ଟ୍ରମା କେୟାରକୁ ଆନ୍ତରିକତା ନାହିଁ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଓଡ଼ିଶାରେ ଘଟୁଥିବା ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଏହାକୁ ରୋକିବାରେ ସରକାର ବିଫଳ ହେବା କାରଣରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ପକ୍ଷରୁ ବାରମ୍ବାର ଭର୍ତ୍ସନା କରାଯାଉଛି। ତଥାପି ଫଳ ଶୂନ। ଦୁର୍ଘଟଣା ଘଟିବାର ପ୍ରଥମ ୪୮ ଘଣ୍ଟାର ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଥିଲାଗି ସରକାର ଯେଉଁ ବ୍ୟବସ୍ଥା କରିବା କଥା ତାହା କରିପାରୁନାହାନ୍ତି। ସମସ୍ତ ୩୦ ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜରେ ଟ୍ରମା କେୟାର ଫାସିଲିଟି (ଟିସିଏଫ୍‌) ଲାଗି ସୁପ୍ରିମକୋର୍ଟ କମିଟି ୨୦୧୭ରେ ନିର୍ଦ୍ଦେଶ ଦେଇଥିଲେ। ଏ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ପାଳନ ହୋଇପାରିନାହିଁ। ଉଦ୍‌ବେଗର ବିଷୟ ଯେଉଁ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଟ୍ରମା କେୟାର ସୁବିଧା ରହିଛି ତାହା ଠିକ୍‌ ଭାବେ କାମ କରୁନାହିଁ। କାରଣ ଆବଶ୍ୟକ ଡାକ୍ତର ଅଭାବ। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରମା କେୟାର ସୁବିଧା ହୋଇପାରି ନାହିଁ। ରାଜ୍ୟର ଅଧିକାଂଶ ମେଡିକାଲ କଲେଜ ଓ ହସ୍ପିଟାଲରେ ଯେଉଁ ଟ୍ରମା କେୟାର ସୁବିଧା ରହିଛି ତାହା ‘ଲେଭଲ-୨’ କାଟାଗୋରିର। ସେଗୁଡ଼ିକରେ ଧାର୍ଯ୍ୟ ଡାକ୍ତର ଓ ବିଶେଷଜ୍ଞ ନାହାନ୍ତି।
ଲେଭଲ-୨ କାଟେଗୋରିରେ ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ଜରୁରିକାଳୀନ ଚିକିତ୍ସକ, ସର୍ଜନ, ଅସ୍ଥିଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ରହିବା ଜରୁରୀ। ୩୦୦ରୁ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲ କିମ୍ବା ଡାକ୍ତରଖାନାଗୁଡ଼ିକୁ ଲେଭଲ-୨ ଟ୍ରମା ସେଣ୍ଟର ଭାବରେ ଚିହ୍ନଟ କରାଯାଇଥାଏ। ଲେଭଲ-୧ କାଟେଗୋରି ହେଉଛି ସର୍ବୋଚ୍ଚ ଚିକିତ୍ସା ସେବା ବ୍ୟବସ୍ଥା। ସଙ୍କଟାପନ୍ନ ଆହତଙ୍କ ଚିକିତ୍ସା ପାଇଁ ଏହି ବ୍ୟବସ୍ଥା ହୋଇଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜରେ ଲେଭଲ-୧ ଟ୍ରମା କେୟାର ସୁବିଧା ରହିଥାଏ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୯ଟି ଏବଂ ବାହାର ରାଜ୍ୟରେ ବିଶାଖାପାଟଣା ଓ ରାୟପୁର ଗୋଟିଏ ଲେଖାଏ ଏହିପରି ମୋଟ ୧୧ଟି ଘରୋଇ ହସ୍ପିଟାଲରେ ଲେଭଲ-୧ ଟ୍ରମା କେୟାର ସୁବିଧା କରାଯାଇଛି। ସେଠାରେ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୫ ବର୍ଷ ପାଇଁ ୧୪୭.୨ କୋଟି ଟଙ୍କାର ବଜେଟ୍‌ ଅନୁମୋଦନ କରିଛନ୍ତି। ଏହିସବୁ ହସ୍ପିଟାଲରେ ଗୁରୁତର ଆହତଙ୍କ ପ୍ରଥମ ୪୮ ଘଣ୍ଟା ଚିକିତ୍ସା ଲାଗି ଫ୍ରି ଟ୍ରିଟ୍‌ମେଣ୍ଟ ଅଫ ଟ୍ରମା ଫଣ୍ଡ(ଏଫଟିଟିଏଫ୍‌)ରୁ ଅର୍ଥ ଖର୍ଚ୍ଚ କରାଯିବ। ହେଲେ ଆଶ୍ଚର୍ଯ୍ୟର ବିଷୟ ସରକାରଙ୍କ ଏହି ୧୧ ଟିକିଆ ହସ୍ପିଟାଲ ତାଲିକାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ହେଲେ ଲେଭଲ-୧ ଟ୍ରମା କେୟାର ସୁବିଧା ଥିବା ହସ୍ପିଟାଲର ନଁା ନାହିଁ। ବରଂ ବାହାର ରାଜ୍ୟରେ ଥିବା ଦୁଇଟି ହସ୍ପିଟାଲକୁ ଏଥିରେ ଯୋଡ଼ାଯାଇଛି। ତାହା ହେଲା ବିଶାଖାପାଟଣାର ମେଡିକୋଭର ହସ୍ପିଟାଲ ଏବଂ ରାୟପୁରର ରାମକ୍ରିଷ୍ଣା କେୟାର ହସ୍ପିଟାଲ। ଦକ୍ଷିଣ ଓଡ଼ିଶାରେ କୌଣସି ଦୁର୍ଘଟଣା ହେଲେ ଗୁରୁତର ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଚିକିତ୍ସା ଲାଗି ବିଶାଖାପାଟଣାର ଉକ୍ତ ଘରୋଇ ହସ୍ପିଟାଲକୁ ନେବାକୁ ପଡ଼ିବ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଥିବା ଟ୍ରମା କେୟାର ସେଣ୍ଟରରେ ଦୁର୍ଘଟଣାଜନିତ ଚିକିତ୍ସା ଲାଗି ଡାକ୍ତର ନାହାନ୍ତି। ସେଠାରୁ ପ୍ରାୟତଃ ଆହତମାନଙ୍କୁ କଟକ ଏସ୍‌ସିବି ମେଡିକାଲକୁ ରେଫର କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଯେଉଁ ଟ୍ରମା କେୟାର ସେଣ୍ଟର ରହିଛି ସେଠାରେ ମଧ୍ୟ ଡାକ୍ତର ଅଭାବ ମୁଖ୍ୟ ସମସ୍ୟା। ସେହି ଟ୍ରମା କେୟାର ସେଣ୍ଟର ମଧ୍ୟ ଲେଭଲ-୨ କାଟାଗୋରିର ବୋଲି ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା କମିଟିର ଜଣେ ସଦସ୍ୟ କହିଛନ୍ତି। ସେହିପରି ସମ୍ବଲପୁର ଭୀମସାର ହସ୍ପିଟାଲରେ ମଧ୍ୟ ଲେଭଲ-୨ର ଟ୍ରମା କେୟାର ସେଣ୍ଟର ରହିଥିବା ବେଳେ ଡାକ୍ତର ଅଭାବ ରହିଛି। ପୁରୀର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଭାବେ ଟ୍ରମା କେୟାର ହେଉ ନ ଥିବା ଜଣାପଡ଼ିଛି। ସେଠାରେ ଯେଉଁ ଟ୍ରମା କେୟାର ସେଣ୍ଟର ରହିଛି, ତାହାର ଲେଭଲ କ’ଣ ସେ କଥା ଜାଣି ନ ଥିବା ସିଡିଏମ୍‌ଓ ପ୍ରଣବ ପ୍ରକାଶ ଦାସ କହିଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏସ୍‌ସିବି ହସ୍ପିଟାଲରେ ଲେଭଲ-୧ର ଟ୍ରମା କେୟାର ସେଣ୍ଟର ରହିଛି। ଏମ୍‌କେସିଜି ଏବଂ ଭୀମସାର୍‌ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରକୁ ଲେଭଲ-୧କୁ ଉନ୍ନତ କରାଯାଇଛି। ରାଜ୍ୟର ବାକି ୪ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଲେଭଲ-୨ ଟ୍ରମା କେୟାର ସେଣ୍ଟର ରହିଛି। ରାଜ୍ୟର ସବୁ ଜାଗାରେ ନ୍ୟୁରୋ ସର୍ଜନ ଦେଇ ହେବନାହିଁ। ଏହା କେବଳ ଓଡ଼ିଶାର ନୁହେଁ, ସାରା ଦେଶରେ ଏହି ସମସ୍ୟା ରହିଛି। ଯେଉଁଠି ନ୍ୟୁରୋ ସର୍ଜରୀ କରାଯାଇପାରିବ ସେଠାରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଉଛି। ସବୁଠି ସବୁ ପ୍ରକାର ସେବା ଦେଇହେବନାହିଁ। ଦୁର୍ଘଟଣା ପରେ ଆହତଙ୍କ ସ୍ବାସ୍ଥ୍ୟବସ୍ଥାକୁ ପ୍ରଥମେ ସ୍ଥିର ସ୍ଥିତିକୁ ଆଣି ଅନ୍ୟ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ମହାପାତ୍ର କହିଛନ୍ତି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଯେପର୍ଯ୍ୟନ୍ତ ହସ୍ପପିଟାଲଗୁଡ଼ିକରେ ଡାକ୍ତର ଅଭାବ ସମସ୍ୟା ହଟିନି ଏବଂ ଟ୍ରମା ଚିକିତ୍ସା ଲାଗି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଠିକ୍‌ ବ୍ୟବସ୍ଥା ହୋଇନାହିଁ ସେପର୍ଯ୍ୟନ୍ତ କିଛି କରିହେବ ନାହିଁ। ୩୦ ଜିଲାରେ ଟ୍ରମା କେୟାର ସେଣ୍ଟର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଗତ ୪ ବର୍ଷ ହେଲା କହି ରହିଯାଉଛି। ସୁପ୍ରିମକୋର୍ଟ କମିଟି ପଚାରିଲେ ଆମେ ମଧ୍ୟ ସମାନ ଉତ୍ତର ଦେଇଚାଲିଛୁ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ସେମିତି ବଢିଚାଲିଛି ବୋଲି ପରିବହନ ବିଭାଗର ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri