ନୋ ଏଣ୍ଟ୍ରି ଜୋନ୍‌ରେ ପରିବହନ ଟ୍ରକ୍‌ ଚଳାଚଳ

ଯାଜପୁର ରୋଡ,୫।୪(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଲାଗି ରହିଥିବା ମାଲ ଗୋଦାମ ସହରବାସୀଙ୍କ ପାଇଁ କାଳ ହୋଇଛି। ପରିବହନ ଟ୍ରକ ଚଳାଚଳରେ କୌଣସି ନିୟନ୍ତ୍ରଣ କିମ୍ବା କଟକଣା ରହୁନାହିଁ। ନିର୍ଦ୍ଧାରିତ ସମୟ ଅନୁସାରେ ନୋ ଏଣ୍ଟ୍ରି ଆଇନ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ବ୍ୟାସନଗର ସହରର ବ୍ୟସ୍ତବହୁଳ ଗଣେଶ ବଜାର ଛକଠାରୁ ଦଳା ଛକ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହେଉଛି। ଏବେ ଉପରୋକ୍ତ ରାସ୍ତାରେ ସାମାନ୍ୟ କଟକଣା ଲାଗୁ ହେବା ପରେ ଗଣେଶବଜାର ଛକଠାରୁ ଗୋଶାଳା ଏବଂ ଝାଟିଆ ସାହି ରାସ୍ତାରେ ପରିବହନ ହେଉଥିବାରୁ ଲୋକଙ୍କ ଜୀବନ ବିପଦାପନ୍ନ ହୋଇ ପଡିଛି। ତେଣୁ ମାଲ ଗୋଦାମ ସ୍ଥାନାନ୍ତର ଦାବି ଜୋର ଧରିଥିବାବେଳେ ଟ୍ରାଫିକ ସମସ୍ୟାକୁ ଠିକ ଭାବେ ନିୟନ୍ତ୍ରଣ କରିବାକୁ ସହରବାସୀ ଦାବି କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନ ସର୍ବାଧିକ ରାଜସ୍ବ ଦେଇ ଆସୁଛି ା ଏପରି କି ଏହି ଷ୍ଟେଶନ ଏ ଗ୍ରେଡ ମାନ୍ୟତା ପାଇଛି ା କିନ୍ତୁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷକରି ରେଳଷ୍ଟେଶନ ମଝିରେ ଥିବା ମାଲ ଗୋଦାମ ପାଇଁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଯେଉଁଦିନ ସିମେଣ୍ଟ, ସାର, ଗହମ, ଲୁଣ, ଚାଉଳ ଆଦି ଅନଲୋଡିଂ ହେଉଛି ସେଦିନ ଶତାଧିକ ଟ୍ରକ ସହର ଦେଇ ପରିବହନ ହେଉଛି ା ଏହି ସମୟରେ ଦଳା ଛକଠାରୁ ଗଣେଶ ବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଟ୍ରାଫିକ ପରିସ୍ଥିତି ଅଣାୟତ୍ତ ହେଉଛି ା ସିମେଣ୍ଟ ଓ ସାର ଗୁଣ୍ଡରେ ସହରବାସୀ ଅତିଷ୍ଠ ହେଉଥିବାବେଳେ ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ପରିସର ଧଳା ରଙ୍ଗରେ ଆଚ୍ଛାଦିତ ହେଉଛି ା ଏହି ରାସ୍ତାଦେଇ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ଆମ୍ବୁଲାନ୍ସ ଅଟକି ରହୁଥିବା ଦେଖିବାକୁ ମିଳିଛି ା କହିବାବାହୁଲ୍ୟ ଯେ, ଏହି ମାଲ ଗୋଦାମ ଲୋକଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ଏକପ୍ରକାର ପ୍ରତିବନ୍ଧକ ସାଜିଛି ା ତେଣୁ ଏହି ଗୁଡ୍‌ସ ସେଡକୁ ଷ୍ଟେଶନର ପଶ୍ଚିମରେ ଥିବା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ପରାମର୍ଶଦାତା କମିଟି ବୈଠକରେ ଦାବି ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ବର୍ତ୍ତମାନ ଗଣେଶ ବଜାରରେ ଭିଡ଼ ହେଉଥିବା ଦେଖି ଗାଡିଗୁଡିକ ରିଟ ଇଣ୍ଟରନ୍ୟାଶନାଲ ସ୍କୁଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଏନ୍‌ସି ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶଶିଭୂଷଣ ବାଳିକା ହାଇସ୍କୁଲ, ଜାଭିୟର, ଜେମ୍ସ, ଇନ୍ଦିରା ଗାନ୍ଧୀ ମହିଳା କଲେଜ, ବାଳବିକାଶ ସ୍କୁଲ ଅନୁଷ୍ଠାନ ଥିବା ରାସ୍ତା ଦେଇ ଚଳାଚଳ କରୁଛି। ଯେଉଁ ସମୟରେ ଏହି ପରିବହନ ହେଉଛି ସେହି ସମୟରେ ସ୍କୁଲ ପିଲାମାନେ ଏବଂ ରୋଗୀମାନେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇନ୍ଦିରା ଗାନ୍ଧୀ ମହିଳା କଲେଜ ନିକଟରେ ଥିବା ଫାଣ୍ଡି କର୍ମଚାରୀ ପରିବହନ ଟ୍ରକଗୁଡିକଠାରୁ ଚାନ୍ଦା ନେଇ ଏହି ରାସ୍ତାରେ ଛାଡି ଦେଉଛନ୍ତି। ଗତ ୩ ମାସ ମଧ୍ୟରେ ଉକ୍ତ ରାସ୍ତାରେ ପରିବହନ ଟ୍ରକ ଚାପରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏନେଇ ସ୍କୁଲ ପିଲାଙ୍କ ଅଭିଭାବକ ଏବଂ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏନେଇ ଯାଜପୁର ଏସ୍‌ପି ଏବଂ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ପରିବହନ ଟ୍ରକଗୁଡିକ ନୋ ଏଣ୍ଟ୍ରି ସମୟରେ ଚଳାଚଳ କରୁଥିବାର ଦେଖାଯିବ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ହୋମଗାର୍ଡମାନେ ଏଥିରେ ସହାୟତା କରୁଛନ୍ତି ତାହା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri