କାନ୍ଥ ସୂଚନାରେ ସ୍ବଚ୍ଛତା ସୀମିତ, ଟୋଲ୍‌ ଫ୍ରି’ରୁ ଉତ୍ତର ମିଳୁନି

ବ୍ରହ୍ମପୁର,୭।୨ (ସ୍ମୃତି ରଞ୍ଜନ ମହାଲିକ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ସମସ୍ତଙ୍କ କର୍ତ୍ତବ୍ୟ। ‘ଆମ ସହର, ଆମ ଗର୍ବ’ ଏଭଳି ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ପକ୍ଷରୁ ସହରର ପ୍ରତି ୱାର୍ଡର କାନ୍ଥରେ ସୂଚନା ରହିଛି। ଉକ୍ତ ୱାର୍ଡର ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ୱାର୍ଡ ଅଫିସର ଓ ସାନିଟାରୀ ଇନିସପେକ୍ଟରଙ୍କ ନାମ ଓ ଫୋନ ନମ୍ବର ମଧ୍ୟ କାନ୍ଥରେ ଦିଆଯାଇଛି। ତେବେ ସହରର ସ୍ବଚ୍ଛତା କେବଳ କାନ୍ଥ ସୂଚନାରେ ସୀମିତ ରହିଥିବା ପରିଲକ୍ଷିତ ହେଉଛି। ସୂଚନାଥାଉ କି, ବର୍ତ୍ତମାନ ବିଇଏମସି ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ନୂତନ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ଏଥିମଧ୍ୟରେ ପ୍ରତ୍ୟୁଷ, ସଫେଇ ଅଭିଯାନ ଓ ପିଏମ୍‌ଆର ଭଳି ଏଜେନ୍ସି ରହିଛି। ଏହି ଏଜେନ୍ସିଗୁଡିକୁ ୫ଟି ଜୋନ ଜରିଆରେ ରହିଥିବା ୱାର୍ଡ ଗୁଡିକୁ ସହରର ପରିମଳ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏଥିସହ ବିଇଏମସି ପକ୍ଷରୁ ଆବର୍ଜନା ସଂଗ୍ରହ ଗାଡି ୫୩ ଓ ସଫେଇ କର୍ମଚାରୀଙ୍କ ସଂଖ୍ୟା ୧୩୩୪କୁ ବୃଦ୍ଧି କରାଯାଇଛି। ଗତ ମାସ ୨୬ ତାରିଖ ନୂତନ ଗାଡି ଉଦଘାଟନ ସହ ନୂଆ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ପରିମଳ ବାବଦକୁ ବର୍ଷକୁ ୨୯.୪୨ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ନିଗମ ସୂଚନା ଦେଇଛି। ତେବେ କାର୍ଯ୍ୟ ଆରମ୍ଭରୁ ହିଁ ଏହା ବେଲଗାମ ହେଉଥିବା ଅଭିଯୋଗ ହୋଇଛି। ନିଗମର ୨୫ ନଂ ୱାର୍ଡ ଅନ୍ତର୍ଗତ ଅମ୍ବିକା ନଗର ପ୍ରଥମ ଲେନ୍‌ ହିଁ ଏହାର ଉଦାହରଣ ପାଲଟିଛି। ଏହି ଲେନ୍‌କୁ ଦୀର୍ଘ ଦିନ ଧରି ସଫେଇ କର୍ମଚାରୀମାନେ ଆସୁନାହାନ୍ତି। ଆବର୍ଜନା ବି ସଫେଇ ହେଉନାହିଁ। ଡ୍ରେନଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇ ରହିବାରୁ ନର୍ଦ୍ଦମା ଜଳ ନିଷ୍କାସନ ହୋଇନପାରି ମଶାଙ୍କ ପ୍ରଦୁର୍ଭାବ ବଢ଼ିଛି। ଦୁର୍ଗନ୍ଧରେ ଅଞ୍ଚଳ ଦୂଷିତ ହୋଇପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉକ୍ତ ୱାର୍ଡର ସାନିଟେସନ ଇନିସପେକ୍ଟରଙ୍କୁ ବାରମ୍ବାର ଅବଗତ କରାଗଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ନିଗମ ପକ୍ଷରୁ ଜାରି କରାଯାଇଥିବା ଟୋଲି ଫ୍ର ନଂ.୧୮୦୦୩୪୫୬୭୯ ବୈଧ ନ ଥିବା ବେଳେ ୧୪୪୨୦ ନଂ.ରେ ଫୋନ କଲେ କୌଣସି ଉତ୍ତର ମିଳୁନି। ସେହିପରି ଦାୟିତ୍ୱରେ କର୍ମଚାରୀଙ୍କୁ ଫୋନ କଲେ ବି କୌଣସି ଉତ୍ତର ମିଳୁନି। ଏପରିକି ଉକ୍ତ ୱାର୍ଡକୁ ଆସୁଥିବା ସଫେଇ କର୍ମଚାରୀଙ୍କୁ ଆବର୍ଜନା ଉଠାଇବା ପାଇଁ କହିଲେ ବି ସେମାନେ ଆବର୍ଜନା ଉଠାଉ ନ ଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଏଭଳି ଅବ୍ୟବସ୍ଥା ଲାଗିରହେ ତେବେ ସହରର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ବିଇଏମସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆବର୍ଜନା ସଫେଇ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri