍ତର ଅଭାବ ମୁଖ୍ୟ ସମସ୍ୟା। ସେହି ଟ୍ରମା କେୟାର ସେଣ୍ଟର ମଧ୍ୟ ଲେଭଲ-୨ କାଟାଗୋରିର ବୋଲି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା କମିଟିର ଜଣେ ସଦସ୍ୟ କହିଛନ୍ତି। ସେହିପରି ସମ୍ବଲପୁର ଭୀମସାର ହସ୍ପିଟାଲରେ ମଧ୍ୟ ଲେଭଲ-୨ର ଟ୍ରମା କେୟାର ସେଣ୍ଟର ରହିଥିବା ବେଳେ ଡାକ୍ତର ଅଭାବ ରହିଛି। ପୁରୀର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଭାବେ ଟ୍ରମା କେୟାର ହେଉ ନ ଥିବା ଜଣାପଡ଼ିଛି। ସେଠାରେ ଯେଉଁ ଟ୍ରମା କେୟାର ସେଣ୍ଟର ରହିଛି, ତାହାର ଲେଭଲ କ’ଣ ସେ କଥା ଜାଣି ନ ଥିବା ସିଡିଏମ୍‌ଓ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏସ୍‌ସିବି ହସ୍ପିଟାଲରେ ଲେଭଲ-୧ର ଟ୍ରମା କେୟାର ସେଣ୍ଟର ରହିଛି। ଏମ୍‌କେସିଜି ଏବଂ ଭୀମସାର୍‌ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରକୁ ଲେଭଲ-୧କୁ ଉନ୍ନତ କରାଯାଇଛି। ରାଜ୍ୟର ବାକି ୪ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଲେଭଲ-୨ ଟ୍ରମା କେୟାର ସେଣ୍ଟର ରହିଛି। ରାଜ୍ୟର ସବୁ ଜାଗାରେ ନ୍ୟୁରୋ ସର୍ଜନ ଦେଇ ହେବନାହିଁ। ଏହା କେବଳ ଓଡ଼ିଶାର ନୁହେଁ, ସାରା ଦେଶରେ ଏହି ସମସ୍ୟା ରହିଛି। ଯେଉଁଠି ନ୍ୟୁରୋ ସର୍ଜରୀ କରାଯାଇପାରିବ ସେଠାରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଛି। ସବୁଠି ସବୁ ପ୍ରକାର ସେବା ଦେଇହେବନାହିଁ। ଦୁର୍ଘଟଣା ପରେ ଆହତଙ୍କ ସ୍ବାସ୍ଥ୍ୟବସ୍ଥାକୁ ପ୍ରଥମେ ସ୍ଥିର ସ୍ଥିତିକୁ ଆଣି ଅନ୍ୟ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ମହାପାତ୍ର କହିଛନ୍ତି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଯେପର୍ଯ୍ୟନ୍ତ ହସ୍ପପିଟାଲଗୁଡ଼ିକରେ ଡାକ୍ତର ଅଭାବ ସମସ୍ୟା ହଟିନି ଏବଂ ଟ୍ରମା ଚିକିତ୍ସା ଲାଗି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଠିକ୍‌ ବ୍ୟବସ୍ଥା ହୋଇନାହିଁ ସେପର୍ଯ୍ୟନ୍ତ କିଛି କରିହେବ ନାହିଁ। ୩୦ ଜିଲାରେ ଟ୍ରମା କେୟାର ସେଣ୍ଟର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଗତ ୪ ବର୍ଷ ହେଲା କହି ରହିଯାଉଛି। ସୁପ୍ରିମକୋର୍ଟ କମିଟି ପଚାରିଲେ ଆମେ ମଧ୍ୟ ସମାନ ଉତ୍ତର ଦେଇଚାଲିଛୁ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ସେମିତି ବଢିଚାଲିଛି ବୋଲି ପରିବହନ ବିଭାଗର ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri