Posted inଫୁରସତ

ଅନୁବାଦିକା ଶକୁନ୍ତଳା

ଦୁଇଟି ଭାଷା ମଧ୍ୟରେ ସଂଯୋଗ ସେତୁ ହେଉଛି ଅନୁବାଦ, ଯାହା ବିଶ୍ୱର କୋଣ
ଅନୁକୋଣରେ ଥିବା ଲେଖକମାନଙ୍କୁ ପାଠକଙ୍କ ସହିତ ଯୋଡ଼ିଥାଏ।

ଦୁଇଟି ଭାଷା ମଧ୍ୟରେ ସଂଯୋଗ ସେତୁ ହେଉଛି ଅନୁବାଦ, ଯାହା ବିଶ୍ୱର କୋଣ ଅନୁକୋଣରେ ଥିବା ଲେଖକମାନଙ୍କୁ ପାଠକଙ୍କ ସହିତ ଯୋଡ଼ିଥାଏ ବୋଲି କୁହନ୍ତି ବିଶିଷ୍ଟ ଅନୁବାଦିକା ଡକ୍ଟର ଶକୁନ୍ତଳା ବଳିଆରସିଂହ। ପିତା ବେଣୁଧର ବଳିଆରସିଂହ(ଡାକ୍ତର ଓ ପୂର୍ବତନ ମନ୍ତ୍ରୀ) ଓ ବୋଉ ସୁଲୋଚନା ଦେବୀ। ୧୯୪୮ମସିହା ଫେବୃୟାରୀ ୧୮ ତାରିଖ ଖୋର୍ଦ୍ଧା ଜିଲାର ନରଣଗଡ଼ ଗ୍ରାମରେ ଶକୁନ୍ତଳାଙ୍କ ଜନ୍ମ। ନିଜ ଗାଁ ସ୍କୁଲରେ ହିଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ସେ। ପରେ ରେଭେନ୍‌ଶା ଗଲର୍‌ସ ହାଇସ୍କୁଲରୁ ଏକାଦଶ ପାସ୍‌ କରି ବର୍ଷଟେ ଶୈଳବାଳାରେ ପଢ଼ିଥିଲେ। ପଢ଼ା ସମୟରେ ହିଁ ତାଙ୍କର ବିବାହ ହୋଇଥିଲା। ସ୍ବାମୀ ଥିଲେ ଡାକ୍ତର ସୁଧାକର ସାମନ୍ତସିଂହାର। ସେ ହିଁ ଶକୁନ୍ତଳାଙ୍କୁ ଆଗକୁ ପଢିବା ଲାଗି ପ୍ରୋତ୍ସାହନ ଦେଇଥିଲେ। ଯାହାଫଳରେ ଶକୁନ୍ତଳା ଓଡ଼ିଆ ଭାଷା ସାହିତ୍ୟରେ ରେଭେନ୍‌ଶା କଲେଜରୁ ଏମ୍‌ଏ ପାସ୍‌ କରି ଅଧ୍ୟାପନା ବୃତ୍ତି ଆପଣେଇ ଥିଲେ। ସେ ଓଡ଼ିଆରେ ଜାତୀୟତାବାଦୀ ସାହିତ୍ୟ ଉପରେ ଗବେଷଣା କରି ଡକ୍ଟରେଟ୍‌ ଉପାଧି ଲାଭ କରିଛନ୍ତି। ବିଜେବି ଓ ରମାଦେବୀରେ ଅଧ୍ୟାପିକା ରହି ରାଜଧାନୀ କଲେଜର ପ୍ରିନ୍ସିପାଲ୍‌ ପଦରୁ ଅବସର ଗ୍ରହଣ କରିଛନ୍ତି। ପିଲାଦିନର ସ୍ମୃତିକୁ ମନେପକାଇ ସେ କୁହନ୍ତି, ପ୍ରକୃତିର ସୌନ୍ଦର୍ଯ୍ୟ ମୋତେ ବିଭୋର କରିଦିଏ। ଜେଜିମା କୋଳରେ ଶୋଇ କାହାଣୀ ଶୁଣିବା ବେଳେ ମୁଁ ହଜିଯାଏ କାହାଣୀ ଭିତରେ। ବୋଧହୁଏ ସେଇ କାହାଣୀ ହିଁ ମୋତେ ପରବର୍ତ୍ତୀ ସମୟରେ ସର୍ଜନା ପ୍ରତି ଆକୃଷ୍ଟ କରିଥିଲା। ତେବେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚନା, କାବ୍ୟ କବିତା ପଢ଼ି ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲି । ପ୍ରବନ୍ଧ ଲେଖିବା ମୋର ପ୍ରଥମ ପସନ୍ଦ ଥିଲା। ଧୀରେ ଧୀରେ କଲେଜ ମାଗାଜିନ୍‌ ସହିତ ବହୁ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଲା। ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୋର ଏକ ଲେଖା ପାଇଁ ପ୍ରଥମ ଥର ମୋତେ ୧୦୦ ଟଙ୍କା ପୁରସ୍କାର ମିଳିଥିଲା। ଯାହା ମୋ ପାଇଁ ଅମୂଲ୍ୟ ଥିଲା। ରେଭେନ୍‌ଶା ଲାଇବ୍ରେରିରେ ମୁଁ ନିୟମିତ ପାଠିକା ଥିଲି। ପ୍ରଥମଥର ପାଇଁ ପାଠାଗାରରେ ଏତେସଂଖ୍ୟକ ବହି ଦେଖି ମୋ ଆନନ୍ଦର ସୀମା ନଥିଲା। ଲାଗୁଥିଲା ବହି ଥାକ ଭିତରୁ ଯେପରି ସହସ୍ର ଇନ୍ଦ୍ରଧନୁର ଛାଇ ବିଚ୍ଛୁରିତ ହେଉଛି । ସେଠାରେ ଅନେକ ଅନୁବାଦ ପୁସ୍ତକ ଥିଲା। ସେସବୁ ପଢିବା ପରେ ଅନୁଭବ କଲି ଭଲ ବହିଗୁଡ଼ିକ ପଢ଼ିବାର ସୁଯୋଗ ସଭିଙ୍କୁ ମିଳିବା ଉଚିତ। ମନରେ ପ୍ରଶ୍ନ ଉଠିଲା ଓଡ଼ିଆ ଭାଷାରେ ଅନୁବାଦ ପାଇଁ ସ୍ବତନ୍ତ୍ର ପତ୍ରିକା ନାହିଁ କାହିଁକି। କିପରି ଗୋଟିଏ ଅନୁବାଦ ପତ୍ରିକା ପ୍ରକାଶ ହେବ। ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହୀ ହେଲି। ଦୀର୍ଘ ଦିନର ଅଭିଳାଷ ପୂରଣ କରି ୧୯୯୭ ମସିହା ଅକ୍ଟୋବରରେ ମୋ ହାତକୁ ଆସିଲା ‘ଶତଭିଷା’। ଲାଗୁଥିଲା ଯେପରି ଲେଖକ ଓ ପାଠକମାନେ ଏପରି ଏକ ପତ୍ରିକା ପ୍ରକାଶ ଅପେକ୍ଷାରେ ଥିଲେ। ଅନେକ ଅନୁବାଦ ଆସି ପହଞ୍ଚିଲା। ଅନୁବାଦ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ବହୁ କର୍ମଶାଳା ଆୟୋଜିତ ହେଲା। ସେଦିନର ଶତଭିଷା ଆଜି ରୌପ୍ୟ ଜୟନ୍ତୀ ପାଳନ କରିସାରିଛି। ଏହାଛଡା ସେ ୨୦୦୦ ମସିହାରୁ ଓଡ଼ିଶା ଲେଖିକା ସଂସଦର ସାଧାରଣ ସମ୍ପାଦିକା ରୂପେ କାମ କରି ଆସୁଛନ୍ତି। ତାଙ୍କ ରଚିତ ‘ବହୁଧା ନନ୍ଦିନୀ’ ଉପନ୍ୟାସ ସୀତାଙ୍କ ଚରିତ୍ର ଉପରେ ଆଧାରିତ। ଦେଶ,ବିଦେଶରେ ସାହିତ୍ୟ ଓ ଶିକ୍ଷାଭିତ୍ତିକ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଲେଖିକା, ନିଜ ସଫଳତାର ଶ୍ରେୟ ପିତା, ମାତା ଓ ଗୃହ ଶିକ୍ଷକ ଜନାର୍ଦ୍ଦନ ପ୍ରହରାଜ ସାର୍‌ଙ୍କୁ ଦିଅନ୍ତି। ପିଲାଦିନୁ ସାର୍‌ଙ୍କ ଆକଟ, ନିର୍ଦ୍ଦେଶ ମୋତେ ବାଟ ଚାଲିବାର ଶକ୍ତି ଦେଇଛି। ମହାମହିମ ରାଷ୍ଟ୍ରପତି ନିକଟରେ ରମାଦେବୀ କଲେଜ ଆସିଥିବା ସମୟରେ କିଛି ପୁରୁଣା ସ୍ମୃତି ବଖାଣିଥିଲେ। ସେ ଭିତରେ ପଦଟିଏ ଥିଲା (ମୋର ଜଣେ ଅଧ୍ୟାପିକା ଥିଲେ ଶକୁନ୍ତଳା ବଳିଆରସିଂହ) ଆଜି ଶ୍ରେଷ୍ଠ ଆସନରେ ବିଭୂଷିତା ଛାତ୍ରୀ ମୋର ମୋତେ ମୋ ଶିକ୍ଷାଦାନ ପାଇଁ ମନେ ରଖିଛନ୍ତି । ଏହି ସମ୍ମାନ ମୋ ଶିକ୍ଷକ ଜୀବନର ଶ୍ରେଷ୍ଠ ଉପହାର। ଦୁଇ ଝିଅ ଲିପିଶ୍ରୀ ନାୟକ ଓ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ପୁଅ ପୁଷ୍ପରାଜ ସାମନ୍ତସିଂହାରକୁ ନେଇ ତାଙ୍କ ସଂସାର। ସାହିତ୍ୟ ସାଧନାରେ ନିଜକୁ ହଜାଇ ଦେଇଥିବା ଶକୁନ୍ତଳା ଢେଙ୍କାନାଳର କୁରୁଣ୍ଟି ଠାରେ ପ୍ରତିଷ୍ଠା କରିଛନ୍ତି ଡକ୍ଟର ସୁଧାକର ସାମନ୍ତସିଂହାର ବିଦ୍ୟାଳୟ। ସେ କୁହନ୍ତି, ସାହିତି୍ୟକମାନେ ପାଠକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାହିତ୍ୟ ରଚନା କରିବା ଉଚିତ। ଓଡ଼ିଆ ଭାଷା ସାହିତ୍ୟ ବିସ୍ତାରିତ ହେଉ। ‘ମୋ ମାତୃଭାଷା ଓଡ଼ିଆ’, ‘ବାଲିଘର’, ‘ପ୍ରସଙ୍ଗରୁ ପ୍ରବନ୍ଧ’, ‘ଭିନ୍ନ ମାଟି ଭିନ୍ନ ଆକାଶ’, ‘କାବେରୀ ଭଳି ଝିଅଟିଏ’,‘ଝଡ଼ର ଇଗଲ୍‌’ ଇତ୍ୟାଦି ୩୭ଟି ପ୍ରକାଶିତ ଓ ଅନୁବାଦ ପୁସ୍ତକର ରଚୟିତା। ଶକୁନ୍ତଳା ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।
– ପ୍ରିୟମ୍ବଦା ରଥ (ଆର୍‌ କେ ପୁରମ୍‌, ସେକ୍ଟର ୪,ନୂଆଦିଲ୍ଲୀ)
ମୋ: ୦୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri