Posted inଫୁରସତ

ଅନୁବାଦିକା ଶକୁନ୍ତଳା

ଦୁଇଟି ଭାଷା ମଧ୍ୟରେ ସଂଯୋଗ ସେତୁ ହେଉଛି ଅନୁବାଦ, ଯାହା ବିଶ୍ୱର କୋଣ
ଅନୁକୋଣରେ ଥିବା ଲେଖକମାନଙ୍କୁ ପାଠକଙ୍କ ସହିତ ଯୋଡ଼ିଥାଏ।

ଦୁଇଟି ଭାଷା ମଧ୍ୟରେ ସଂଯୋଗ ସେତୁ ହେଉଛି ଅନୁବାଦ, ଯାହା ବିଶ୍ୱର କୋଣ ଅନୁକୋଣରେ ଥିବା ଲେଖକମାନଙ୍କୁ ପାଠକଙ୍କ ସହିତ ଯୋଡ଼ିଥାଏ ବୋଲି କୁହନ୍ତି ବିଶିଷ୍ଟ ଅନୁବାଦିକା ଡକ୍ଟର ଶକୁନ୍ତଳା ବଳିଆରସିଂହ। ପିତା ବେଣୁଧର ବଳିଆରସିଂହ(ଡାକ୍ତର ଓ ପୂର୍ବତନ ମନ୍ତ୍ରୀ) ଓ ବୋଉ ସୁଲୋଚନା ଦେବୀ। ୧୯୪୮ମସିହା ଫେବୃୟାରୀ ୧୮ ତାରିଖ ଖୋର୍ଦ୍ଧା ଜିଲାର ନରଣଗଡ଼ ଗ୍ରାମରେ ଶକୁନ୍ତଳାଙ୍କ ଜନ୍ମ। ନିଜ ଗାଁ ସ୍କୁଲରେ ହିଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ସେ। ପରେ ରେଭେନ୍‌ଶା ଗଲର୍‌ସ ହାଇସ୍କୁଲରୁ ଏକାଦଶ ପାସ୍‌ କରି ବର୍ଷଟେ ଶୈଳବାଳାରେ ପଢ଼ିଥିଲେ। ପଢ଼ା ସମୟରେ ହିଁ ତାଙ୍କର ବିବାହ ହୋଇଥିଲା। ସ୍ବାମୀ ଥିଲେ ଡାକ୍ତର ସୁଧାକର ସାମନ୍ତସିଂହାର। ସେ ହିଁ ଶକୁନ୍ତଳାଙ୍କୁ ଆଗକୁ ପଢିବା ଲାଗି ପ୍ରୋତ୍ସାହନ ଦେଇଥିଲେ। ଯାହାଫଳରେ ଶକୁନ୍ତଳା ଓଡ଼ିଆ ଭାଷା ସାହିତ୍ୟରେ ରେଭେନ୍‌ଶା କଲେଜରୁ ଏମ୍‌ଏ ପାସ୍‌ କରି ଅଧ୍ୟାପନା ବୃତ୍ତି ଆପଣେଇ ଥିଲେ। ସେ ଓଡ଼ିଆରେ ଜାତୀୟତାବାଦୀ ସାହିତ୍ୟ ଉପରେ ଗବେଷଣା କରି ଡକ୍ଟରେଟ୍‌ ଉପାଧି ଲାଭ କରିଛନ୍ତି। ବିଜେବି ଓ ରମାଦେବୀରେ ଅଧ୍ୟାପିକା ରହି ରାଜଧାନୀ କଲେଜର ପ୍ରିନ୍ସିପାଲ୍‌ ପଦରୁ ଅବସର ଗ୍ରହଣ କରିଛନ୍ତି। ପିଲାଦିନର ସ୍ମୃତିକୁ ମନେପକାଇ ସେ କୁହନ୍ତି, ପ୍ରକୃତିର ସୌନ୍ଦର୍ଯ୍ୟ ମୋତେ ବିଭୋର କରିଦିଏ। ଜେଜିମା କୋଳରେ ଶୋଇ କାହାଣୀ ଶୁଣିବା ବେଳେ ମୁଁ ହଜିଯାଏ କାହାଣୀ ଭିତରେ। ବୋଧହୁଏ ସେଇ କାହାଣୀ ହିଁ ମୋତେ ପରବର୍ତ୍ତୀ ସମୟରେ ସର୍ଜନା ପ୍ରତି ଆକୃଷ୍ଟ କରିଥିଲା। ତେବେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚନା, କାବ୍ୟ କବିତା ପଢ଼ି ମୁଁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲି । ପ୍ରବନ୍ଧ ଲେଖିବା ମୋର ପ୍ରଥମ ପସନ୍ଦ ଥିଲା। ଧୀରେ ଧୀରେ କଲେଜ ମାଗାଜିନ୍‌ ସହିତ ବହୁ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଲା। ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୋର ଏକ ଲେଖା ପାଇଁ ପ୍ରଥମ ଥର ମୋତେ ୧୦୦ ଟଙ୍କା ପୁରସ୍କାର ମିଳିଥିଲା। ଯାହା ମୋ ପାଇଁ ଅମୂଲ୍ୟ ଥିଲା। ରେଭେନ୍‌ଶା ଲାଇବ୍ରେରିରେ ମୁଁ ନିୟମିତ ପାଠିକା ଥିଲି। ପ୍ରଥମଥର ପାଇଁ ପାଠାଗାରରେ ଏତେସଂଖ୍ୟକ ବହି ଦେଖି ମୋ ଆନନ୍ଦର ସୀମା ନଥିଲା। ଲାଗୁଥିଲା ବହି ଥାକ ଭିତରୁ ଯେପରି ସହସ୍ର ଇନ୍ଦ୍ରଧନୁର ଛାଇ ବିଚ୍ଛୁରିତ ହେଉଛି । ସେଠାରେ ଅନେକ ଅନୁବାଦ ପୁସ୍ତକ ଥିଲା। ସେସବୁ ପଢିବା ପରେ ଅନୁଭବ କଲି ଭଲ ବହିଗୁଡ଼ିକ ପଢ଼ିବାର ସୁଯୋଗ ସଭିଙ୍କୁ ମିଳିବା ଉଚିତ। ମନରେ ପ୍ରଶ୍ନ ଉଠିଲା ଓଡ଼ିଆ ଭାଷାରେ ଅନୁବାଦ ପାଇଁ ସ୍ବତନ୍ତ୍ର ପତ୍ରିକା ନାହିଁ କାହିଁକି। କିପରି ଗୋଟିଏ ଅନୁବାଦ ପତ୍ରିକା ପ୍ରକାଶ ହେବ। ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହୀ ହେଲି। ଦୀର୍ଘ ଦିନର ଅଭିଳାଷ ପୂରଣ କରି ୧୯୯୭ ମସିହା ଅକ୍ଟୋବରରେ ମୋ ହାତକୁ ଆସିଲା ‘ଶତଭିଷା’। ଲାଗୁଥିଲା ଯେପରି ଲେଖକ ଓ ପାଠକମାନେ ଏପରି ଏକ ପତ୍ରିକା ପ୍ରକାଶ ଅପେକ୍ଷାରେ ଥିଲେ। ଅନେକ ଅନୁବାଦ ଆସି ପହଞ୍ଚିଲା। ଅନୁବାଦ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ବହୁ କର୍ମଶାଳା ଆୟୋଜିତ ହେଲା। ସେଦିନର ଶତଭିଷା ଆଜି ରୌପ୍ୟ ଜୟନ୍ତୀ ପାଳନ କରିସାରିଛି। ଏହାଛଡା ସେ ୨୦୦୦ ମସିହାରୁ ଓଡ଼ିଶା ଲେଖିକା ସଂସଦର ସାଧାରଣ ସମ୍ପାଦିକା ରୂପେ କାମ କରି ଆସୁଛନ୍ତି। ତାଙ୍କ ରଚିତ ‘ବହୁଧା ନନ୍ଦିନୀ’ ଉପନ୍ୟାସ ସୀତାଙ୍କ ଚରିତ୍ର ଉପରେ ଆଧାରିତ। ଦେଶ,ବିଦେଶରେ ସାହିତ୍ୟ ଓ ଶିକ୍ଷାଭିତ୍ତିକ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ଲେଖିକା, ନିଜ ସଫଳତାର ଶ୍ରେୟ ପିତା, ମାତା ଓ ଗୃହ ଶିକ୍ଷକ ଜନାର୍ଦ୍ଦନ ପ୍ରହରାଜ ସାର୍‌ଙ୍କୁ ଦିଅନ୍ତି। ପିଲାଦିନୁ ସାର୍‌ଙ୍କ ଆକଟ, ନିର୍ଦ୍ଦେଶ ମୋତେ ବାଟ ଚାଲିବାର ଶକ୍ତି ଦେଇଛି। ମହାମହିମ ରାଷ୍ଟ୍ରପତି ନିକଟରେ ରମାଦେବୀ କଲେଜ ଆସିଥିବା ସମୟରେ କିଛି ପୁରୁଣା ସ୍ମୃତି ବଖାଣିଥିଲେ। ସେ ଭିତରେ ପଦଟିଏ ଥିଲା (ମୋର ଜଣେ ଅଧ୍ୟାପିକା ଥିଲେ ଶକୁନ୍ତଳା ବଳିଆରସିଂହ) ଆଜି ଶ୍ରେଷ୍ଠ ଆସନରେ ବିଭୂଷିତା ଛାତ୍ରୀ ମୋର ମୋତେ ମୋ ଶିକ୍ଷାଦାନ ପାଇଁ ମନେ ରଖିଛନ୍ତି । ଏହି ସମ୍ମାନ ମୋ ଶିକ୍ଷକ ଜୀବନର ଶ୍ରେଷ୍ଠ ଉପହାର। ଦୁଇ ଝିଅ ଲିପିଶ୍ରୀ ନାୟକ ଓ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ପୁଅ ପୁଷ୍ପରାଜ ସାମନ୍ତସିଂହାରକୁ ନେଇ ତାଙ୍କ ସଂସାର। ସାହିତ୍ୟ ସାଧନାରେ ନିଜକୁ ହଜାଇ ଦେଇଥିବା ଶକୁନ୍ତଳା ଢେଙ୍କାନାଳର କୁରୁଣ୍ଟି ଠାରେ ପ୍ରତିଷ୍ଠା କରିଛନ୍ତି ଡକ୍ଟର ସୁଧାକର ସାମନ୍ତସିଂହାର ବିଦ୍ୟାଳୟ। ସେ କୁହନ୍ତି, ସାହିତି୍ୟକମାନେ ପାଠକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାହିତ୍ୟ ରଚନା କରିବା ଉଚିତ। ଓଡ଼ିଆ ଭାଷା ସାହିତ୍ୟ ବିସ୍ତାରିତ ହେଉ। ‘ମୋ ମାତୃଭାଷା ଓଡ଼ିଆ’, ‘ବାଲିଘର’, ‘ପ୍ରସଙ୍ଗରୁ ପ୍ରବନ୍ଧ’, ‘ଭିନ୍ନ ମାଟି ଭିନ୍ନ ଆକାଶ’, ‘କାବେରୀ ଭଳି ଝିଅଟିଏ’,‘ଝଡ଼ର ଇଗଲ୍‌’ ଇତ୍ୟାଦି ୩୭ଟି ପ୍ରକାଶିତ ଓ ଅନୁବାଦ ପୁସ୍ତକର ରଚୟିତା। ଶକୁନ୍ତଳା ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।
– ପ୍ରିୟମ୍ବଦା ରଥ (ଆର୍‌ କେ ପୁରମ୍‌, ସେକ୍ଟର ୪,ନୂଆଦିଲ୍ଲୀ)
ମୋ: ୦୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri