ନୋ ଏଣ୍ଟ୍ରି ଜୋନ୍‌ରେ ପରିବହନ ଟ୍ରକ୍‌ ଚଳାଚଳ

ଯାଜପୁର ରୋଡ,୫।୪(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଲାଗି ରହିଥିବା ମାଲ ଗୋଦାମ ସହରବାସୀଙ୍କ ପାଇଁ କାଳ ହୋଇଛି। ପରିବହନ ଟ୍ରକ ଚଳାଚଳରେ କୌଣସି ନିୟନ୍ତ୍ରଣ କିମ୍ବା କଟକଣା ରହୁନାହିଁ। ନିର୍ଦ୍ଧାରିତ ସମୟ ଅନୁସାରେ ନୋ ଏଣ୍ଟ୍ରି ଆଇନ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ବ୍ୟାସନଗର ସହରର ବ୍ୟସ୍ତବହୁଳ ଗଣେଶ ବଜାର ଛକଠାରୁ ଦଳା ଛକ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହେଉଛି। ଏବେ ଉପରୋକ୍ତ ରାସ୍ତାରେ ସାମାନ୍ୟ କଟକଣା ଲାଗୁ ହେବା ପରେ ଗଣେଶବଜାର ଛକଠାରୁ ଗୋଶାଳା ଏବଂ ଝାଟିଆ ସାହି ରାସ୍ତାରେ ପରିବହନ ହେଉଥିବାରୁ ଲୋକଙ୍କ ଜୀବନ ବିପଦାପନ୍ନ ହୋଇ ପଡିଛି। ତେଣୁ ମାଲ ଗୋଦାମ ସ୍ଥାନାନ୍ତର ଦାବି ଜୋର ଧରିଥିବାବେଳେ ଟ୍ରାଫିକ ସମସ୍ୟାକୁ ଠିକ ଭାବେ ନିୟନ୍ତ୍ରଣ କରିବାକୁ ସହରବାସୀ ଦାବି କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନ ସର୍ବାଧିକ ରାଜସ୍ବ ଦେଇ ଆସୁଛି ା ଏପରି କି ଏହି ଷ୍ଟେଶନ ଏ ଗ୍ରେଡ ମାନ୍ୟତା ପାଇଛି ା କିନ୍ତୁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷକରି ରେଳଷ୍ଟେଶନ ମଝିରେ ଥିବା ମାଲ ଗୋଦାମ ପାଇଁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଯେଉଁଦିନ ସିମେଣ୍ଟ, ସାର, ଗହମ, ଲୁଣ, ଚାଉଳ ଆଦି ଅନଲୋଡିଂ ହେଉଛି ସେଦିନ ଶତାଧିକ ଟ୍ରକ ସହର ଦେଇ ପରିବହନ ହେଉଛି ା ଏହି ସମୟରେ ଦଳା ଛକଠାରୁ ଗଣେଶ ବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଟ୍ରାଫିକ ପରିସ୍ଥିତି ଅଣାୟତ୍ତ ହେଉଛି ା ସିମେଣ୍ଟ ଓ ସାର ଗୁଣ୍ଡରେ ସହରବାସୀ ଅତିଷ୍ଠ ହେଉଥିବାବେଳେ ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ପରିସର ଧଳା ରଙ୍ଗରେ ଆଚ୍ଛାଦିତ ହେଉଛି ା ଏହି ରାସ୍ତାଦେଇ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ଆମ୍ବୁଲାନ୍ସ ଅଟକି ରହୁଥିବା ଦେଖିବାକୁ ମିଳିଛି ା କହିବାବାହୁଲ୍ୟ ଯେ, ଏହି ମାଲ ଗୋଦାମ ଲୋକଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ଏକପ୍ରକାର ପ୍ରତିବନ୍ଧକ ସାଜିଛି ା ତେଣୁ ଏହି ଗୁଡ୍‌ସ ସେଡକୁ ଷ୍ଟେଶନର ପଶ୍ଚିମରେ ଥିବା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ପରାମର୍ଶଦାତା କମିଟି ବୈଠକରେ ଦାବି ହେଉଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ବର୍ତ୍ତମାନ ଗଣେଶ ବଜାରରେ ଭିଡ଼ ହେଉଥିବା ଦେଖି ଗାଡିଗୁଡିକ ରିଟ ଇଣ୍ଟରନ୍ୟାଶନାଲ ସ୍କୁଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଏନ୍‌ସି ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶଶିଭୂଷଣ ବାଳିକା ହାଇସ୍କୁଲ, ଜାଭିୟର, ଜେମ୍ସ, ଇନ୍ଦିରା ଗାନ୍ଧୀ ମହିଳା କଲେଜ, ବାଳବିକାଶ ସ୍କୁଲ ଅନୁଷ୍ଠାନ ଥିବା ରାସ୍ତା ଦେଇ ଚଳାଚଳ କରୁଛି। ଯେଉଁ ସମୟରେ ଏହି ପରିବହନ ହେଉଛି ସେହି ସମୟରେ ସ୍କୁଲ ପିଲାମାନେ ଏବଂ ରୋଗୀମାନେ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇନ୍ଦିରା ଗାନ୍ଧୀ ମହିଳା କଲେଜ ନିକଟରେ ଥିବା ଫାଣ୍ଡି କର୍ମଚାରୀ ପରିବହନ ଟ୍ରକଗୁଡିକଠାରୁ ଚାନ୍ଦା ନେଇ ଏହି ରାସ୍ତାରେ ଛାଡି ଦେଉଛନ୍ତି। ଗତ ୩ ମାସ ମଧ୍ୟରେ ଉକ୍ତ ରାସ୍ତାରେ ପରିବହନ ଟ୍ରକ ଚାପରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏନେଇ ସ୍କୁଲ ପିଲାଙ୍କ ଅଭିଭାବକ ଏବଂ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏନେଇ ଯାଜପୁର ଏସ୍‌ପି ଏବଂ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ପରିବହନ ଟ୍ରକଗୁଡିକ ନୋ ଏଣ୍ଟ୍ରି ସମୟରେ ଚଳାଚଳ କରୁଥିବାର ଦେଖାଯିବ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ହୋମଗାର୍ଡମାନେ ଏଥିରେ ସହାୟତା କରୁଛନ୍ତି ତାହା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri