Posted inଫୁରସତ

ବୋଧଗମ୍ୟତାକୁ ସହଜ କରେ ଅନୁବାଦ

ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ୍‌ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ ପରିବାରଠାରୁ ଆରମ୍ଭ କରି ଦୁଇ ଭିନ୍ନ ସମାଜ ଏବଂ ଦେଶ ଦେଶ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଗୋଟିଏ ଦେଶର ଭାଷା ଅନ୍ୟ ପଡ଼ୋଶୀ ଦେଶ ନ ବୁଝିପାରିଲେ ସମ୍ପର୍କରେ ଦୂରତା ବଢ଼େ। ଫଳରେ ସମ୍ପର୍କ ସ୍ଥାପନ କଷ୍ଟକର ହୋଇଯାଏ। ଏ କ୍ଷେତ୍ରରେ ଦୁଇ ଦେଶର ଭାଷା ବୁଝୁଥିବା ଜଣେ ଲୋକଙ୍କ ଦ୍ୱାରା ଭାବର ଆଦାନ ପ୍ରଦାନ କରାଯାଇପାରେ। ଭାବ ଆଦାନ ପ୍ରଦାନରେ ଭାଷାର ଉପଯୋଗିତା ଏବଂ ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦର ବ୍ୟବହାରକୁ ଉପଲବ୍ଧି କରି ପ୍ରତିବର୍ଷ ସେପ୍ଟେମ୍ବର ୩୦ରେ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଇଥାଏ। ଏହି ଦିନ ଉତ୍ତର-ପୂର୍ବ ଇଟାଲୀର ସେଣ୍ଟ ଜେରୋମେଙ୍କ ପରଲୋକ ଘଟିଥିଲା। ସେ ପ୍ରଥମେ ବାଇବେଲର ଲାଟିନ ଭାଷାରେ ଅନୁବାଦ କରିଥିଲେ।
ଭାଷାଗତ ବ୍ୟବଧାନ ଦୂର ହେବା ନିତାନ୍ତ ଆବଶ୍ୟକ ବୋଲି ତାଙ୍କର ଦୃଢ଼ ମତ ଥିଲା। ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି।
ଏହି ଦିନ ଜାତିସଂଘ ପକ୍ଷରୁ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଅନୁବାଦ ପ୍ରତିଯୋଗିତା ଆୟୋଜନ କରାଯାଉଛି।
ବିଶ୍ୱ ଅନୁବାଦ ଦିବସ ପାଳନ ପାଇଁ ୨୦୧୭ ମେ’ ୨୪ରେ ଜାତିସଂଘ ମହାସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ୨୦୧୮ଠାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଉଛି। ୧୯୪୬ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ପରମହଂସ ଯୋଗାନନ୍ଦଙ୍କ ଦ୍ବାରା ଲିଖିତ ‘ଅଟୋବାଇଓଗ୍ରାଫି ଅଫ ଏ ଯୋଗୀ’ ପୃଥିବୀର ୫୦ଟିରୁ ଅଧିକ ଭାଷାରେ ଅନୁବାଦ ହୋଇ ପାରିଛି। ପୋଲାଣ୍ଡର ପ୍ରସିଦ୍ଧ ଗାଳ୍ପିକ ଆଇଜାକ ବାସେଭିସ ସିଙ୍ଗର ତାଙ୍କ କାଳଜୟୀ କାହାଣୀ ଏବଂ ଉପନ୍ୟାସ ତାଙ୍କ ମାତୃଭାଷା ୟିଡିସରେ ଲେଖୁଥିଲେ ।
ଏହି ଭାଷାଟି ଅତ୍ୟନ୍ତ କମ ଲୋକଙ୍କ ଦ୍ୱାରା ବ୍ୟବହୃତ ଭାଷା ଥିଲା। ପରେ ତାଙ୍କ ପୁସ୍ତକର ଇଂଲିଶ ଅନୁବାଦ ତାଙ୍କୁ ବିଶ୍ବପ୍ରସିଦ୍ଧ କରିଥିଲା। ସାହିତ୍ୟରେ ଏହା ନୋବେଲ ପୁରସ୍କାର ହାସଲ କରିଥିଲା।
ଲେଖକ ପାଉଲୋ କୋଏଲହୋଙ୍କ ରଚିତ ପୁସ୍ତକ ‘ଆଲକେମିଷ୍ଟ’ ୮୦ଟି ବିଭିନ୍ନ ଭାଷାରେ ଅନୁବାଦ ହୋଇ ସାରା ପୃଥିବୀରେ ଲୋକପ୍ରିୟ ହୋଇ ପାରିଛି। କରିଛି। ବେଲଜିୟମର ଟିନ୍ଟିନ କମିକ୍ସ ୯୩ଟି ଭାଷାରେ ଅନୁବାଦ ହୋଇ ବିଶ୍ବବ୍ୟାପୀ ପିଲାମାନଙ୍କର ଅତି ପ୍ରିୟ ହୋଇପାରିଛି। ଲିୱିସ କାରୋଲଙ୍କ ଲିଖିତ ଇଂଲିଶ ପୁସ୍ତକ ଏଲିସସ ଆଡଭେନ୍ଚର୍ସ ଇନ ୱଣ୍ଡରଲାଣ୍ଡ’ ୧୭୫ଟି ବିଭିନ୍ନ ଭାଷାରେ ଅନୁବାଦ ହୋଇଛି। ଅନୁବାଦ ଯୋଗୁ ଅନେକ ପୁସ୍ତକ ଲୋକପ୍ରିୟ ହୋଇ ପାରିଛି।
ଆମ ଓଡିଆ ଭାଷାର ଭକ୍ତ କବି ଅତିବଡୀ ଜଗନ୍ନାଥ ଦାସ ହେଉଛନ୍ତି ଅନୁବାଦର ଏକ ଅତ୍ୟନ୍ତ ଉଜ୍ଜ୍ବଳ ଉଦାହରଣ। ତାଙ୍କ ମା’ ବ୍ୟାସଦେବଙ୍କ ରଚିତ ମୂଳ ସଂସ୍କୃତ ଭାଗବତ ବୁଝିପାରିଲେ ନାହିଁ ବୋଲି ଜଗନ୍ନାଥ ଦାସ ତାକୁ ଓ ଅନୁବାଦ କରିଥିଲେ, ଯାହା ଆମ ଓଡ଼ିଆ ଭାଷାର ପ୍ରାଣପିଣ୍ଡ ହୋଇ ପାରିଛି। ଗାଁ ଗାଁରେ ଭାଗବତ ଟୁଙ୍ଗୀ ଭାଗବତକୁ ଏକ ନୂତନ ପରିଚୟ ଦେଇ ପାରିଛି। ସେହିପରି ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଓ ଉପନ୍ୟାସର ଇଂଲିଶ ଅନୁବାଦ କରିି ପୃଥିବୀରେ ପରିଚିତ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri