ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଖର୍ଚ୍ଚରେ ରହୁନି ସ୍ବଚ୍ଛତା

ନୟାଗଡ଼,୨୭।୭ (ଲୋକନାଥ ମିଶ୍ର)ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ ନୟାଗଡ଼ ଜିଲାରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏଥିରେ ସ୍ବଛତା ନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏନେଇ ଅଭିଯୋଗ କଲେ ସୁଫଳ ମିଳୁନି। ଏମଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟରେ ନାମ ଫଳକ ଅଥବା ସିଟିଜନ ଇନଫରମେଶନ ବୋର୍ଡ (ସିଆଇବି) ଲଗାଇବା ବାଧ୍ୟତାମୂଳକ। ତେବେ ନୟାଗଡ଼ ଜିଲାର ବିଭିନ୍ନ ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ର ନାମଫଳକ ନ ହୋଇ ବିଲ୍‌ ହେଉଛି। ପୁଣି ସ୍ଥାନେ ସ୍ଥାନେ ନାମଫଳକରେ କିଛି ସୂଚନା ରହୁନି। କେଉଁଠି ଗୋଟିଏ ପାର୍ଶ୍ୱରେ କିଛି ତଥ୍ୟ ରଖି ସୂଚନାକୁ ଲକ୍କାୟିତ ରଖା ଯାଉଥିବାର ଅଭିଯୋଗ ହୋଇ ଆସୁଛି। ନୟାଗଡ଼ ବ୍ଳକରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି। ଲାଠିପଡା ଓ ଖୁଣ୍ଟୁବନ୍ଧରେ ନାମ ଫଳକ ନ ଥାଇ ବିଲ୍‌ ହୋଇଛି। ପୁଣି କେତେକ ସ୍ଥାନରେ ସୂଚନାଫଳକର ଗୋଟିଏ ପାର୍ଶ୍ୱରେ କେବଳ ତଥ୍ୟ ରଖି ଅନ୍ୟ ପାର୍ଶ୍ୱରେ ତଥ୍ୟ ରଖା ଯାଉନି। ଏହା ଜଣାପଡିବା ପରେ ଏମଜିଏନଆରଇଜିଏସ୍‌ ଅନୁଦାନ ରିକୋଭରି ହେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନ ଉଠୁଛି ନାମଫଳକ ନ ଥାଇ ବିଲ୍‌ କିପରି ହେଉଛି। ସରକାରୀ ବାବୁ ଓ କର୍ମଚାରୀମାନେ କ’ଣ କ୍ଷେତ୍ର ପରଦର୍ଶନ ନ କରି ବିଲ୍‌ କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ବୁଧବାର ନୟାଗଡ ବ୍ଲକରେ ହୋଇଥିବା ଏମଜିଏନଆରଇଜିଏସ୍‌ ଜନଶୁଣାଣୀରେ ଏଭଳି ତଥ୍ୟ ଜଣାପଡିଛି। ଏମଜିଏନଆରଇଜିଏସ୍‌ରେ ନାମ ଫଳକ କରି ତଥ୍ୟ ନ ରଖିଲେ ବିଲ୍‌ ହେବନି ବୋଲି କୁହଯାଇଛି।
ପଥ ପାର୍ଶ୍ୱ ବନୀକରଣରେ ଗଛ ରହୁନି : ଏମଜିଏନ୍‌ଆରଇଜିଏସ୍‌ ଅନୁଦାନରେ ପଥ ପାର୍ଶ୍ୱ ବନୀକରଣ ହେଉଛି। ନୟାଗଡ଼ ବ୍ଳକର ଶରଧାପୁରଠାରୁ ବାଲୁଗଁା ପର୍ଯ୍ୟନ୍ତ ୧ ହଜାର ଗଛ ଲାଗିଥିଲା। ତେବେ ଗଛ ଗଣନାରୁ ଜଣାପଡିଛି ୨୧୫ ଗଛ ବଞ୍ଚିଛି। ଗଛ ଗଣନା ପରେ ପ୍ରଶ୍ନ ଉଠୁଛି ଅବଶିଷ୍ଟ ଗଛ ଗଲା କୁଆଡେ। ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଗଲା। ଅଥଚ ଅନ୍ୟ କୌଣସି କାରଣୁ ଗଛ ନଷ୍ଟ ହୋଇଗଲା। ତେବେ ବନବିଭାଗର ସୂଚନା ଅନୁସାରେ ଗଛ ଚୋରି ଓ ନଷ୍ଟ କରିଦେବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ବନବିଭାଗର ସଫେଇକୁ ଦେଖିଲେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇ ପାରୁନି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ସରକାରୀ ସୂଚନା ଅନୁସାରେ ଏକ ହଜାର ଗଛ ଲାଗିଲେ ୬୭୫ ଗଛ ବଞ୍ଚିବ। ବାଲୁଗଁା ଶରଧାପୁର ରାସ୍ତାରେ ୨୧୫ ଗଛ ବଞ୍ଚିଥିବାରୁ ଆହୁରି ୪୧୫ ଗଛ ବନବିଭାଗକୁ ଲଗାଇ ତାର ରକ୍ଷଣାବେକ୍ଷଣ କରିବାକୁ ପଡିବ। ଏଥିପାଇଁ ନୟାଗଡ ବ୍ଲକ ପକ୍ଷରୁ ନୂଆ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜବ୍‌କାର୍ଡ ଅପ୍‌ଡେଟ ହେଉନି : ନୟାଗଡ଼ ବ୍ଲକରେ ଏମଜିଏନ୍‌ଆରଇଜିଏସ୍‌ରେ ୨୨ ହଜାର ୪୧୦ ପରିବାରର ୪୧ ହଜାର ୬୦୦ ବ୍ୟକ୍ତି ଜବ୍‌କାର୍ଡ ପାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୬ ହଜାର ୮୭୧ ପରିବାରର ୯ ହଜାର ୯୨୩ ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ୨ ଲକ୍ଷ ୨ହଜାର ୩୭୫ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ତେବେ ଗଁା ସାଥି ଓ ଗ୍ରାମ ରୋଜଗାର ସେବକ ଜବ୍‌କାର୍ଡଗୁଡିକ ଅପ୍‌ଡେଟ କରୁ ନ ଥିବା ଅଭିଯୋଗ ଉଠିଛି। ଏଣୁ ସରକାରୀ ତଥ୍ୟ ଠିକ୍‌ରେ ମିଳିବା କଷ୍ଟକର ହେଉଛି। ଆଗକୁ ଏପରି ନ ହେବାକୁ ନୟାଗଡ଼ ବିଡିଓ ତାଗିଦ୍‌ କରିଛନ୍ତି। ୭ଦିନ ଭିତରେ ଜବ୍‌କାର୍ଡ ଅପ୍‌ଡେଟ ନ କଲେ ୧ ହଜାର ଫାଇନ ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri