ଧାନ କିଣାବିକାରେ ରହୁନି ସ୍ବଚ୍ଛତା

ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି ଅନିୟମିତତା ରୋକା ନ ଗଲେ କଂଗ୍ରେସ ଓ ଭାଜପା ଆନ୍ଦୋଳନ କରିବାକୁ ଧମକ ଦେଇସାରିଲେଣି। ବର୍ତ୍ତମାନ ସୁଦ୍ଧା ଜିଲାରେ ଧାନମଣ୍ଡି ଖୋଲିନାହିଁ। ଏହାକୁ ସୁଯୋଗ ମନେକରି ଦଲାଲ ସକ୍ରିୟ ହୋଇଉଠିଛନ୍ତି। ସେମାନେ ଗାଁ ଗାଁରେ ବୁଲି ଧାନ କିଣିବା ଆରମ୍ଭ କଲେଣି।
ଭାଟସାହିର କୁଳମଣି ବେହେରା, ରାମଚନ୍ଦ୍ର ସାମନ୍ତରାୟ କୁହନ୍ତି, ଜିଲାର ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଗତବର୍ଷ ଧାନ କିଣାବିକାରେ ଦୂୁର୍ନୀତି ହୋଇଥିଲା। ଚାଷୀମାନେ ଅଭିଯୋଗ କରିବା ପରେ କେତେଜଣ କର୍ମଚାରୀଙ୍କୁ ନିଲମ୍ବିତ କରି ଦାୟିତ୍ୱ ଶେଷ କରିଦିଆଗଲା। ହେଲେ ଚାଷୀ କିପରି ତା’ ଧାନ ବିକ୍ରି କରିବ ସେ ନେଇ ପଦକ୍ଷେପ ନିଆଗଲା ନାହିଁ। ଗଣିଆର ଡମ୍ବରୁ ପ୍ରଧାନ, ରଣପୁରର ସୁଦାମ ସାହୁ, ନୟାଗଡ଼ର ଅଭିମନ୍ୟୁ ବେହେରା ଓ ଦଶପଲ୍ଲାର ଭୀମ ନାୟକ କୁହନ୍ତି, ଚଳିତ ଖରିଫ ଋତୁରେ ଧାନ କିଣାବିକା ପାଇଁ ପଦକ୍ଷେପ ନାହିଁ। ଶୁଣାଯାଉଛି ଡିସେମ୍ବରରେ ଧାନକିଣା ହେବ। ହେଲେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ବେପାରୀ ଓ ଦଲାଲଙ୍କୁ ଧାନ ବିକ୍ରି କରିବା ଆରମ୍ଭ କଲେଣି। ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ଓ ଜିଲା ଭାଜପା ସଭାପତି ଲାଲା ମନୋଜ ରାୟ କୁହନ୍ତି, ଗତବର୍ଷ ଧାନ କିଣାବିକା ଦୁର୍ନୀତି ଯୋଗୁ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ଏହି ଦୁର୍ନୀତିକୁ ରୋକାଯାଉ ନାହିଁ। ଚଳିତବର୍ଷ ଚାଷୀ ହଇରାଣ ହେବା ନଜରକୁ ଆସିଲେ ଆନ୍ଦୋଳନ କରାଯିବ। ନୟାଗଡ଼ ଏଆର୍‌ସିଏସ୍‌ ଭାସ୍କର ପାଣିଗ୍ରାହୀ କୁହନ୍ତି, ଧାନ କିଣାବିକାରେ ହୋଇଥିବା ଅନିୟମିତତା ନେଇ ଗତ ବର୍ଷ ନିଲମ୍ବିତ ୫ଜଣ କର୍ମଚାରୀଙ୍କୁ ରି ଇନ୍‌୍‌ଷ୍ଟେଡ କରାଯାଇ ନାହିଁ। ଧାନ କିଣାବିକାରେ ଅନିମୟିତତା ନଜରକୁ ଆସିଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ଜିଲାରେ ଡିସେମ୍ବରରେ ଧାନ କିଣାବିକା କରାଯିବ। ଏ ନେଇ ଜିଲାସ୍ତରୀୟ ବୈଠକ ପରେ ପଦକ୍ଷେପ ନିଆଯିବ। ତେବେ ଚାଷୀ ଯେପରି ହଇରାଣ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri