‘ସମସ୍ତଙ୍କ ପାଇଁ ହାତର ସ୍ବଚ୍ଛତା’

୨୦୦୮ ମସିହାଠାରୁ ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳିତ ହେଉଛି ବିଶ୍ୱ ହାତଧୁଆ ଦିବସ। ହାତଧୁଆକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଶ୍ୱବ୍ୟାପୀ ଏହାର ସଚେତନତାକୁ ବ୍ୟାପକ କରାଯାଉଛି। କୋଭିଡ-୧୯ ମହାମାରୀ ଏହି ହାତ ଧୁଆର ଗୁରୁତ୍ୱକୁ ଆହୁରି ବଢାଇଛି। ତେବେ ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି ‘ସମସ୍ତଙ୍କ ପାଇଁ ହାତର ସ୍ବଚ୍ଛତା’। ଗବେଷଣା ତଥ୍ୟ ଅନୁଯାୟୀ, ୯୦ ପ୍ରତିଶତ ରୋଗ ସଂକ୍ରମିତ ହାତରୁ ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ରୋକିବାକୁ ହେଲେ ନିୟମିତ ହାତକୁ ଭଲ ଭାବେ ଧୋଇବା ଜରୁରୀ।